କେତେ ଘାତକ ଓ୍ୱେଷ୍ଟ ନାଇଲ ଭାଇରସ, ଯାହା କେରଳରେ ନେଇଛି ପ୍ରଥମ ଜୀବନ

Published By : Prameya-News7 Bureau | May 30, 2022 IST

ନୂଆଦିଲ୍ଲୀ ୩୦/୦୫: କେରଳରେ ଟମାଟୋ ଫ୍ଲୁ ପରେ ଏବେ ଓ୍ୱେଷ୍ଟ ନାଇଲ ଭାଇରସ ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଶିକାର ହୋଇ ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତିନି ବର୍ଷ ପରେ ଏହି ଭୂତାଣୁ ଯୋଗୁଁ କେରଳରେ ମୃତ୍ୟୁ ହୋଇଛି । ଏହାପୂର୍ବରୁ ୨୦୨୯ ରେ ଜଣେ ୬ ବର୍ଷର ଶିଶୁ ମଧ୍ୟ ଏହି ଜ୍ୱରରେ ମୃତ୍ୟୁ ବରଣ କରିଥିଲା ।

ସୂତ୍ରରୁ ପ୍ରକାଶ ଯେ ଏହି କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କଠାରେ ମେ ୧୭ ରେ ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଦେଇଥିଲା । ତଙ୍କ ସାମାନ୍ୟ ଲକ୍ଷଣ ଦେଖେଦେବାରୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଓ୍ୱେଷ୍ଟ ନାଇଲ ଭାଇରସରେ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କତା ଅବଲମ୍ବନ କରିଛି । ଏହା ପରେ ସେହି ବ୍ୟକ୍ତି ରହୁଥିବା ସ୍ଥାନକୁ ଏକ ଡାକ୍ତରୀ ଦଳ ମଧ୍ୟ ପଠାଯାଇଛି ।

ଏଠାରେ ନମୁନା ନିଆଯାଉଛି । ଯେହେତୁ ଏହି ଭୂତାଣୁ ମଶା ଦ୍ୱାରା ବିସ୍ତାର ହୋଇଛି, ତେଣୁ ମଶା ପ୍ରଜନନ ସ୍ଥାନଗୁଡିକ ବିଲୋପ କରାଯାଉଛି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ଯେ ମଶାମାନଙ୍କୁ ପ୍ରଜନନ ବନ୍ଦ କରିବାକୁ କିଛି ପଦକ୍ଷେପ ନେବାକୁ ପଡିବ । ଏହାସହ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.