ଶରୀରରେ ଭିଟାମିନ ‘ଡି’ର ଅଭାବ ରହିଛି କି ? ଖାଆନ୍ତୁ ଏହି ସବୁ ଖାଦ୍ୟ…

Published By : Prameya-News7 Bureau | May 18, 2024 IST

ନୂଆଦିଲ୍ଲୀ ୧୮।୦୫: ଶରୀର ପାଇଁ ଭିଟାମିନ ଡି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନ ଡି ଅଭାବ ରହିଲେ ହାଡ ଖୁବ୍ ଶୀର୍ଘ ଦୁର୍ବଳ ହୋଇଯାଏ । ଏହାର ସର୍ବୋତମ ଉତ୍ସ ହେଉଛି ସୂର୍ଯ୍ୟକିରଣ । ଶରୀରରେ ଭିଟାମିନ ଡିର ପରିମାଣ କମ୍ ରହିଲେ ବହୁ ସମସ୍ଯାର ସମ୍ମୁଖୀନ ହେବାକୁ ପଡିପାରେ । ଯେପରି ଅଷ୍ଟ୍ରିଓପୋରୋସିସ୍, ମୁଡ୍ ସ୍ବିଙ୍ଗ, ମାନସିକ ଚାପ, ହୃଦରୋଗ ଇତ୍ୟାଦି । 

କୁହାଯାଏ ଏହାର ଅଭାବରୁ କ୍ୟାନସର୍ ସମସ୍ୟା ସୃଷ୍ଟି ହୋଇପାରେ । ଆସନ୍ତୁ ଜାଣିବା ସେହିସବୁ ଖାଦ୍ୟ ବିଷୟରେ… ଡାଏଟରେ ସାଲମନ୍, ମ୍ୟାକେରେଲ୍, ସାର୍ଡିନ୍ ଆଦି ଚର୍ବିଯୁକ୍ତ ମାଛ ସାମିଲ କରନ୍ତୁ । ଏହା ଭିଟାମିନ୍ ଡି ଅଭାବକୁ ଦୂର କରିଥାଏ । ଏହି ସବୁ ମାଛ ଖାଇବା ଦ୍ବାରା ଶରୀରକୁ ପ୍ରଚୁର ପରିମାଣର ଓମେଗା ୩ ଫ୍ୟାଟି ଏସିଡ୍ ମିଳିଥାଏ । 

ଭିଟାମିନ୍ ଡି ପାଇବାକୁ ହେଲେ ଅଣ୍ଡାର କେଶର ଖାଇପାରିବେ। ଏହା ଭିଟାମିନ୍ ଡିର ମୁଖ୍ୟ ଉତ୍ସ । ସିଝା ଅଣ୍ଡା ଖାଇବା ଦ୍ବାରା ଶରୀରରେ ଭିଟାମିନ ଡିର ପରିମାଣ ବୃଦ୍ଧି ପାଇଥାଏ । ଶରୀରରେ ଭିଟାମିନ ଡିର ଆବଶ୍ୟକତା ପୂରଣ କରିବା ପାଇଁ କ୍ଷୀର ଏବଂ କମଳା ରସ ପିଇପାରିବେ । 

କୋଡ ଲିଭର ଅଏଲ ମଧ୍ୟ ଭିଟାମିନ୍ ଡିର ମୁଖ୍ୟ ସ୍ରୋତ ଭାବେ ବିବେଚନା କରାଯାଏ । ଏହାକୁ ସପ୍ଲିମେଣ୍ଟ ଭାବେ ସେବନ କରିବା ଦ୍ବାରା ଭିଟାମିନ ଡି ଅଭାବ ଦୂର ହୋଇଥାଏ । ଯଦି ଆପଣ ଛତୁ ଖାଉଛନ୍ତି ତେବେ ଭିଟାମିନ ଡିର କେବେ ଅଭାବ ରହିବନି । ଛତୁରେ ଭିଟାମିନ ଡିର ପରିମାଣ ଅଧିକ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.