LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କୋଭିଡ୍-୧୯ ଆକ୍ରାନ୍ତ ଟ୍ରମ୍ପ ଯଦି ରାଷ୍ଟ୍ରପତି ଦାୟିତ୍ବ ତୁଲାଇବାକୁ ଅକ୍ଷମ ହୁଅନ୍ତି ତେବେ ହେବ କ’ଣ?

3/10/2020 at 4:24 PM

ଓ୍ବାଶିଂଟନ୍ ୦୩/୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ କିଛି ସପ୍ତାହ ବାକି ଅଛି। ରିପ୍ଲବିକାନ ପାର୍ଟିର ଆଶାୟୀ ପ୍ରାର୍ଥୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏବେ ପ୍ରଶ୍ନ ଉଠିଛି ଯେ ଆଗକୁ କ’ଣ ହେବ? ରାଷ୍ଟ୍ରପତି ନିର୍ବାଚନ ଉପରେ ଏହାର କି ପ୍ରଭାବ ପଡ଼ିବ?

ସଂକ୍ରମଣ ଯୋଗୁ ଡୋନାଲ୍ଡ ଟ୍ରମ୍ପ କେଉଁ ନିର୍ବାଚନୀ ସଭାରେ ସାମିଲ ହୋଇପାରିବେ ନାହିଁ ତାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଟ୍ରମ୍ପଙ୍କ ମହିଳା ସହଯୋଗୀ ହୋକ ହିକ୍ସଙ୍କୁ କରୋନା ହେବା ପରେ ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେନାଲିଆ ଟ୍ରମ୍ପଙ୍କ ଟେଷ୍ଟ୍ ରିପୋର୍ଟ ଗତକାଲି ପଜଟିଭ୍ ଆସିଲା।

କେଉଁ ନିର୍ବାଚନ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ

ତେବେ ଏବେ ଟ୍ରମ୍ପଙ୍କୁ ଅତିବେଶୀରେ ଦଶ ଦିନ କ୍ବାରାଣ୍ଟିନରେ ରହିବାକୁ ହେବ। ତେବେ ଆଜି ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଛି। ଯଦି ତାଙ୍କୁ ଦଶଦିନ ପାଇଁ କ୍ବାରାଣ୍ଟିନରେ ରହିବାକୁ ହେବ ତାହେଲେ ସେ ଆଗାମୀ ରାଷ୍ଟ୍ରପତି ବିତର୍କର ଦ୍ବିତୀୟ ପର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ। ତେବେ ଏହା ଅକ୍ଟୋବର ୧୫ରେ ହେବାକୁ ଅଛି। ଗତକାଲି ସନ୍ଧ୍ୟାରେ ଆମେରିକାର ଫ୍ଲୋରିଡା ସହରରେ ରିପବ୍ଲିକାନ ଦଳର ଏକ ନିର୍ବାଚନୀ ସଭା ହେବାର ଥିଲା ମାତ୍ର ଟ୍ରମ୍ପ କରୋନାରେ ସଂକ୍ରମିତ ହେବା ପରେ ତାକୁ ବନ୍ଦ କରାଯାଇଛି।

ହ୍ବାଇଟ୍ ହାଉସ ସୂଚନା ଦେଇଛି ‘ରାଷ୍ଟ୍ରପତି ଟ୍ରମ୍ପ’ ସେହି ସମୟରେ କୋଭିଡ୍ ସପୋର୍ଟ ସେଣ୍ଟର ଲୋକଙ୍କ ସହ ଫୋନରେ କଥା ହୋଇ ଥିଲେ ଓ ଜାଣିବାକୁ ଚେଷ୍ଟା କରିଥିଲେ ବୟସ୍କ ଲୋକଙ୍କୁ ବିଶେଷ ଭାବେ କିଭଳି ସଚେତନ ରହିବା ଦରକାର। ଟ୍ରମ୍ପଙ୍କ ନିର୍ବାଚନୀ ଅଭିଯାନ ସମ୍ଭାଳୁଥିବା ଟିମ୍ କହିଛି ଯେ ଆସନ୍ତା ଦଶ ଦିନ ପାଇଁ ନିର୍ବାଚନୀ ସଭାକୁ ବନ୍ଦ କରି ଦିଆଯାଇଛି ନଚେତ ଅନ୍ୟ ତାରିଖରେ କରିବା ଠିକ କରାଯିବ।

କେଉଁ ପରିସ୍ଥିତିରେ ଟଳି ପାରେ ନିର୍ବାଚନ?

