ରୟାଲ୍ ଏନ୍‌ଫିଲ୍ଡ ଟାଙ୍କିରେ କାହିଁକି ଲେଖା ଯାଇଥାଏ ନମ୍ବର ?କଣ ରହିଛି ଏହା ପଛର ରହସ୍ୟ...

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ ୨୬।୦୨: ରୟାଲ୍ ଏନ୍‌ଫିଲ୍ଡ । ଭାରତର ସବୁଠାରୁ ଲୋକପ୍ରିୟ ବାଇକ୍‌ କମ୍ପାନୀ। ଅନେକ ବର୍ଷ ହେଲା ଏହା ଲୋକପ୍ରିୟତା ବଜାୟ ରଖିଛି । ଆଉ ଏହି କାରଣରୁ କମ୍ପାନୀ ବାଇକର ଅନେକ ଭାରିଆଣ୍ଟ ଏବଂ  ମଡେଲ ଲଞ୍ଚ କରିଛି । କେବଳ ସିସି ଆଧାରରେ ନୁହେଁ ବରଂ ଡିଜାଇନରେ ମଧ୍ୟ ଅନେକ ପ୍ରକାରର ବାଇକ୍ ଭେଟି ଦେଇଛି ରୟାଲ୍ ଏନ୍‌ଫିଲ୍ଡ ।

{"id":913815,"sizeSlug":"large","linkDestination":"none"}

ସାଧାରଣତଃ ଅନେକ ରୟାଲ୍ ଏନ୍‌ଫିଲ୍ଡର ବାଇକ୍‌ ଦେଖିଥିବେ ଯାହା ନୀଳ କିମ୍ବା ଅଲିଭ୍ ରଙ୍ଗର ଆସିଥାଏ ।  ଆଉ ଏହି ବାଇକର ଟାଙ୍କିରେ ଲେଖାଯାଇଥାଏ କିଛି ନମ୍ବର । ତେବେ କଣ ଏହି ନମ୍ବର ? ଟାଙ୍କିରେ କାହିଁକି ଲେଖାଯାଇଛି ?  ଏହାପଛରେ କଣ ରହିଛି କାହାଣୀ ? ଆସନ୍ତୁ ଜାଣିବା...

{"id":913817,"sizeSlug":"full","linkDestination":"none"}

ଫଟୋରେ ଦେଖିପାରୁଥିବେ ଏହି ବାଇକ୍‌କୁ । ଏହାର ପେଟ୍ରୋଲ୍‌ ଟାଙ୍କି ଉପରେ ଲେଖା ଯାଇଛି କିଛି ନମ୍ବର  । ଖାସ୍‌ କଥା ହେଉଛି ପ୍ରତ୍ୟେକ ବାଇକ୍ରେ ରହିଥାଏ ଭିନ୍ନ ସଂଖ୍ୟା । ଏବେ ପ୍ରଶ୍ନ ଆସୁଛି କେଉଁ ବାଇକରେ ଲେଖା ହୋଇଥାଏ ଏହି ନମ୍ବର  ? କେବଳ ଏହି ମଡେଲରେ ନାଁ ଅନ୍ୟ ମଡେଲର ବାଇକରେ ଲେଖାଯାଏ ନମ୍ବର ।

{"id":913818,"width":839,"height":535,"sizeSlug":"full","linkDestination":"none"}

ବାସ୍ତବରେ ରୟାଲ୍ ଏନ୍‌ଫିଲ୍ଡର ଏହି ଏଡିସନ୍‌ରେ ହିଁ ଲେଖା ଯାଇଥାଏ ନମ୍ବର । ଏହାକୁ ସିଗନାଲ୍ ଏଡିସନ୍‌ କୁହାଯାଏ । ସିଗନାଲ୍ ଏଡିସନ୍‌ ଇଣ୍ଡିଆନ୍‌ ଆର୍ମୀ ସହିତ ରହିଛି କନେକ୍ସନ୍‌ । ସେନା ସହିତ ଏହାର ସମ୍ପର୍କ ଥିବାରୁ ଏହି ବାଇକ୍କୁ ଆର୍ମୀ କନେକ୍ସନ୍‌ ସହ ଲଞ୍ଚ କରାଯାଇଛି । ତେବେ ସିଗନାଲ୍ ଏଡିସନ୍‌ ବାଇକ୍ ୨ଟି କଲରରେ ଆସିଥାଏ ।

