୪ଥର ଏଆଇସିସିର ଦ୍ବାରସ୍ତ ହେଲେଣି, ହେଲେ ଇସ୍ତଫା ଗ୍ରହଣ ହେଉନି ବୋଲି କହିଲେ ନିରଞ୍ଜନ
12/08/2019 at 7:50 PM

ଭୁବନେଶ୍ବର୧୨|୮; କଂଗ୍ରେସ ମୁଖିଆ ପରେ ସୋନିଆ ଗାନ୍ଧି ରିଟଣ୍ଣ ପରେ ଏବେ ରାଜ୍ୟ କଂଗ୍ରେସର ଦିଶା ଓ ଦଶାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ପିସିସି ସଭାପତି ଭାବେ କଂଗ୍ରେସକୁ ସବୁଠାରୁ ବଡ଼ ବିପର୍ଯ୍ୟୟ ଦେଇଥିବା ନିରଞ୍ଜନ ପଟ୍ଟନାୟକ ପଦ ଛାଡ଼ିବେ ବୋଲି ବାରମ୍ବାର କହୁଛନ୍ତି। ଆଜି ନିରଞ୍ଜନ କହିଛନ୍ତି, ଦୀର୍ଘଦିନ ଇସ୍ତଫା ଦେବା ପରେ ଗ୍ରହଣ କରିବାକୁସେ ୪ଥର ଏଆଇସିସିର ଦ୍ବାରସ୍ତ ହେଲେଣି ହେଲେ ଗ୍ରହଣ ହେଉନି। ଚର୍ଚ୍ଚା ହେଉଛି ଏଆଇସିସିସ ପାଖରେ ରିଜ୍ୟୁମ ପହଞ୍ଚିନି । ଯେଉଁଥିପାଇଁ ପରିବର୍ତ୍ତନ ହେଉନି।

ରିଜାଇନ ଦେଇଛନ୍ତି ନେକ୍ସଟ ରିଜ୍ୟୁମ ଆସିନି। ଏମିତି ଅଧାରେ ଅଟକିଛି ରାଜ୍ୟ କଂଗ୍ରେସର ଦିଶା ଓ ଦଶା । କେନ୍ଦ୍ରରେ ସୋନିଆ ଗାନ୍ଧି ଲେଉଟିଲେ । ହେଲେ ରାଜ୍ୟ କଂଗ୍ରେସ ଭାଗ୍ୟ ସେମିତି ଝୁଲିଛି। ସାଧାରଣ ନିର୍ବାଚନ ପରେ କଂଗ୍ରେସ ଶୋଚନୀୟ ବିପର୍ଯ୍ୟୟ ପାଇଁ ନିଜୁ ମୁଣ୍ଡକୁ ଦାୟିତ୍ବ ନେଇ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ନିରଞ୍ଜନ ପଟ୍ଟନାୟକ । ହେଲେ ତାଙ୍କ ଇସ୍ତଫା ଗ୍ରହଣ ହେଉନି। ଇସ୍ତଫା ଗ୍ରହଣ ପାଇଁ ସେ କୁଆଡ଼େ ୪ଥର ଏଆଇସସିସିକୁ ଗୁହାରି କରିସାରିଲେଣି କିନ୍ତୁ ତାଙ୍କ କଥା କେହି ଶୁଣୁନାହାନ୍ତି।

କାହିକିଁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ପତ୍ର ଗ୍ରହଣ ହେଉନି। ପିସିସି ସଭାପତି ହେବାକୁ କେହି ଦାବିଦାର ନାହାନ୍ତି କି। ନା ଏଆଇସିସି ପାଖରେ ପହଞ୍ଜିନି କାହାର ରିଜ୍ୟୁମ। ପ୍ରସାଦ ହରିଚନ୍ଦନକୁ ପିସିସି ସଭାପତି ପଦରୁ ହଟାଇବା ବେଳେ ନିରଞ୍ଜନ ପଟ୍ଟନାୟକ ଦାବିଦାର ଥିଲେ। ହେଲେ ଏବେ କେହି ପିସିସି ସଭାପତି ହେବାକୁ ଆଗକୁ ଆସୁନାହାନ୍ତି। କାରଣ ଏବେ ମୁଣ୍ଡ ଉପରେ ଆଉ ନିର୍ବାଚନ ନାହିଁ। ସେପଟେ ସବୁ ଛାମୁଆ ସଙ୍ଗଠନ ପଦପଦବୀ ଖାଲି ପଡିଛି। ମହିଳା କଂଗ୍ରେସ ସଭାନେତ୍ରୀ, ଛାତ୍ର କଂଗ୍ରେସ ସଭାପତି, ଏସସିଏସଟି ସେଲ ମୁଖିଆ ପଦବୀ ଦୀର୍ଘ ଦିନ ହେଲା ଫାଙ୍କା ପଡିଛି।

ସେପଟେ ଏଆଇସିସିରେ ଅଧ୍ୟକ୍ଷ କନ୍ଦଳ ସିନା ତୁଟିଲା କିନ୍ତୁ କଂଗ୍ରେସରୁ କେଁ ହଟିନି। ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରେ ଦଳର ନେତା ପଦରୁ ହଟାଇବା ଲାଗି ଦଳରେ ଉଠିଲାଣି ଦାବି। ତାଙ୍କ ବଦଳରେ ଶଶୀଥରୁ ଲୋକସଭାରେ ଦଳର ନେତା କରିବା ଲାଗି ସୁନିଲ ଜାଖର ଦାବି କରିଛନ୍ତି।
