ଧୋନୀ କୌଣସି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କହିନଥାନ୍ତି, ମାହିଙ୍କ ବିଷୟରେ ଏମିତି କାହିଁକି କହିଲେ ପନ୍ତ ?
2/05/2020 at 5:18 PM

ନୂଆଦିଲ୍ଲୀ, ୦୨|୦୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟର ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ଦୂରରେ ରହିଛନ୍ତି । ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେ ଆଉ କ୍ରିକେଟ ଖେଳିବେ ନା ନାହିଁ ତାକୁ ନେଇ ଆଶା ଆଶଙ୍କା ଲାଗି ରହିଛି । ତେବେ ଧୋନୀଙ୍କୁ ମାର୍ଗ ଦର୍ଶକ ମାନୁଥିବା ଋଷଭ ପନ୍ତ କ୍ୟାପଟେନ୍ କୁଲଙ୍କ ଉପରେ ଏକ ବଡ ବୟାନ ଦେଇଛନ୍ତି ।
ପନ୍ତ କହିଛନ୍ତି ଯେ, ଧୋନୀ ନିଜ ଅନ୍ଦାଜରେ ଯୁବ ଖେଳାଳିଙ୍କୁ ସାହାଯ୍ୟ କରିଥାନ୍ତି । କିନ୍ତୁ ସେ କୌଣସି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ଦେବା ବଦଳରେ ନିଜେ ଏହାକୁ ସାମ୍ନା କରିବା ପାଇଁ ପରାମର୍ଶ ଦେଇଥାନ୍ତି ।
୨୨ ବର୍ଷୀୟ ପନ୍ତଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଏ । କିନ୍ତୁ ଏବେ ଦିନିକିଆ କ୍ରିକେଟରେ କେଏଲ ରାହୁଲ ପନ୍ତଙ୍କ ସ୍ଥାନ ନେଇଛନ୍ତି । ଏବେ ପନ୍ତଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ସଙ୍ଘର୍ଷ କରିବାକୁ ପଡୁଛି ।
ପନ୍ତ ଆଇପିଏଲରେ ନିଜ ଦଳ ଦିଲ୍ଲୀ କ୍ୟାପିଟାଲ୍ସ୍ ସହ ଇନଷ୍ଟାଗ୍ରାମରେ ଚାଟ୍ କରି କହିଛନ୍ତି ଯେ, ଧୋନୀ ପଡିଆ ବାହାରେ ଓ ଭିତରେ ତାଙ୍କୁ ମାର୍ଗ ଦର୍ଶନ କରିଥାନ୍ତି । କୌଣସି ସମସ୍ୟାର ସମାଧାନ ପାଇଁ ସେ ଧୋନୀଙ୍କୁ ଯୋଗଯୋଗ କରିଥାନ୍ତି । କିନ୍ତୁ ସେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସମାଧାନର ରାସ୍ତା କହିନଥାନ୍ତି ବରଂ ନିଜେ ଖୋଜି ବାହାର କରିବାକୁ ପ୍ରୋତ୍ସାହିତ କରିଥାନ୍ତି । ଏହା ଏଥିପାଇଁ ସେ କୁହନ୍ତି କାରଣ କେହି ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ନରୁହନ୍ତୁ ବୋଲି ସେ ଚାହାଁନ୍ତି ।