ଏହା ସ୍ପଷ୍ଟ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ବାରାଣ୍ଟିନର ପ୍ରଭାବ ନିର୍ବାଚନ ଅଭିଯାନ ଉପରେ ସିଧାସଳଖ ପଡ଼ିବ। ଏହା ଦ୍ବାରା ତାଙ୍କ କ୍ଷମତା କମିଯିବ। ଏଥିପାଇଁ ପ୍ରଶ୍ନ ଉଠୁଛି କ’ଣ ନିର୍ବାଚନକୁ ଟାଳି ବା ଘୁଞ୍ଚାଇ ଦିଆଯାଇପାରେ? ଏହା ହେବ କିପରି?

ଆମେରିକା ଆଇନ ଅନୁସାରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରତି ଚାରିବର୍ଷରେ ହୁଏ। ନଭେମ୍ବର ମାସ ପ୍ରଥମ ସୋମବାର ପରେ ଆଗାମୀ ମଙ୍ଗଳବାରକୁ ହୁଏ। ଏହାକୁ ଦୃଷ୍ଟି ଦେଲେ ୨୦୨୦ ନିର୍ବାଚନ ନଭେମ୍ବର ୩ରେ ହେବ। ଯଦି ନିର୍ବାଚନ ତାରିଖରେ କିଛି ପରିବର୍ତନ ନ ଆସେ ତାହେଲେ ଏ ନିଣ୍ର୍ଣୟ ଆମେରିକା ସଂସଦ କରିବ, ରାଷ୍ଟ୍ରପତି ଟ୍ରମ୍ପ ନୁହନ୍ତି।

ନିର୍ବାଚନ ତାରିଖ ପରିବର୍ତନ ପକ୍ଷରେ ସଂସଦର ଦୁଇ ଗୃହରେ ସ୍ପଷ୍ଟ ବହୁମତ ମିଳିବା ଦରକାର। ଅର୍ଥାତ ସଂସଦର ଦୁଇ ଗୃହ ଏ ପାଇଁ ରାଜି ହେବାକୁ ପଡ଼ିବ। ଆଉ ଯାହାର ସମ୍ଭାବନା ଖୁବ୍ କମ୍ ରହିଛି ଅର୍ଥାତ୍ ହାଉସ ଅଫ୍ ରିପ୍ରେଜେନଟେଟିଭ’ରେ ଡେମୋକ୍ରେଟିକ ପାର୍ଟି ବହୁମତରେ ଅଛି ଓ ପୂର୍ବରୁ ସେମାନେ କହିଛନ୍ତି ନିର୍ବାଚନରେ କୌଣସି ବିଳମ୍ବିତ ପ୍ରସ୍ତାବକୁ ସମର୍ଥନ କରିବେ ନାହିଁ।

ଯଦି ଟ୍ରମ୍ପ ଅଧିକ ଅସୁସ୍ଥ ହୋଇପଡ଼ନ୍ତି କ’ଣ ହେବ?

ଏବେ ସୁଦ୍ଧା ଟ୍ରମ୍ପଙ୍କ ଠାରେ କୋଭିଡର ହାଲକ ଲକ୍ଷଣ ଦେଖା ଦେଇଛି। ଯଦି ଏ ସ୍ଥିତି ବଦଳିଯାଏ ଅର୍ଥାତ ସ୍ବାସ୍ଥ୍ୟ ଅଧିକ ଖରାପ ହୁଏ ଓ ନିଜ ଦାୟିତ୍ବକୁ ପୂରା କରିବାକୁ ଅସମର୍ଥ ହେଲେ ଏ ପରିସ୍ଥିତି ପାଇଁ ମଧ୍ୟ ଆମେରିକୀୟ ସମ୍ବିଧାନରେ ବ୍ୟବସ୍ଥା ରହିଛି।

ଆମେରିକା ସମ୍ବିଧାନର ୨୫ତମ ସଂଶୋଧରେ ଆମେରିକା ରାଷ୍ଟ୍ରପତି ଉପ-ରାଷ୍ଟ୍ରପତିଙ୍କ ହାତରେ ଏହି କ୍ଷମତା ହସ୍ତାନ୍ତର କରିବାର ଅନୁମତି ରହିଛି। ଏହାର ଅର୍ଥ ଟ୍ରମ୍ପଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେଲେ ଉପରାଷ୍ଟ୍ରପତି ମାଇକ ପିନ୍ସ ଆମେରିକା ରାଷ୍ଟ୍ରପତି ଭାବେ କାର୍ଯ୍ୟ ସମ୍ଭାଳିବେ। ଟ୍ରମ୍ପ ସୁସ୍ଥ ହେବା ପରେ ସେ ତାଙ୍କ ପଦବୀ ପୁଣି ସମ୍ଭାଳିବେ। ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗନ ଓ ଜର୍ଜ ଡବ୍ଲୁ ବୁସ ପ୍ରଶାସନ ସମୟରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା।

