ସମାନ ନାଗରିକ ସଂହିତା କ'ଣ ? ଏହା ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ ଉତ୍ତରାଖଣ୍ଡ

Published By : Prameya-News7 Bureau | March 25, 2022 IST

ନୂଆଦିଲ୍ଲୀ, ୨୫/୦୩ : ସମାନ ନାଗରିକ ସଂହିତା ଅର୍ଥାତ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗୁରୁବାର ଏହାର ଘୋଷଣା କରିଛନ୍ତି। ସମାନ ନାଗରିକ ସଂହିତା ସାରା ଦେଶରେ ସମାନ ଆଇନ ପ୍ରସ୍ତୁତ ଏବଂ ଲାଗୁ କରିବାକୁ ଆହ୍ୱାନ ଦେଇଥାଏ। ଏହି ଆଇନ ବିବାହ, ଛାଡପତ୍ର, ସମ୍ପତ୍ତିର ଉତ୍ତରାଧିକାରୀ, ପୋଷ୍ୟ ଗ୍ରହଣ କରିବା ଏବଂ ଏହିପରି ଅନ୍ୟ ମାମଲାରେ ସବୁ ଧାର୍ମିକ ସମୁଦାୟ ଉପରେ ସମାନ ଆଇନ ଲାଗୁ କରିଥାଏ। ସମାନ ନାଗରିକ ସଂହିତା ଭାରତୀୟ ସମ୍ୱିଧାନର ପାର୍ଟ ୪, ଧାରା ୪୪ରେ ସ୍ପଷ୍ଟ ରୁପେ ଉଲ୍ଲେଖ ରହିଛି ଯେ, ଦେଶ ଭାରତର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ସମାନ ନାଗରିକ ସଂହିତାକୁ ସୁନିଶ୍ଚତ କରିବ। ଭାରତରେ ସମାନ ନାଗରିକ ସଂହିତା ଉପରେ ପ୍ରଥମ ଥର ପାଇଁ ୨୦୧୯ରେ ଏକ ୟୁସିସି ଗଠନ ପାଇଁ ଯାଚିକା ଦାଖଲ କରାଯାଇଥିଲା ।

୧୮୩୫ ମସିହାରେ ବ୍ରିଟିଶ ସରକାର ଭାରତରେ ୟୁନିଫର୍ମ ସିଭିଲ କୋଡର ଆବଶ୍ୟକତା ଉପରେ ଜୋର ଦେଇ ନିଜର ରିପୋର୍ଟ ପ୍ରସ୍ତୁତ କରିଥିଲା। ଏହାପରେ ହିନ୍ଦୁ ଏବଂ ମୁସଲମାନଙ୍କ ପର୍ସନଲ ଲ’କୁ ଏହାଠୁ ଅଲଗା ରଖାଯିବାକୁ ପରାମର୍ଶ ଦିଆଯାଇଥିଲା। ୧୯୪୧ ମସିହାରେ ହିନ୍ଦୁ ଆଇନ ପାଇଁ ବି.ଏନ ରାଓଙ୍କ କମିଟି ଗଠନ କରାଯାଇଥିଲା। ହିନ୍ଦୁ କମିଟିର କାମ ଥିଲା ସାମାନ୍ୟ ହିନ୍ଦୁ ଆଇନର ଆବଶ୍ୟକତାର ପ୍ରଶ୍ନର ଯାଞ୍ଚ କରିବା। କମିଟି ଶାସ୍ତ୍ର ଅନୁସାରେ, ଏକ ହିନ୍ଦୁ ଆଇନ ପାଇଁ ପରମର୍ଶ ଦେଇଥିଲା। ଯାହା ମହିଳାମାନଙ୍କୁ ସାମନ୍ୟ ଅଧିକାର ପ୍ରଦାନ କରିବ । ୧୯୩୭ ଅଧିନିୟମର ସମୀକ୍ଷା ପରେ କମିଟି ହିନ୍ଦୁ ବିବାହ ଏବଂ ଉତ୍ତାରାଧିକାରୀ ନାରଗିକ ସଂହିତା ପାଇଁ ପରାମର୍ଶ ଦେଇଥିଲା ।

