ପିତୃ ପକ୍ଷରେ ଚୁଟି-ଦାଢ଼ି କାଟିବାକୁ କାହିଁକି ବାରଣ କରାଯାଏ ? ଜାଣନ୍ତୁ ଶ୍ରାଦ୍ଧ ସମୟରେ କଣ କଣ ନ କରିବା ଉଚିତ

Published By : Prameya-News7 Bureau | September 12, 2021 IST

ଭୁବନେଶ୍ୱର ୧୨/୦୯ : ହିନ୍ଦୁ ଧର୍ମରେ ପିତୃ ପକ୍ଷର ବିଶେଷ ସ୍ଥାନ ରହିଛି। ପିତୃ ପକ୍ଷକୁ ଶ୍ରାଦ୍ଧ ମଧ୍ୟ କୁହାଯାଏ। ଶ୍ରାଦ୍ଧ ସମୟରେ ପିତୃଙ୍କ ପାଇଁ ପିଣ୍ଡଦାନ, ତର୍ପଣ ଓ ଶ୍ରାଦ୍ଧ କର୍ମ କରାଯାଇଥାଏ ଯେପରିକି ତାଙ୍କ ଆତ୍ମା ଶାନ୍ତି ପାଇବ। କୁହାଯାଏ ଯେ ଏହି ସମୟରେ ପିତୃ ଧରାପୃଷ୍ଠକୁ ଆସିଥାନ୍ତି। ବିଧି ପୂର୍ବକ ଶ୍ରାଦ୍ଧ ନ କଲେ ସେମାନଙ୍କ ଆତ୍ମା ଅତୃପ୍ତ ରହିଯାଏ ଏବଂ ସେମାନେ ଅସନ୍ତୁଷ୍ଟ ହୋଇ ନିଜ ବଂଶଜଙ୍କୁ ଅଭିଶାପ ଦେଇ ଚାଲିଯାଆନ୍ତି ବୋଲି କୁହାଯାଏ। ଚଳିତ ବର୍ଷ ସେପ୍ଟେମ୍ବର ୨୦ ତାରିଖରୁ ପିତୃ ପକ୍ଷ ଆରମ୍ଭ ହେଉଛି ଓ ଅକ୍ଟୋବର ୬ ତାରିଖ, ଆଶ୍ୱିନ ଅମାବାସ୍ୟାକୁ ସମାପନ ହେବ।

ଶ୍ରାଦ୍ଧ କଲେ ବ୍ୟକ୍ତିଙ୍କୁ ପିତୃ ଦୋଷ ଲାଗିନଥାଏ। ତାଛଡା ଘର ପରିବାରର ଉନ୍ନତି ହୋଇଥାଏ ଓ ପିତୃଙ୍କ ଆଶୀର୍ବାଦରୁ ବଂଶବୃଦ୍ଧି ହୋଇଥାଏ। ଶ୍ରାଦ୍ଧ ସମୟରେ ପୂର୍ବଜଙ୍କୁ ତେଲ ଅର୍ପଣ ଓ ଦୀପଦାନ କଲେ ଶନି ଓ କଳସର୍ପ ଆଦି ଦୋଷ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଶ୍ରାଦ୍ଧ ସମୟରେ କ୍ଷୀର, ତେଲ, ତୁଳସୀ, ସୋରିଷ ଓ ମହୁ ତର୍ପଣ ଓ ଅର୍ପଣ କଲେ ଜୀବନର ସଂଘର୍ଷ କମ ହୋଇଥାଏ।

{"id":510418,"sizeSlug":"full","linkDestination":"none"}

ପିତୃ ପକ୍ଷରେ ଅନେକ କଥା ପ୍ରଚଳିତ। ସେଥିରୁ ଗୋଟିଏ ହେଲା ଶ୍ରାଦ୍ଧ ସମୟରେ କେଶ କାଟିବା। ଏହା ପଛରେ ଧାର୍ମିକ କାରଣ ଅଛି। ଶ୍ରାଦ୍ଧ ସମୟରେ ଚୁଟି କାଟିବା ସୁନ୍ଦର ହେବା ସହ ଜଡିତ। ଯେହେତୁ ଏହା ଶୋକ ସମୟ, ସେଥିପାଇଁ ଚୁଟି, ନଖ ଆଦି କାଟିବାକୁ ବାରଣ କରାଯାଇଥାଏ। କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଗ୍ରନ୍ଥରେ ଏ ସମ୍ବନ୍ଧରେ କିଛି ଉଲ୍ଲେଖ ନାହିଁ। ଏହା କେବଳ ଲୋକଙ୍କ କହିବା କଥା କିମ୍ବା କାହାର ଅଭିଜ୍ଞତାରୁ ପ୍ରେରିତ ହୋଇଥିବ କଥା ଯାହା ବର୍ତ୍ତମାନ ପରମ୍ପରା ପାଲଟି ଯାଇଛି।

କୁହାଯାଏ ଯେ ପିତୃ ପକ୍ଷରେ ଅନେକ ଜିନିଷ ବାରଣ କରାଯିବା ଉଚିତ। ନଚେତ ପୂର୍ବଜ ରାଗିଯାଆନ୍ତି। ଏହି ସମୟରେ ପିଆଜ ରସୁଣ ଖାଇବା ଉଚିତ ନୁହେଁ ବୋଲି କୁହାଯାଏ। କାରଣ ଏସବୁ ତାମସିକ ଭୋଜନ ଅନ୍ତର୍ଭୁକ୍ତ। ସେଥିପାଇଁ ପିତୃ ପକ୍ଷ ସମୟରେ ପିଆଜ ରସୁଣ ବାରଣ କରନ୍ତି। ଏହାସହ ଆମିଷ ଓ ମଦ୍ୟପାନ ମଧ୍ୟ ସେବନ କରିବା ଅନୁଚିତ।

{"id":510419,"sizeSlug":"full","linkDestination":"none"}

ପିତୃ ପକ୍ଷ ସମୟରେ ବାସି ଖାଦ୍ୟ ମଧ୍ୟ ଖାଇବା ଅନୁଚିତ। ଭୋଜନରେ ମଶୁରି ଡାଲି ବ୍ୟବହାର କରିବା ଉଚିତ ନୁହେଁ। ଶ୍ରାଦ୍ଧରେ ଡାଲି, ଭାତ, ରୁଟି ଆଦି ଦିଆଯାଇନାହିଁ ବୋଲି କୁହାଯାଏ। ଦହି ବରା, କଚୋଡ଼ି ଆଦି ତିଆରି କରିବାକୁ ବିରି ଡାଲି ଓ ମୁଗ ଡାଲି ବ୍ୟବହାର କରଯାଏ। ପିତୃ ପକ୍ଷ ସମୟରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ। ସ୍ୱାମୀ-ସ୍ତ୍ରୀଙ୍କୁ ସଂଯମ ରକ୍ଷା କରିବା ଉଚିତ। ପୂର୍ବଜ ଶ୍ରାଦ୍ଧ ସମୟରେ ଘରେ ହିଁ ରୁହନ୍ତି ବୋଲି କୁହାଯାଏ। ସେଥିପାଇଁ ସଂଯମ ରକ୍ଷା କରିବା ଜରୁରୀ। ଘରେ ଶାନ୍ତି ବଜାୟ ରଖିବା ଉଚିତ। ବାଦ-ବିବାଦ କିମ୍ବା ଝଗଡା ଆଦିରୁ ଦୁରେଇ ରହିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.