ଯଦି ଭୁଲରେ ଡିଜେଲ କାର୍‌ରେ ପେଟ୍ରୋଲ ଓ ପେଟ୍ରୋଲ କାର୍‌ରେ ଡିଜେଲ୍ ପଡିଗଲା ତେବେ କ’ଣ କରିବେ ?

Published By : Prameya-News7 Bureau | November 19, 2022 IST

ନୂଆଦିଲ୍ଳୀ, ୧୯/୧୧: ଅନେକ ସମୟରେ ଆମେ ଭୁଲ ବଶତଃ ପେଟ୍ରୋଲ କାର୍‌ରେ ଡିଜେଲ୍ ଓ ଡିଜେଲ କାର୍‌ରେ ପେଟ୍ରୋଲ ପକାଇ ଦିଅନ୍ତି। ଭୁଲ ବଶତଃ ପେଟ୍ରୋଲ ଟାଙ୍କିର କର୍ମାଚାରୀମାନେ ମଧ୍ୟ ଏଭଳି ଭୁଲ କରିଥାନ୍ତି। ଏମିତି ଘଟଣା ଖୁବ ସାଧାରଣ। ଆପଣଙ୍କ ସହିତ ବି ଏମିତି ଘଟିଥିବ। ନିକଟରେ କର୍ଣ୍ଣାଟକ ବିଧାୟକ ମଧ୍ୟ ଏଭଳି ଭୁଲ କରିଥିଲେ। ସେ ତାଙ୍କର Volvo XC90 କାର୍‌ରେ ପେଟ୍ରୋଲ ବଦଳରେ ଡିଜେଲ ପକାଇ ଦେଇଥିଲେ। ଯଦି ଆପଣଙ୍କ ସହିତ ଏମିତି ହୋଇଛି ତେବେକଣ କରିବେ ଆସନ୍ତୁ ଜାଣିବା।

ଯଦି ଆପଣ ଭୁଲ୍ ତେଲ ପକାଇ ଦେଇଛନ୍ତି ଏବଂ ଗାଡ଼ି ଷ୍ଟାର୍ଟ କରି ନାହାନ୍ତି। ତେବେ ଏପରିସ୍ଥିତିରେ ସବୁଠାରୁ ଭଲ ହେବ ପ୍ରଥମେ ମୁଖ୍ୟ ଫୁଏଲ ଲାଇନକୁ ଇଞ୍ଜିନରୁ ଟ୍ୟାଙ୍କକୁ ଯାଇଥିବା ମୁଖ୍ୟ ଲାଇନକୁ ଖୋଲି ଦିଅନ୍ତୁ। ଏଥିପାଇଁ ଆପଣଙ୍କୁ ମେକାନିକ୍‌ର ସହାୟତା ନେବାକୁ ପଡ଼ିବ। ଇଞ୍ଜିନ ଟ୍ୟାଙ୍କରୁ ତେଲ ପାଇପ୍‌ ଖୋଲିବା ପରେ ଏକ ପାଇପ୍ ସାହାଯ୍ୟରେ ଯଥାସମ୍ଭବ ଭୁଲ ତେଲକୁ କାଢ଼ି ଦିଅନ୍ତୁ।

ଥରେ ତେଲ ବାହାର କରିସାରିବା ପରେ ଥରେ ଦୁଇ ଥର ଇଞ୍ଜିନ କ୍ରାଙ୍କ କରନ୍ତୁ। ଏମିତି କରିବା ଦ୍ୱାରା ଟାଙ୍କିରେ ଥିବା ବାକି ତେଲ ମଧ୍ୟ ବାହାରିଯିବ। ଏହାପରେ ୨ ଲିଟର ଠିକ୍ ତେଲ ପକାଇବାକୁ ହେବ। ଫଳରେ ଫୁଏଲ ଲାଇନରେ ଥବା ବାକି ତେଲ ସଫା ହୋଇଯିବ। ଥରେ ସଂପୂର୍ଣ୍ଣ ଭାବରେ ନିଶ୍ଚିତ ହେଲାପରେ ପୁନଶ୍ଚ ଫୁଏଲ ଲାଇନକୁ ଇଞ୍ଜିନ ସହ ଯୋଡି ଦିଅନ୍ତୁ।

ଯଦି ପେଟ୍ରୋଲ କାର୍‌ରେ ଏପରି ହୋଇଛି ତେବେ ଫୁଏଲ ଫିଲ୍ଟର ଏବଂ ସ୍ପାର୍କ ପ୍ଳଗ୍‌କୁ ବଦଳାଇବାକୁ ପଡ଼ିବ। ଡିଜେଲ୍‌ କାରରେ ଡ୍ରେନ ପ୍ଲଗ୍ ଚେକ୍ କରିବା ସହ ଫିଲ୍ଟରକୁ ସଫା କରିବାକୁ ପଡ଼ିବ। ଏହାପରେ ପୁନଃଶ୍ଚ ପେଟ୍ରୋଲ ଭରିପାରିବେ।

ଅତୀତରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହ ମଧ୍ୟ ଏପରି ହୋଇଥିଲା। ଓବାମା ଇସ୍ରାଏଲ ଗସ୍ତରେ ଥିବା ସମୟରେ ପେଟ୍ରୋଲ୍ କାରରେ ଡିଜେଲ୍ ପକାଇବା କାରଣରୁ କାରର୍ ଇଞ୍ଜିନ୍ ସିଜ୍ ହୋଇଯାଇଥଲା। ନିକଟରେ କର୍ଣ୍ଣାଟକର ଜଣେ ବିଧାୟକ ନିଜ ନୂଆ ଭଲଭୋ ଏକ୍ସସି୯୦ ରେ ପେଟ୍ରୋଲ ବଦଳରେ ଡିଜେଲ ଭରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.