ଭାରତୀୟ ସମ୍ୱିଧାନର ଧାରା ୪୪ ଅନୁସାରେ ଦେଶ ଭାରତର ସମଗ୍ର ଅଞ୍ଚଳରେ ଗୋଟିଏ ସମାନ ନାଗରିକ ସଂହିତା ପ୍ରଦାନ କରିବାକୁ ପ୍ରୟାସ କରିବ। ଏହାର ଉଦ୍ଦେଶ୍ୟ ହେଉଛି ଦୁର୍ବଳ ଏବଂ ପଛୁଆ ଲୋକଙ୍କ ସହ ଭେଦଭାବ ଦୂର କରିବା ଏବଂ ବିବିଧତା ମଧ୍ୟରେ ଦେଶରେ ସାଂସ୍କୃତିକ ସମାନତା ସ୍ଥାପନ କରିବା।

ସମ୍ୱିଧାନ ପ୍ରଣେତା ବି.ଆର. ଆମ୍ୱେଦକର ହିନ୍ଦୁ କୋଡ ବିଲର ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ। ବିଲର ଉଦ୍ଦେଶ୍ୟ ହିନ୍ଦୁ ଆଇନରେ ସୁଧାର କରିବା। ଏଥିରେ ବିବାହ ବିଛେଦକୁ ବୈଧ କରିବା, ବହୁ ବିବାହର ବିରୋଧ, ଝିଅମାନଙ୍କୁ ଉତ୍ତରାଧିକାର ଅଧିକାର ପ୍ରଦାନ କରାଯାଇଥିଲା । ଏହାର ତୀବ୍ର ବିରୋଧ ମଧ୍ୟରେ, ଚାରୋଟି ଭିନ୍ନ ଭିନ୍ନ ଆଇନ ମଧ୍ୟରେ ଏକ ମିଶ୍ରିତ ସଂସ୍କରଣ ପାରିତ ହୋଇଥିଲା । ହିନ୍ଦୁ ଉତ୍ତରାଧିକାରୀ ଆଇନ ୧୯୫୬ ପୈତୃକ ସମ୍ପତ୍ତିରେ ଝିଅଙ୍କୁ ଅଧିକାର ପ୍ରଦାନ କରୁ ନଥିଲା । କେବଳ ଅବିଭକ୍ତ ହିନ୍ଦୁ ପରିବାରଠାରୁ ଭରଣ ପୋଷଣ ପାଇଁ ଦାବି କରିପାରୁଥିଲେ । କିନ୍ତୁ ଏହି ଅସମାନତାକୁ ୨୦୦୫ ଡିସେମ୍ୱର ୯ ତାରିଖରେ ସଂଶୋଧନ କରି ହଟାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ୭୩ ବର୍ଷର ଜଣେ ମୁସଲିମ ମହିଳା ସାହା ବାନୋଙ୍କୁ ତାଙ୍କ ସ୍ୱାମୀ ତିନି ତଲାକ ଦେଇଥିଲେ। ଏହାସହ ଭରଣ ପୋଷଣ ଦେବାକୁ ମଧ୍ୟ ମନା କରିଥିଲେ। ଏହାପରେ ମାମଲା ତଳ କୋର୍ଟରୁ ଆରମ୍ଭ ହୋଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ୧୯୮୫ରେ ଅଖିଳ ଭାରତୀୟ ଅପରାଧ ସଂହିତାର ଧାରା ୧୨୫ ଅନୁସାରେ ସାହା ବାନୋଙ୍କ ସପକ୍ଷରେ ରାୟ ଦେଇଥିଲେ । ଯାହା ଧର୍ମ ବାହାରେ ସମସ୍ତ ନାଗରିକଙ୍କ ଉପରେ ଲାଗୁ ହୋଇଥାଏ । ଏହାସହ ଏକ ସମାନ ନାଗରିକ ସଂହିତା ସ୍ଥାପନା କରିବାକୁ ପରମର୍ଶ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.