ଲୋନ୍ ଫ୍ରଡ କେସ କ’ଣ, ଯେଉଁଥିରେ ଗିରଫ ହୋଇଛନ୍ତି କୋଚର ଦମ୍ପତ୍ତିଙ୍କ ସହ ଭିଡିଓକନ ଅଧ୍ୟକ୍ଷ

Published By : Prameya-News7 Bureau | December 26, 2022 IST

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଲୋନ ଘୋଟାଲାରେ ଭିଡିଓକନ ଗ୍ରୁପର ଅଧ୍ୟକ୍ଷ ଭେଣୁଗୋପାଳ ଧୁତଙ୍କ ଗିରଫ କରାଯାଇଛି । ଏହା ପୂର୍ବରୁ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଶୁକ୍ରବାର ସିବିଆଇ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀଙ୍କୁ ୨୦୧୨ ଭିଡିଓକନ ଗ୍ରୁପକୁ ବ୍ୟାଙ୍କ ଦ୍ୱାରା ମଞ୍ଜୁର ଋଣରେ ଦୁର୍ନୀତି ମାମଲାରେ ଗିରଫ କରିଥିଲା । ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ୨୦୧୨ରେ କଥିତ ରୂପେ ୧୭୩୦ କୋଟି ଟଙ୍କାର ଜାତିଆତି ମାମଲାରେ ଗିରଫ କରାଯାଇଥିଲା ।

ଅଭିଯୋଗ ଅନୁସାରେ, ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ୍ ଟ୍ରେଡ୍ ଇଲେକଟ୍ରନିକ୍ସ ମିଲିଟେଡ୍, ସେଞ୍ଚୁରୀ ଏମ୍ପ୍ଲାୟସେଜ ଲିମିଟେଡ, କେଲ ଲିମିଟେଡ୍, ଭେଲ୍ୟୁ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଏବଂ ଇଭାନ ଫ୍ରେଜର ଆଣ୍ଡ କମ୍ପାନି ଇଣ୍ଡିଆ ଲିମିଟେଡକୁ ପ୍ରାୟ ୩,୨୫୦ କୋଟି ଟଙ୍କାର ଋଣକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଏହି ସବୁ କମ୍ପାନି ଭେଣୁଗୋପାଳଙ୍କ ଭିଡିଓକନ ଗ୍ରୁପ ସହ ଜଡିତ ।

ରିପୋର୍ଟ ଅନୁସାରେ ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡର ଅଧିକାରୀମାନେ ବ୍ୟାଙ୍କିଂ ଅଧିନିୟମ, ଆରବିଆଇର ମାର୍ଗଦର୍ଶିକା ଏବଂ ବ୍ୟାଙ୍କର କ୍ରେଡିଟ୍ ନୀତିର ଉଲ୍ଲଂଘନ କରି ଏହି କମ୍ପାନି ଗୁଡିକୁ ଋଣ ସୁବିଧା ଉପଲବ୍ଧ କରାଇଥିଲେ । କୋଚର ଦମ୍ପତି ଏବଂ ଭିଡିଓକନ ଗ୍ରୁପର ଅଧ୍ୟକ୍ଷଙ୍କ ସହ ନୁପାୱାର ରିନ୍ୟୁବଲ୍ସ, ସୁପ୍ରିମ ଏନର୍ଜୀ, ଭିଡିଓକନ ଇଣ୍ଟରନ୍ୟାସନାଲ ଇଲେକଟ୍ରନିକ୍ସ ଲମିଟେଡ୍ ଏବଂ ଭିଡିଓକନ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବିରୋଧରେ ମଧ୍ୟ ଅପରାଧିକ ଷଡଯନ୍ତ୍ର ଏବଂ ଭ୍ରଷ୍ଟାଚାର ନିରୋଧକ ଅଧିନିୟମରେ ମାମଲାର ରୁଜୁ କରିଥିଲା । ଅର୍ଥନୈତିକ ଅପରାଧର ତଦନ୍ତ କରୁଥିବା ଇଡି ମଧ୍ୟ ଏହି ତଦନ୍ତରେ ସାମିଲ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.