{"id":913820,"width":839,"height":472,"sizeSlug":"full","linkDestination":"none"}

ଗୋଟିଏ ଏୟାରବର୍ଣ୍ଣ ବ୍ଲୁ ଏବଂ ଅନ୍ୟଟି ଷ୍ଟର୍ମାଇଡର୍ ସେଡ୍‌ରେ ଆସିଥାଏ । ଏୟାରବର୍ଣ୍ଣ ବ୍ଲୁ ବାୟୁସେନାକୁ ସୂଚାଉଥିବା ବେଳେ ଅଲିଭ୍ ଗ୍ରୀନ୍ ବା ଷ୍ଟର୍ମାଇଡର୍ ସେଡ୍‌ ସ୍ଥଳସେନାକୁ ରିପ୍ରେଜେଣ୍ଟ କରିଥାଏ । ତେବେ ବାଇକରେ କେତେ ପ୍ରକାରର ନମ୍ବର ଲାଗିଥାଏ ?

{"id":913821,"sizeSlug":"full","linkDestination":"none"}

ଏହି ଏଡିସନ୍‌ର ବୁଲେଟରେ ଟାଙ୍କି ଉପରେ ଏକ ସଂଖ୍ୟା ଲେଖାଯାଇଛି । ଯାହା REରୁ ହୋଇଥାଏ ଆରମ୍ଭ । ଏହାସହିତ ଟାଙ୍କି ଉପରେ କିଛି ଲୋଗୋ କିମ୍ବା ୪୯ର ଏକ ଷ୍ଟିକର  ଲାଗିଥାଏ ଏବଂ ଏହାପଛ ମଡଗାଡ ଉପରେ ମଧ୍ଯ ଏକ ନମ୍ବର ଲେଖାଯାଇଛି । ତେବେ ଏହି ନମ୍ବରର ଅର୍ଥ କ’ଣ ? ଯେଉଁ ଟାଙ୍କିର ନମ୍ବର REରୁ ଆରମ୍ଭ ହୋଇଥାଏ ଏହାର ଅର୍ଥ ହେଉଛି ଏହି ବାଇକ୍ ସିଗନାଲ୍ ଏଡିସନ୍ ବାଇକର ସିରିଏଲ୍‌ ନମ୍ବର ।

{"id":913824,"width":839,"height":472,"sizeSlug":"full","linkDestination":"none"}

ଏହାବ୍ୟତୀତ ଯେଉଁ ବାଇକର ନମ୍ବରରେ ୪୯ ଲେଖାଯାଇଥାଏ ଏହାର ଅର୍ଥ ୧୯୪୯ରେ ପ୍ରଥମ ଥର ପାଇଁ ରୟାଲ ଏନଫିଲ୍ଡ ସହିତ ଆସୋସିଏସନ୍‌ରେ ବ୍ୟବହୃତ ବାଇକ୍‌ । ଏହି କାରଣରୁ ୪୯ ନମ୍ବର ବ୍ୟବହାର କରାଯାଏ । ଏହାବ୍ୟତୀତ ବାଇକର ପଛରେ ଲେଖାଯାଇଛି TP । ଏହା ବାଇକର ବାଇକର ଟରକ୍ୟୁ ବିଷୟରେ କହିଥାଏ ଏବଂ ଏହା 28NM ଅଟେ ।  

You Can Read:

wp:embed {"url":"https://www.prameyanews7.com/some-places-in-the-world-over-which-you-cannot-fly-a-plane/","type":"wp-embed","providerNameSlug":"prameya-news-7"}
https://www.prameyanews7.com/some-places-in-the-world-over-which-you-cannot-fly-a-plane/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.