ପରୀକ୍ଷା ଖାତାରେ ବିବାହର ସଂଜ୍ଞା ଲେଖିଲା ପିଲା; ଉତ୍ତର ଦେଖି ସାରଙ୍କ ମୁଣ୍ଡ ବୁଲାଇଲା

Published By : Prameya-News7 Bureau | October 14, 2022 IST

ନୂଆଦିଲ୍ଲୀ ୧୪/୧୦ : ପରୀକ୍ଷାରେ ପ୍ରଶ୍ନ ଆସିଥିଲା ବିବାହର ସଜ୍ଞା କଣ? ତାର ଉତ୍ତର ସମସ୍ତେ କିଛିନା କିଛି ଲେଖିଥିଲେ। କିନ୍ତୁ ଜଣେ ପିଲାର ପ୍ରବନ୍ଧ ଦେଖି ଶିକ୍ଷକଙ୍କର ଅକଲ ଗୁଡୁମ୍। ବିବାହର ସଜ୍ଞା କଣ ବୋଲି ୧୦ ନମ୍ଵର ବିଶିଷ୍ଟ ଏକ ପ୍ରଶ୍ନରେ ଜଣେ ଛାତ୍ର ଏଭଳି ଉତ୍ତର ଲେଖିଛନ୍ତି ଯାହାକୁ ଦେଖି ଶିକ୍ଷକଙ୍କୁ ଲାଗିଥିଲା ଝଟକା। ଛାତ୍ରଙ୍କର ଏହି ଅଜବ ଉତ୍ତର ଏବେ ସୋସିଆଲ ମିଡିଆରେ ଖୁବ୍  ଭାଇରାଲ୍ ହେଉଛି। ଏହି ଉତ୍ତର ଦେଖି ଆପଣଙ୍କ ମୁଣ୍ଡ ବୁଲାଇଦବ।

ଉତ୍ତର ଖାତାରେ ଛାତ୍ର ଜଣଙ୍କ ଲେଖିଛନ୍ତି ଯେ, ବିବାହ ସେହି ସମୟରେ ହୁଏ ଯେତେବେଳେ ଝିଅର ବାପା ମା ତାଙ୍କୁ କୁହନ୍ତି ଯେ ତୁମେ ଏବେ ବଡ଼ ହୋଇଗଲଣି… ଆମେ ତୁମକୁ ଆଉ ଖାଇବା ପିଇବାକୁ ଦେଇପାରିବୁ ନାହିଁ। ତେଣୁ ଭଲ ହେବ ତୁମେ ଜଣଙ୍କୁ ଦେଖି ବାହା ହୋଇଯାଅ। ଯିଏ ତୁମକୁ ଖାଇବାକୁ ଦେଇପାରିବ। ଏହାପରେ ଝିଅଟି ଏଭଳି ଜଣେ ପୁଅ ସହ ଦେଖାହୁଏ । ଦୁହେଁ ପରସ୍ପରକୁ ଭେଟନ୍ତି। ପରସ୍ପରକୁ ଜାଣି ବିବାହ କରିବାକୁ ଚାହାନ୍ତି  ବୋଲି ବାପା ମାଙ୍କୁ କୁହନ୍ତି।

wp:html /wp:html

ଶିକ୍ଷକ ପରୀକ୍ଷାର୍ଥୀଙ୍କ ଏଭଳି ଉତ୍ତର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାଗରେ ତାଙ୍କୁ ୧୦ରୁ ଦେଇଥିଲେ ଶୂନ ।  ଏହାସହ ସେହି ପିଲାକୁ ଭେଟିବାକୁ ମଧ୍ୟ ଶିକ୍ଷକ ନୋଟିସ୍ ବି ଦେଇଥିଲେ। ରିମାର୍କରେ ନନସେନ୍ସ ବୋଲି ମଧ୍ୟ ଲେଖିଛନ୍ତି।

ଏହି ଉତ୍ତର ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି। ଯଦିଓ ଶିକ୍ଷକଙ୍କୁ ଏହି ଉତ୍ତର ପସନ୍ଦ ଆସିନି, କିନ୍ତୁ ୟୁଜରମାନେ ଏହି ପୋଷ୍ଟକୁ ଦେଖି ଖୁବ୍ ମଜାକ୍ ଉଡାଉଛନ୍ତି। କିଏ ଲେଖିଛନ୍ତି ଏହି ଉତ୍ତର ନକଲି ତ ଆଉ କିଏ ଲେଖିଛନ୍ତି ଏହି ପିଲାକୁ ତ ମେଡାଲ ମିଳିବା କଥା। ଆଉ ଜଣେ ଲେଖିଛନ୍ତି ପିଲାଟି ଖୁବ୍ ମଜାଦାର ସ୍ୱଭାବର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.