IPLରେ ରାଇଟ୍ ଟୁ ମ୍ୟାଚ୍ ନିୟମ କ’ଣ; ଅକ୍ସନ ବେଳେ ଏହା କିପରି କାମ କରିବ ? ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା

Published By : Prameya-News7 Bureau | October 29, 2024 IST

ମୁମ୍ବାଇ: ଇଣ୍ଡିଆ ପ୍ରିମିୟର ଲିଗ୍ ବା ଆଇପିଏଲ୍ । ବିଶ୍ବର ସୁବୁଠୁ ମହଙ୍ଗା କ୍ରିକେଟ୍ ଲଗ୍ । ଆଇପିଏଲ ସିଜିନ୍-୨୦୨୫ରେ କ୍ରିକେଟ୍ ଖେଳାଳିଙ୍କୁ ନେଇ ମେଗା ଅକ୍ସନ ହେବାକୁ ଯାଉଛି । ନଭେମ୍ବର କିମ୍ବା ଡିସେମ୍ବର ମାସରେ ଏହି ଅକ୍ସନ ପ୍ରକ୍ରିୟା ଆରମ୍ଭ ହେବ । ମାତ୍ର ଏହା ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ ନିଜର ରିଟେନ୍ ଖେଳାଳିଙ୍କ ତାଲିକା ବିସିସିଆଇ ନିକଟରେ ରଖିବେ । ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହି କାମ କରିବା ସରିବା ପରେ ମେଗା ଅକ୍ସନ ପ୍ରକ୍ରିୟା ଆରମ୍ଭ ହେବ ।

କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଆଇପିଏଲ ରିଟେନସନ୍ ଖେଳାଳିକୁ ନେଇ ନୂଆ ନିୟମ ଜାରି କରିଥିଲା । ଏହି ନିୟମ ମୁତାବକ, ଗୋଟିଏ ଫ୍ରାଞ୍ଚାଇଜ୍ ସର୍ବାଧିକ ୬ଜଣ ଖେଳାଳିଙ୍କୁ ନିଜ ଟିମ୍‌ରେ  ରଖିପାରିବେ । ଯଦି କୌଣସି ଟିମ୍ ୬ରୁ କମ୍ ଖେଳାଳି ରିଟେନ କରୁଛି ତେବେ ସେଭଳି ସ୍ଥିତିରେ ଫ୍ରାଞ୍ଚାଇଜ୍ ଅକ୍ସନ ବେଳେ ରାଇଟ୍ ଟୁ ମ୍ୟାଚ୍ କାର୍ଡ ବ୍ୟବହାର କରିବାକୁ ସୁଯୋଗ ମିଳିବ । RTM ନିୟମ ଏଥର ମେଗା ଅକ୍ସନର ରୋମାଞ୍ଚ ବଢ଼ାଇବ । ଏହା ଦ୍ବାରା  ଖେଳାଳିଙ୍କ ଉପରେ ଟଙ୍କାର ବର୍ଷା ହେବର ସମ୍ଭାବନା ରହିଛି । 

ଏହି ନିୟମକୁ ନେଇ କିଛି ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ନିହାତି ଭାବେ ଉଠୁଥିବ, ରାଇଟ୍ ଟୁ ମ୍ୟାଚ୍ କାର୍ଡ କ’ଣ ? ଏହାର କାମ କ’ଣ ଏବଂ ଏହା କିପରି କାମ କରିଥାଏ ? ଏହି ନିୟମ ପାଇଁ ଖେଳାଳିଙ୍କ ଉପରେ କିପରି ଟଙ୍କା ବର୍ଷା ହେବ  ? ଆସନ୍ତୁ ଏ ବାବଦ ସବିଶେଷ ତଥ୍ୟ ଜାଣିବା ।

ରାଇଟ୍ ଟୁ ମ୍ୟାଚ୍ ?

ସୂଚନା ଅନୁଯାୟୀ, RTM ନିୟମ ପ୍ରଥମେ ୨୦୧୭ରେ ଲାଗୁ କରାଯାଇଥିଲା । ମାତ୍ର  ୨୦୨୨ରେ ଅକ୍ସନ ସମୟରେ ଏହାକୁ ହଟାଇ ଦିଆଯାଇଥିଲା । ଚଳିତ ବର୍ଷ ଫ୍ରାଞ୍ଚାଇଜ୍ ଏବଂ ଖେଳାଳିଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଯାଉଥିବାରୁ ଏହାକୁ ପୁଣି ଥରେ ବିସିସିଆଇ ଲାଗୁ କରିଛି । ମାତ୍ର ଏଥର ଏହି ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ରାଇଟ୍ ଟୁ ମ୍ୟାଚ୍ କାର୍ଡ ନିୟମ ଫ୍ରାଞ୍ଚାଇଜମାନଙ୍କ ପାଇଁ ବିକଳ୍ପ ଭଳି । ଯାହାକୁ ବ୍ୟବହାର କରି ଫ୍ରାଞ୍ଚାଇଜମାନେ ଅକ୍ସନ ସମୟରେ ତୁରନ୍ତ ସେହି ଖେଳାଳିଙ୍କୁ ନିଜ ଟିମରେ ସାମିଲ୍ କରି ପାରିବେ ଯେଉଁ ଖେଳାଳି କିଛି ଦିନ ତଳେ ରିଲିଜ୍ କରିଥିଲେ । ଅନ୍ୟ ଫ୍ରାଞ୍ଚାଇଜ୍ ସେହି ଖେଳାଳିଙ୍କୁ ଅକ୍ସନରେ ନେଇଥିଲେ ମଧ୍ୟ ପୁରୁଣା ଟିମକୁ RTM ଆଧାରରେ ପୁଣି କିଣିବାକୁ ସୁଯୋଗ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.