LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ATMରୁ ଚିରା ନୋଟ୍‌ ମିଳିଲେ କ’ଣ କରିବେ?

25/05/2023 at 4:14 PM

ନୂଆଦିଲ୍ଲୀ ୨୫/୦୫; ବେଳେ ବେଳେ ଆପଣ ଏଟିଏମରୁ ଟଙ୍କା ବାହର କରିବା ବେଳେ ଚିରାଫଟା ନୋଟ ବାହାରିଥାଏ । ଏହାକୁ ନେଇ ଲୋକମାନେ ଚିନ୍ତିତ ହୁଅନ୍ତି। ସେହି ନୋଟ୍‌ ଏବେ ସେ କେମିତି କେଉଁଠି ବ୍ୟବହାର କରିବେ ବୋଲି ଭାବନ୍ତି। ଯଦି ଆପଣ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରୁଛନ୍ତି ତେବେ ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ଏଭଳି ଚିରାଫଟା ନୋଟକୁ ବଦଳାଇବାର ଦାୟିତ୍ୱ ବ୍ୟାଙ୍କ ଉପରେ ରହିଛି । ଏଟିଏମରୁ ବାହାରଥିବା ଚିରାଫଟା ନୋଟକୁ ନେଇ ଆପଣ ସିଧା ବ୍ୟାଙ୍କରେ ପହଞ୍ଚନ୍ତୁ ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ବାହାରୁଥିବା ଚିରାଫଟା ନୋଟକୁ ବଦଳାଇବା ପାଇଁ ନିୟମ କରିଛି । ନିୟମ ଅନୁସାରେ ବ୍ୟାଙ୍କ ଏଟିଏମରୁ ବାହାରୁଥିବା ଚିରାଫଟା ନୋଟକୁ ବଦଳାଇବା ପାଇଁ ମନାକରିପାରିବେ ନାହିଁ । ଆପଣ ଅତି ସହଜରେ ଏହାକୁ ବଦଳାଇପାରିବୋ ଆପଣଙ୍କୁ ଏଥିପାଇଁ କୌଣସି ଚାର୍ଜ ଲାଗିବ ନାହିଁ । ୨୦୧୬ ଜୁଲାଇରେ ରିଜର୍ଭ ବ୍ୟାଙ୍କ ଏକ ସର୍କୁଲାର ଜାରିକରିଥିଲା । ଏଥିରେ କୁହାଯାଇଥିଲା ଯେ ଯଦି ବ୍ୟାଙ୍କ ନୋଟ ପରିବର୍ତ୍ତନ କରିବା ପାଇଁ ମନାକରିଦିଏ ତେବେ ଏହା ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ ହେବ । ଏହି ନିୟମ ସବୁ ବ୍ୟାଙ୍କ ଉପରେ ଲାଗୁ ହେବ । ରିଜର୍ଭ ବ୍ୟାଙ୍କ ଅନୁସାରେ ଯଦି ଏଟିଏମରୁ ଖରାପ କିମ୍ବା ନକଲି ନୋଟ ବାହାରିଥାଏ ତେବେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ବ୍ୟାଙ୍କର । ଯଦି କୌଣସି ବି ନୋଟ ଖରାପ ବାହାରିଥାଏ ତାର ଯାଞ୍ଚ ବ୍ୟାଙ୍କର କର୍ମଚାରୀଙ୍କ ଦ୍ୱାରା କରାଯିବା ଦରକାର । ଯଦି ନୋଟର ସିରିଏଲ ନଂ, ମହାତ୍ମା ଗାନ୍ଧୀଙ୍କ ୱାଟରମାର୍କ ଏବଂ ଗଭର୍ଣ୍ଣରଙ୍କ ଦସ୍ତଖତ ଥିଲେ ବ୍ୟାଙ୍କ କୌଣସି ବି ପରିସ୍ଥିତିରେ ଏହା ବଦଳାଇବ।

ଅନେକ ସମୟରେ ରିଜର୍ଭ ବ୍ୟାଙ୍କ ଚିରାଫଟା ନୋଟକୁ ନେଇ ସର୍କୁଲାର ଜାରିକରିଥାଏ । ଆପଣ ଅତି ସହଜରେ କୌଣସି ବ୍ୟାଙ୍କର ଶାଖାକୁ ଯାଇ ଏହାକୁ ବଦଳାଇପାରିବେ । ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ଥରରେ ଅଧିକରୁ ଅଧିକ ୨୦ଟି ଚିରା ନୋଟ ବଦଳାଇପାରିବ । ଏହାର ମୂଲ୍ୟ ୫ ହଜାର ଟଙ୍କା ରହିବା ଦରକାର । ସେହିଭଳି ପୂରା ଜଳିଯାଇଥିବା କିମ୍ବା ଟୁକୁଡା ଟୁକୁଡା ହୋଇଥିବା ନୋଟକୁ ବଦଳାଯାଇପାରିବ ନାହିଁ ।

ଚିରାଫଟା ନୋଟକୁ ବଦଳାଇବା ପାଇଁ ଆପଣଙ୍କୁ ସେହି ବ୍ୟାଙ୍କକୁ ଯିବାକୁ ପଡିବ ଆପଣ ଯେଉଁ ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରିଛନ୍ତି । ଆପଣଙ୍କୁ ସେଠାରେ ଗୋଟିଏ ଦରଖାସ୍ତ ଲେଖିବାକୁ ପଡିବ । ଯେଉଁଥିରେ ଆପଣଙ୍କୁ ଟଙ୍କା ବାହାର କରିବାର ତାରିଖ, ସମୟ ଏବଂ ଯେଉଁ ସ୍ଥାନରୁ ଟଙ୍କା ବାହାର କରିଛନ୍ତି ତାର ତଥ୍ୟ ଦେବାକୁ ପଡିବ । ଏହା ସହ ଆପଣଙ୍କୁ ଏଟିଏମରୁ ବାହରୁଥିବା ନେଣଦେଣର ବିବରଣୀ ସ୍ଲିପକୁ ଦେବାକୁ ପଡିବ । ଯଦି ସ୍ଲିପ ନବାହରିଥାଏ ତେବେ ମୋବାଇଲରେ ଆସୁଥିବା ଟ୍ରାନଞ୍ଜାକସନର ତଥ୍ୟ ଦେବାକୁ ହେବ । ଏହା ପରେ ଆପଣଙ୍କ ନୋଟ ବ୍ୟାଙ୍କ ବଦଳାଇ ଆପଣଙ୍କୁ ନୂଆ ନୋଟ ପ୍ରଦାନ କରିବେ ।

   Related Posts