ସରକାରଙ୍କ ସବୁ ନିଷ୍ପତ୍ତି ଠିକ୍‌ ହେଲେ ଅଦାଲତର କ’ଣ ଆବଶ୍ୟକ, ପ୍ରଧାନ ବିଚାରପତିଙ୍କ ଟିପ୍ପଣୀ

Published By : Prameya-News7 Bureau | October 18, 2023 IST

ନୂଆଦିଲ୍ଲୀ: ଲୋକତନ୍ତ୍ରକୁ କେବଳ ନିର୍ବାଚନୀ ଦୃଷ୍ଟିରୁ ଦେଖାଯାଇପାରିବ ନାହିଁ । ଯଦି ସାଂସଦ ଏବଂ ସରକାରଙ୍କ ତରଫରୁ ନିଆଯାଇଥିବା ସବୁ ନିଷ୍ପତ୍ତି ଲୋକତାନ୍ତ୍ରିକ ହେବ ତାହାଲେ ଅଦାଲତର କ’ଣ ଆବଶ୍ୟକ ରହିବ । ସମଲିଙ୍ଗୀ ବିବାହ ମାମଲାରେ ଶୁଣାଣି କରିବା ସମୟରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏହି ଟିପ୍ପଣୀ କରିଛନ୍ତି।

ପ୍ରକୃତରେ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଓକିଲ କହିଥିଲେ ଯେ, ‘‘ଅଦାଲତ ଏଲଜିବିଟିଙ୍କ ଅଧିକାରର ନିଷ୍ପତ୍ତି ଦେଇପାରିବେନି। ଏଭଳି କରିବା ଲୋକତାନ୍ତ୍ରିକ ହେବନାହିଁ। ଆଉ ଏହାର ଜବାବରେ ଏଭଳି କହିଥିଲେ ପ୍ରଧାନ ବିଚାରପତି। ପ୍ରଧାନ ବିଚାରପତି ନିଜ ନିଷ୍ପତ୍ତିରେ କହିଛନ୍ତି ‘ଯଦି ନିର୍ବାଚିତ ସରକାର ସବୁ ନିଷ୍ପତ୍ତି ସଂପୂର୍ଣ୍ଣ ଭାବରେ ଲୋକତାନ୍ତ୍ରିକ ଆଉ ମୂଳ ଅଧିକାରର ଉଦ୍ଦେଶ୍ୟକୁ ପୂରା କରୁଛି ତେବେ ଅଦାଲତର କ’ଣ ଆବଶ୍ୟକ, ଯାହାର କାମ ଆଇନର ବ୍ୟାଖ୍ୟା କରିବା।

ଆହୁରି ପଢ଼ନ୍ତୁ: ସମଲିଙ୍ଗୀ ବିବାହ ଅନୁମତିକୁ ସୁପ୍ରିମକୋର୍ଟଙ୍କ ନା; CJI କହିଲେ ଆଇନ ପରିବର୍ତ୍ତନ କୋର୍ଟଙ୍କ ଅଧିକାର ବାହାରେ

ଅଦାଲତର କାମ ହିଁ ହେଉଛି ସରକାର ସମ୍ବିଧାନିକ ମାମଲାରେ ଭୁଲ୍‌ କଲେ ତାହାର ସମୀକ୍ଷା କରିବା।’ ସମ୍ବିଧାନରେ ଲୋକତନ୍ତ୍ରର କୌଣସି ସଂକୀର୍ଣ୍ଣ ପରିଭାଷା ନିର୍ଦ୍ଧାରିତ କରାଯାଇନାହିଁ। ଏହା ସହ ସେ ସମଲିଙ୍ଗୀ ବିବାହ ମାମଲାରେ କେନ୍ଦ୍ର ସରକାରଙ୍କ ରାୟକୁ ମଧ୍ୟ ସଂକୀର୍ଣ୍ଣ କହିଛନ୍ତି।’’

ସୂଚନାଥାଉକି, ସୁପ୍ରିମକୋର୍ଟ ମଙ୍ଗଳବାର ବହୁ ପ୍ରତିକ୍ଷୀତି ସମଲିଙ୍ଗୀ ବିବାହକୁ ମାନ୍ୟତା ମାମଲାର ନିଷ୍ପତ୍ତି ଶୁଣାଇଥିଲେ। କୋର୍ଟ ସମଲିଙ୍ଗୀ ବିବାହର ମାନ୍ୟତା ଦାବି ଖାରଜ କରିବା ସହ କହିଥିଲେ ଯେ, ଏହା ଅଦାଲତର କାମ ନୁହେଁ। ଆମେ ସଂସଦ ଭଳି ଆଇନ ଆଣିପାରିବୁ ନାହିଁ କିମ୍ବା ସଂସଦ ଉପରେ ଚାପ ପକାଇପାରିବୁ ନାହିଁ।’’ ଅବଶ୍ୟ କୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତାକୁ ନେଇ ସରକାରଙ୍କୁ କମିଟି ଗଢ଼ିବାକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟ ପରିସରରେ ସମଲିଙ୍ଗୀ ଯୋଡ଼ି ପରସ୍ପରକୁ ପିନ୍ଧାଇଲେ ମୁଦି, ଅଧିକାର ପାଇଁ ଦାଖଲ କରିଥିଲେ ଆବେଦନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.