କୋଭିଡ୍ ପରବର୍ତ୍ତୀ ସ୍ଥିତି ସଂଘାତିକ; ଯୁବପୀଢିଙ୍କୁ ଘାରିଛି କ୍ୟାରିୟର ଚିନ୍ତା, ସରକାରୀ ଚାକିରିକୁ ପ୍ରାଥମିକତା

Published By : Prameya-News7 Bureau | July 28, 2023 IST

ନୂଆଦିଲ୍ଲୀ: ପୋଷ୍ଟ କୋଭିଡ ଅତ୍ୟନ୍ତ ଚିନ୍ତା ଜନକ । ଯୁବପିଢୀଙ୍କୁ ଏହା ଭୟଭୀତ  କରିଛି । ଚାକିରି ସ୍ଥିରତା ଆଶଙ୍କା ସୃଷ୍ଟି କରିଛି । ପାଠପଢ଼ାରେ ପରେ କ୍ୟାରିୟର, ଚାକିରିକୁ ନେଇ ଚିନ୍ତାରେ ରହୁଛନ୍ତି । ବିଶେଷ କରି ଘରୋଇ ସଂସ୍ଥାରେ ଜବ୍ ଅପେକ୍ଷା ବ୍ୟବସାୟ ଏବଂ ସରକାରୀ ଚାକିରିକୁ ପ୍ରାଥମିକତା ଦେଉଛନ୍ତି ଯୁବପିଢୀ । ଦି ସେଣ୍ଟର ଫର୍ ଦି ଷ୍ଟଡି ଡେଭଲୋପିଂ ସୋସାଇଟର ଦ୍ବାରା ଅଧ୍ୟୟନ ରିପୋର୍ଟରେ ପ୍ରକାଶ ପାଇଛି । ଦେଶର ୧୮ଟି ରାଜ୍ୟକୁ ନେଇ ଏଭଳି ଗବେଷଣା ରିପୋର୍ଟ ପ୍ରକାଶ କରିଛନ୍ତି ।   

wp:embed {"url":"https://www.prameyanews7.com/kyiv-claims-success-as-southern-fighting-intensifies/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kyiv-claims-success-as-southern-fighting-intensifies/
/wp:embed

ଏହି ଅଧ୍ୟୟନ ରିପୋର୍ଟରେ ପ୍ରକାଶ ପାଇଛି ଯେ, ପ୍ରତି ୫ଜଣ ଯୁବପିଢୀଙ୍କ ମଧ୍ୟରେ ତିନି ବେସରକାରୀ ଚାକିରି ଅପେକ୍ଷା  ସରକାରୀ ଚାକିରି ଓ ବ୍ୟବସାୟ ପ୍ରତି ଆକର୍ଷିତ ହେଉଛନ୍ତି । ଏହା ସହିତ କୋଭିଡ୍ ସମୟରେ ଯୁବବର୍ଗ ସାମ୍ନା କରୁଥିବା ସମସ୍ୟାକୁ ନେଇ ରିପୋର୍ଟରେ ଆଲୋକପାତ କରାଯାଇଛି । ମହାମାରୀ କୋଭିଡ୍ ସମୟରେ ଅର୍ଥିକ ସମସ୍ୟା ଯୁବଗୋଷ୍ଠୀଙ୍କ ମାନସିକ ଦୁଶ୍ଚିନ୍ତାର ଅନ୍ୟ ଏକ କାରଣ ବୋଲି କୁହାଯାଇଛି ।

{"id":823153,"width":822,"height":630,"sizeSlug":"full","linkDestination":"none"}

୯,୩୧୬ ଜଣଙ୍କୁ ନେଇ ଗତବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ଦି ସେଣ୍ଟର ଫର୍ ଦି ଷ୍ଟଡି ଡେଭଲୋପିଂ ସୋସାଇଟ୍ ସର୍ଭେ କରିଥିଲା । ବିଶେଷ କରି ୧୫ରୁ ୩୪ବର୍ଷ ବୟସ୍କ ମଧ୍ୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଏହି ଗବେଷଣାରେ କରି ୫ଟି ସନ୍ଦର୍ଭକୁ ନେଇ ହୋଇଥିଲା । ଏହି ଅଧ୍ୟୟନରେ କ୍ୟାରିୟର, ଶିକ୍ଷା, ସାମାଜିକ ଚଳନି, ଖାଦ୍ୟପେୟ, ସ୍ବାସ୍ଥ୍ୟ, ମାନସିକ ସ୍ଥିତି, ଜୀବନ ଶୈଳି ଆଦି ସାମିଲ ଥିଲା ।

{"id":823154,"width":828,"height":591,"sizeSlug":"full","linkDestination":"none"}

କୋଭିଡ୍ ପରବର୍ତ୍ତୀ ସ୍ଥିତି ଯୁବୁପୀଢିଙ୍କ ଉପରେ ପଡ଼ୁଛି । ଜୀବନ ଶୈଳି ଓ ବିଚାର ଧାରାକୁ ଏହା ପ୍ରଭାବିତ କରୁଛି। ଶିକ୍ଷା କ୍ଷେତ୍ରରେ କଳା ଓ ହ୍ୟୁମାନିଟି ମଧ୍ୟରୁ ୩୫ ପ୍ରତିଶତ ଲୋକ ହ୍ୟୁମାନିଟି, ୨୦ ପ୍ରତିଶତ ବିଜ୍ଞାନ, ୮ ପ୍ରତିଶତ ବାଣିଜ୍ୟ ଓ ମାନେଜମେଣ୍ଟ ଏବଂ ୫ ପ୍ରତିଶତ ଇଞ୍ଜିନିୟରିଂ କ୍ଷେତ୍ରକୁ ବାଛୁଛନ୍ତି । ସେହିପରି କ୍ୟାରିୟର କ୍ଷେତ୍ରରେ ୨୩ ପ୍ରତିଶତ ଯୁବବର୍ଗ ସ୍ବରୋଜଗାର ସମ୍ପନ୍ନ ଏବଂ ୧୬ ପ୍ରତିଶତ ଡାକ୍ତର ଓ  ଇଞ୍ଜିନିୟରଂ କ୍ଷେତ୍ର ପ୍ରତି ଆକର୍ଷିତ ହେଇଛନ୍ତି । ସେହିପରି ୧୫ ପ୍ରତିଶତ ଚାଷ ଉପରେ ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ କରି ଯୁବବର୍ଗ ବେସରକାରୀ ଚାକିରି ଆପେକ୍ଷା ସରକାରୀ ଚାକିରି ଓ ବ୍ୟବସାୟ ପ୍ରତି ଆକର୍ଷିତ ହେଉଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.