Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ବନ୍ଧା ହେବେ ଋଷ୍ ରାଷ୍ଟ୍ରପତି; ଆଇସିସି ପୁଟିନଙ୍କ ନାଁରେ ଜାରି କଲେ ଆରେଷ୍ଟ୍ ଓ୍ବାରେଣ୍ଟ୍, ଜାଣନ୍ତୁ କିଏ ଏହି ICC ?

18/03/2023 at 8:59 AM

ନୂଆଦିଲ୍ଲୀ: ଗିରଫ ହେବେ ଋଷ୍ ରାଷ୍ଟ୍ରପତି । ଭ୍ଲାଦିମିର ପୁଟିନଙ୍କୁ ନାଁରେ ବାହାରିଲା ଆରେଷ୍ଟ୍ ଓ୍ବାରେଣ୍ଟ । ଇଣ୍ଟର ନ୍ୟାସନାଲ କ୍ରାଇମ୍ କୋର୍ଟ ପୁଟିନଙ୍କୁ ଗିରଫ ଲାଗି  ନିର୍ଦ୍ଦେଶ ଦେଇଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ଓ୍ବାର କ୍ରାଇମ୍ ପାଇଁ ଆଇସିସି ଶୁକ୍ରବାର ତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଛି । ୟୁକ୍ରେନରେ ହୋଇଥିବା ଯୁଦ୍ଧ ଅପରାଧ ପାଇଁ ପୁଟିନ୍ ଦାୟୀ ବୋଲି ଆଇସିସି କହିଛନ୍ତି । AFP ରିପୋର୍ଟ ଅନୁଯାୟୀ, ଯୁଦ୍ଧ ସମୟରେ ଋଷ୍ ସେନା ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିବାକୁ ନେଇ ଋଷ୍ ରାଷ୍ଟ୍ରପତି ପୁଟିନଙ୍କୁ ଦାୟୀ କରାଯାଇଛି ।

କ’ଣ ଏହି ଇଣ୍ଟର ନ୍ୟାସନାଲ କ୍ରାଇମ୍ କୋର୍ଟ ? ଯୁଦ୍ଧ ସମୟରେ ଅପରାଧକୁ ରୋକିବା ପାଇଁ ୨୦୦୨ରେ ଏହାକୁ ଗଠନ କରାଯାଇଥିଲା । ଯୁଦ୍ଧ ସମୟରେ ମାନବ ଅଧିକାର ଆଇନ ଉଲ୍ଲଙ୍ଘନ ହେଲେ ଏବଂ ଯୁଦ୍ଧରେ ଲିପ୍ତ ଥିବା ଦୁଇ ଦେଶ ଏହାକୁ ସମାଧାନ କରିବାରେ ବିଫଳ ହେଲେ ଇଣ୍ଟର ନ୍ୟାସନାଲ କ୍ରାଇମ୍ କୋର୍ଟ ଏହାର ବିଚାର କରିଥାନ୍ତି ।

ମାନବ ଅଧିକାର ଆଇନ ଉଲ୍ଲଙ୍ଘନର ୧୫ ପ୍ରକାର ଅପରାଧ ଏଠାରେ ବିଚାର ହୋଇଥାଏ । ଦୁଷ୍କର୍ମ, ଜେଲ୍ ନିର୍ଯାତନା, ଦାସତ୍ବ କରିବା, ମହିଳା ଓ ଶିଶୁଙ୍କୁ ଯୌନ ଶୋଷଣ, ଦେଶାନ୍ତର ଭଳି ଅପରାଧ ଅଥିରେ ଅନ୍ତର୍ଭୂକ୍ତ ରହିଛି । ବର୍ତ୍ତମାନ ଆଇସିସି ୟୁକ୍ରେନ, ଆଫ୍ରିକୀୟ ଦେଶ ଯଥା ଉଗାଣ୍ଡା, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, କେନିଆ, ମିଆଁମାର, ଫିଲିପାଇନ୍ସ, ଭେନେଜୁଲା ଲାଟିନ୍ ଆମେରିକା ଆଦି ୧୭ଟି ଦେଶରେ ଏହି ସବୁ ଅପରାଧକୁ ନେଇ ଅନୁସନ୍ଧାନ ଚଳାଇଛି ।

ଇଣ୍ଟର ନ୍ୟାସନାଲ କ୍ରାଇମ୍ କୋର୍ଟରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ମାଲି, ଉଗାଣ୍ଡା ଆଦି ଦେଶର ୫ଜଣଙ୍କୁ ଯୁଦ୍ଧ ଅପରାଧ ଏବଂ ମାନବିକତା ଉଲ୍ଲଙ୍ଘନ କରିବା ବିରୋଧରେ ଦୋଷୀ ସାବ୍ୟସ୍ତ କରାଯାଇଛି ।     

   Related Posts