ଚା’ ପିଇବା ପସନ୍ଦ କି ? ଖାଆନ୍ତୁ ନାହିଁ ଚା ସହ ଏସବୁ ଜିନିଷ , ନଚେତ୍…
24/05/2023 at 9:36 AM

ନୂଆଦିଲ୍ଲୀ ୨୪।୦୫: ଆଜିର ବ୍ୟସ୍ତ ବହୁଳ ଜୀବନରେ ଲୋକେ ଚା’ ପିଇବାକୁ ପସନ୍ଦ କରିଥାଆନ୍ତି । କପେ ଚା’ ପିଇଦେଲେ ଅନୁଭୂତ ହୋଇଥାଏ ଫୂର୍ତ୍ତିଲା । ଯଦି ଚା’ ପିଇବାକୁ ପସନ୍ଦ କରନ୍ତି ତେବେ ଏ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । ନଚେତ୍ ବିଗିଡ଼ି ପାରେ ସ୍ବାସ୍ଥ୍ୟବସ୍ଥା । ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସହ ଚା’ ପିଇବା ଉଚିତ୍ ନୁହେଁ।

ବିଶେଷଜ୍ଞଙ୍କ ଅନୁଯାୟୀ, ଗରମ ଚା ପିଇବା ପରେ ଅତି କମରେ ଅଧ ଘଣ୍ଟା ପର୍ଯ୍ୟନ୍ତ କୌଣସି ଥଣ୍ତା ଖାଦ୍ୟ ବା ପାନୀୟ ପିଇବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ ।

ଚା’ ପିଇବା ସମୟରେ ହଳଦୀଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏପରି କଲେ ଗ୍ୟାସ, କୋଷ୍ଠକାଠିନ୍ୟ, ଝାଡ଼ା ଭଳି ସମସ୍ୟା ଦେଖାଦେଇଥାଏ।

ସାଧାରଣତଃ ଶୁଣିଥିବେ ଅନେକ ଚା ପିଇବା ସମୟରେ ବେସନରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଯଦି ଏପରି କରୁଛନ୍ତି ତେବେ ଏଥିରୁ ଦୂରେଇ ରୁହନ୍ତୁ । କାରଣ ବେସନ ମିଶିବାରେ ଶରୀରରେ ପୋଷକ ତତ୍ତ୍ବ ଗ୍ରହଣ କରିବାର କ୍ଷମତାକୁ ହ୍ରାସ କରିଥାଏ । ଏହି କାରଣରୁ ପେଟ ବ୍ୟଥା ସମସ୍ୟା ମଧ୍ଯ ଦେଖା ଦେଇଥାଏ ।

ଅନେକ ଲୋକେ ଲେମନ୍ ଟି ପିଇବାକୁ ପସନ୍ଦ କରିଥାଆନ୍ତି । ହେଲେ ଖାଲି ପେଟରେ ଲେମନ୍ ଟି ପିଇବା ଆଦୌ ଉଚିତ୍ ନୁହେଁ । ଚା’ ସହ ଲେମ୍ବୁର ମିଶ୍ରଣ ଦ୍ବାରା ଏସିଡ଼ିଟି, ଛାତିରେ ଜଳପୋଡ଼ା ଓ ହୃଦଘାତ୍ ସମସ୍ୟା ଦେଖାଦେଇଥାଏ ।ତେଣୁ ଏଥିରୁ ବର୍ତ୍ତିବା ଆବଶ୍ୟକ ।