ଯଦି ରାଷ୍ଟ୍ରପତି ଅଧିକ ଅସୁସ୍ଥ ହୋଇପଡ଼ନ୍ତି ଓ କ୍ଷମତା ହସ୍ତାନ୍ତର କରିବା ସ୍ଥିତିରେ ନ ରହନ୍ତି ତେବେ କ୍ୟାବିନେଟ୍ ଓ ଉପ-ରାଷ୍ଟ୍ରପତି ମିଶି ତାଙ୍କୁ ଅସମର୍ଥ ଘୋଷଣା କରିପାରିବେ। ଏହି ସ୍ଥିତିରେ ଉପରାଷ୍ଟ୍ରପତି ମାଇକ ପିନ୍ସ ରାଷ୍ଟ୍ରପତି ପଦ ଗ୍ରହଣ କରିବେ। ମାତ୍ର ଏମିତି ଯଦି ମାଇକ ପିନ୍ସ ସହ ହୁଏ ରାଷ୍ଟ୍ରପତି ପଦକୁ ଉତ୍ତରାଧିକାରୀ ଅଧିନିୟମ ଅନୁସାରେ ନାନ୍ସି ପେଲୋସି ଯିଏ କି ଜଣେ ଡେମୋକ୍ରେଟ ନେତା ଏ ଦୌଡ଼ରେ ଆଗାମୀ ନମ୍ବରରେ ସାମିଲ ରହିବେ।

ଟ୍ରମ୍ପ ନିର୍ବାଚନରେ ଛିଡ଼ା ନ ହେଲେ ବାଲେଟରେ କାହା ନାଁ ରହିବ?

ଏଭଳି ସ୍ଥିତିରେ ପ୍ରଥମେ ଉପରାଷ୍ଟ୍ରପତି ମାଇକ ପିନ୍ସ ରାଷ୍ଟ୍ରପତିଙ୍କ କର୍ତବ୍ୟକୁ ସ୍ବୀକାର କରିବେ। ମାତ୍ର ଏହା ଜରୁରୀ ନୁହେଁ, ରିପ୍ଲବିକାନ ପାର୍ଟିର ଆଶାୟୀ ପ୍ରାର୍ଥ ହୋଇଯିବେ। କାରଣ ଦଳ ଆନୁଷ୍ଠାନିକ ଭାବେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦର ଆଶାୟୀ ପ୍ରାର୍ଥୀ ଭାବେ ନାମିତ କରି ରଖିଛି।

ଦଳ ନିୟମ ଅନୁସାରେ ରିପବ୍ଲିକାନ ନାସନାଲ ପାର୍ଟି (ଆରଏନସି)ର ୧୬୮ ସଦସ୍ୟ ନୂଆ ରାଷ୍ଟ୍ରପତି ପଦର ଆଶାୟୀ ପ୍ରାର୍ଥୀଙ୍କୁ ମନୋନୀତ କରିବେ ଯେଉଁଥିରେ ମାଇକ ପିନ୍ସ ସମ୍ଭାବିତ ପ୍ରାର୍ଥୀ ରହିବେ। କମିଟି ଦ୍ବାରା ଯଦି ମାଇକ ପିନ୍ସକୁ ମନୋନୀତ କରାଯାଏ ତେବେ ନିର୍ବାଚନ ପାଇଁ ତାଙ୍କର ଜଣେ ସାଥୀଙ୍କୁ ମଧ୍ୟ ମନୋନୀତ କରାଯିବ। ମାତ୍ର ଡେମୋକ୍ରେଟ ଓ ରିପବ୍ଲିକାନ ପାର୍ଟି ଉଭୟ ଥରେ ମନୋନୀତ କରିବା ପରେ ରାଷ୍ଟ୍ରପତି ପଦର ଆଶାୟୀ ପ୍ରାର୍ଥି କେବେ ବଦଳିବେ ନାହିଁ।

ନିର୍ବାଚନ ବିଶ୍ଲେଷକଙ୍କ ବିଶ୍ବାସ ​ ଯେ ଏବେ ବି ନିର୍ବାଚନ ପାଇଁ ସମୟ ଅଛି ଓ ଆଶା କରାଯାଉଛି ଏଭଳି ବିକଳ୍ପକୁ ଗ୍ରହଣ କରାଯିବ ନାହିଁ। ସେମାନଙ୍କ ମତରେ ଯାହା ବି କିଛି ହେଉ ବାଲେଟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ହିଁ ନାଁ ରହିବ।

   Related Posts