ବିଲେଇ ଶୁଭ ନା ଅଶୁଭର ସଂକେତ ,ଆସନ୍ତୁ ଜାଣିବା

Published By : Prameya-News7 Bureau | December 12, 2018 IST

ଭାରତ କାହିଁକି ସାରା ବିଶ୍ଵରେ ଅନ୍ଧବିଶ୍ଵାସ ସବୁ ଯୁଗେଯୁଗେରହିଛି । ବିଭିନ୍ନ ଜୀବଜନ୍ତୁକୁ ନେଇ ରହିଥିବା ଆମର ଧାରଣା ପ୍ରାୟ ସବୁ ମଣିଷଙ୍କ ପାଖରେ ରହିଛି ।କେଉଁ ଜୀବକୁ ଦେଖିଲେ ଶୁଭ ,କେତେବେଳେ ଦେଖିଲେ ଶୁଭ, କେଉଁ ଜୀବକୁ ଦେଖିଲେ ଅଶୁଭ ଆଦି ଧାରଣା ଆମମନ ଭିତରେ ବି ଥାଏ ।ସେଇଭଳି ଗୋଟେ  ପ୍ରାଣୀ ହେଲା ବିଲେଇ , ଯାହାକୁ ଦେଖିଲେ କିଛି ଲୋକ ଅଶୁଭ ବୋଲି ବିବେଚନା କରୁଛନ୍ତି । ହେଲେ କିନ୍ତୁ କିଛି ଲୋକଘରେ ବିଲେଇ ରଖିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଆଦୌ ପସନ୍ଦ କରୁ ନ ଥାନ୍ତି । ବିଲେଇରଖିବାକୁ ନେଇ କଣ ଅଛି କାରଣ ଆସନ୍ତୁ ଜାଣିବା ।

{"id":63000,"width":581,"height":387}

କେବଳ ଆମଦେଶ କାହିଁକି ବିଦେଶରେ ମଧ୍ୟ ବିଲେଇକୁ ନେଇ ଅଛି ବିଭିନ୍ନ ଅନ୍ଧବିଶ୍ଵାସ । ସେମିତି ମଧ୍ୟ ୟୁରୋପରେ ଏମିତି କିଛି ଅନ୍ଧବିଶ୍ଵାସ ଅଚି । ରାସ୍ତାରେ ଯାଉଯାଉ କାହା ଆଗରେ ଯଦି  ବିଲେଇଟିଏ ମରିଯାଏ,ତାହେଲେ ସେମାନେ ବିଶ୍ଵାସ କରନ୍ତି ମରିଯାଇଥିବା ବିଲେଇଟିର ଆତ୍ମା ଶତ୍ରୁ ରୂପେ ଉଭା ହୋଇଥାଏ । ଯାହା ମୁଣ୍ଡଉପରେ ବିପଦର ପଡ଼ିବାର ଆଶଙ୍କା ଥାଏ ବୋଲି ସେଠାକାର ଲୋକ ବିଶ୍ଵାସ କରନ୍ତି ।

ଆହୁରି ମଧ୍ୟ କିଛି ଲୋକ ବିଲେଇକୁ ଶୁଭ ବୋଲି ମାନିଥାନ୍ତି। କେହିକେହି ପରୋପକାରୀ ପ୍ରାଣୀ ବୋଲି ଭାବନ୍ତି ।କେହି କେହି ବି ପୂଣ୍ୟାତ୍ମାଙ୍କ ପୂର୍ବଜ ବୋଲିବିଲେଇକୁ ମାନିଥାନ୍ତି ।

{"id":63001,"width":589,"height":392}

କିଛି ଲୋକ ବି କଳା ବିଲେଇକୁ ଯାତ୍ରାସମୟରେ ଦେଖିଲେ ଅଶୁଭବୋଲି ବିବେଚନା କରିଥାନ୍ତି ।

ଏମିତି ବି କିଛି ଲୋକ କହନ୍ତି, ଯଦି କାହାର ପିଲା ରୋଗଶର୍ଯ୍ୟାରେପଡ଼ିଛି ସେ ଯଦି କଳା ବିଲେଇ ଦେଖେ ତାହେଲେ ଶ୍ରୀଘ୍ର ଭଲ ହୋଇଯାଏ ।ଆୟାରଲାଣ୍ଡ ଦେଶର ଲୋକଙ୍କ ବିଶ୍ଵାସଟିକେ ଅଲଗା ପ୍ରକାରର । ସେମାନେ ବିଶ୍ଵାସ ରଖନ୍ତି ଯଦି କେହି କୌଣସି କାରଣରୁ କଳା ବିଲେଇଟିଏ ମାରିଦିଏ, ତାହେଲେ ୧୭ ବର୍ଷ ପର୍ଯ୍ୟନ୍ତ ର୍ଦୁଭାଗ୍ୟ ଛାଡ଼ି ଯାଏନାହିଁ ।

ଯଦି କଳା ବିଲେଇଟିଏ ଜହ୍ନରାତିରେ ଆଗରେ ଚାଲିଯାଏ, ମୃତ୍ୟୁ ନିଶ୍ଚିତ ବୋଲି ଆଉ କେହିକେହି ବିଶ୍ଵାସ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.