ଟେଲିଗ୍ରାମ ପାର୍ଟ ଟାଇମ୍ ଜବ୍ ଫ୍ରଡ୍ କଣ ? ଏହାର ବ୍ୟବହାର କେମିତି ହୁଏ…

Published By : Prameya-News7 Bureau | November 27, 2023 IST

ନୂଆଦିଲ୍ଲୀ ୨୨।୧୧ : ଦିନକୁ ଦିନ ବଢ଼ୁଛି ସାଇବର ଠକେଇ । ଅଜାଣତରେ ଲୋକ ହେଉଛନ୍ତି ଏହାର ଶିକାର । ବର୍ତ୍ତମାନ ଅଧିକ ହେଉଛି ଟେଲିଗ୍ରାମ ପାର୍ଟ ଟାଇମ୍ ଜବ୍ ଫ୍ରଡ୍ । କଣ ଏହି ଟେଲିଗ୍ରାମ ଜବ୍‌ ଫ୍ରଡ୍‌ ? କେମିତି ହୁଏ ଆରମ୍ଭ ?  ଆସନ୍ତୁ ଜାଣିବା… ଏହି ଫ୍ରଡ ଆରମ୍ଭ ହୁଏ ହ୍ବାଟସ୍ପଆପ୍‌ ଚାଟ୍‌ରୁ। ପ୍ରଥମେ ଏକ ଅଜଣା ନମ୍ବରରୁ ଆପଣଙ୍କୁ ମେସେଜ୍ ଆସିବ ଏବଂ ଆପଣଙ୍କୁ ପାର୍ଟ ଟାଇମ୍ ଜବ୍ ପାଇଁ ଅଫର୍ ଦେବେ । ଆପଣଙ୍କ ନାଁ, ବୟସ, ଆପଣ କଣ କରନ୍ତି ଏସବୁ ପଚାରିବେ । ଆଉ ଦିନକୁ ୫ ହଜାରରୁ ୧୦ ହଜାର ରୋଜଗାର କରିବା ପାଇଁ ଅଫର୍‌ ଦେବେ ।

{"id":875368,"sizeSlug":"full","linkDestination":"none"}

ଏହା ପରେ ସେହି ବ୍ୟକ୍ତି ଏକ ଲିଙ୍କ୍ ପଠାଇବେ । ତାହା ୟୁଟ୍ୟୁବ୍ କିମ୍ବା କୌଣସି ହୋଟେଲ୍ ଲିଙ୍କରେ ରିଭ୍ୟୁ ବି ହୋଇପାରେ । ତେବେ ୟୁଟ୍ୟୁବ୍ ଲିଙ୍କ୍ କ୍ଲିକ୍ କରି ସେଥିରେ ଲାଇକ୍ ଓ ସବସ୍କ୍ରାଇବ କଲେ ୨୦୦ରୁ ୩୦୦ ଟଙ୍କା ମିଳିବ ବୋଲି ସେମାନେ କହିବେ । ଯଦି ସେମାନଙ୍କ କହିବା ଅନୁଯାୟୀ କାମ କରୁଥାନ୍ତି ତେବେ ସେମାନେ ଏକ ଟେଲିଗ୍ରାମ ଲିଙ୍କ୍ ଦେବେ ଏବଂ କହିବେ ଏବେ ଆପଣଙ୍କୁ ସେଥିରୁ ଜବ୍‌ ବିଷୟରେ ଜଣେଇବେ ଅନ୍ୟ ଜଣେ ବ୍ୟକ୍ତି ।

{"id":875369,"sizeSlug":"large","linkDestination":"none"}

ଆପଣ ନିଜର ତଥ୍ୟ ଦେଉଦେଉ ସେମାନେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେବେ । ଯେପରି ଆପଣଙ୍କୁ ସେମାନଙ୍କ ଉପରେ ବିଶ୍ବାସ ହେବ । ଏହାପରେ ସେମାନେ ଏକ ଟେଲିଗ୍ରାମ ଗ୍ରୁପରେ ଆପଣଙ୍କୁ ଯୋଡ଼ି ଦିଅନ୍ତି । ଏଠି ଟାକ୍ସ ମିଳିଥାଏ କିନ୍ତୁ ଏହି ଟାକ୍ସ ପାଇଁ ୨୦୦ ପରିବର୍ତ୍ତେ ମିଳିଥାଏ ୫୦ ଟଙ୍କା । ଆଉ ଯଦି ଆପଣ କୌଣସି ଟାସ୍କ ସ୍ଖିପ କରନ୍ତି ତେବେ ଆପଣଙ୍କର ୨୦ଟଙ୍କା କଟିଯିବ ।  

{"id":875370,"sizeSlug":"full","linkDestination":"none"}

ଦିନକୁ ୨୪ଟି ଟାସ୍କ ସେମାନେ ଆପଣଙ୍କୁ କରିବାକୁ କହିବେ । ଯେଉଁଥିରେ ଅତିକମରେ ୮ଟି ପ୍ରିପେଡ ଟାସ୍କ ରହିଥାଏ । ଅର୍ଥାତ୍ ଆପଣ ନିଜ ଆଡୁ ଟଙ୍କା ନିବେଶ କରିବେ । ୧୫ ମିନିଟ ପରେ ଆପଣ ମୂଳ ଧନ ସହ ଆପଣଙ୍କ ପାଖକୁ ଆସିଯିବ ୩୦୦ ଟଙ୍କା । ଏହାପରେ ସେମାନେ ଏକ ଭିଆଇପି ଟେଲିଗ୍ରାମ୍‌ ଗ୍ରୁପ୍‌ରେ ଜଏନ୍‌ କରେଇ ଦିଅନ୍ତି । ସେଠାରେ ମିଳିଥାଏ ଆଉ କିଛି ଟାକ୍ସ ।

{"id":875371,"sizeSlug":"full","linkDestination":"none"}

ଆଉ ଏଠାରେ ପ୍ରଥମେ ହଜାରେ ନିବେଶ କଲେ ୩ ହଜାର ମିଳିବ ବୋଲି କହିବେ । ଯଦି ଆପଣ ଏପରି କରିଦେଉଛନ୍ତି ତେବେ ଆପଣ ସେମାନଙ୍କ ଅଧିନରେ ଫସିଯିବେ । ଯାହାପରେ ଏଥିରୁ ମୁକୁଳିବା ବହୁତ କଷ୍ଠକର । ତେଣୁ ଏପରି ଫ୍ରଡ୍‌ ମେସେଜ ଆସିବା ଏବଂ ଏହାର ଲିଙ୍କ୍‌ କ୍ଲିକ୍‌ କରି ଆଗକୁ ବଢିବା ଅତ୍ୟନ୍ତ ବିପଦଜନକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.