'ହନ୍ତା' ଭାଇରସ କଣ, ଏହା କିପରି ବ୍ୟାପିଥାଏ ?

Published By : Prameya-News7 Bureau | March 24, 2020 IST

ବେଜିଂ, ୨୪|୦୩: ସାରା ବିଶ୍ୱ କରୋନା ଆତଙ୍କରେ ଥରହର । ଏବେ ସୁଦ୍ଧା ଏହି ମାରାତ୍ମକ ଭାଇରସର ପ୍ରତିଷେଧକ ମିଳି ପାରି ନାହିଁ । ଚୀନରୁ ବ୍ୟାପିଥିବା ଏହି ଭାଇରସ ବିଶ୍ୱରେ ପ୍ରାୟ ୧୫ ହଜାରରୁ ଅଧିକ ଜୀବନ ନେଲାଣି । ଏହା ମଧ୍ୟରେ ପୁଣି ଚୀନରୁ ଆଉ ଏକ ନୂଆ ଭାଇରସ ସୃଷ୍ଟି ହୋଇଛି । ହନ୍ତାନାମକ ଏହି ଭାଇରସ ଜୀବନ ନେବା ଆରମ୍ଭ କରି ସାରିଲାଣି ।

ୟୁନାନ୍ ପ୍ରାନ୍ତରେ ଜଣେ ବ୍ୟକ୍ତି ବସ୍ ଯାତ୍ରା କରୁଥିବା ବେଳେ ଏହି ଭାଇରସ କାରଣରୁ ପ୍ରାଣ ହରାଇଛନ୍ତି । ତେବେ ବସରେ ଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କ ଟେଷ୍ଟ୍ କରାଯାଇଛି ।

{"id":243631,"width":750,"height":507,"sizeSlug":"large"}

ହନ୍ତା ଭାଇରସ କଣ ?

ଏହି ଭାଇରସ୍ ମୁଷାଙ୍କ ଦ୍ୱାରା ବ୍ୟାପିଥାଏ । ଏହାକୁ ହନ୍ତା ଭାଇରସ ପୁଲମୋନାରୀ ସିଣ୍ଡ୍ରୋମ୍ ବୋଲି କୁହାଯାଏ । ତେବେ ଏହି ଭାଇରସ ସୃଷ୍ଟି କରୁଥିବା ବିଷାକ୍ତ ମୁଷା ଏସିଆ ଓ ୟୁରୋପରେ ଦେଖାଦିଅନ୍ତି । ଏହି ଭାଇରସ ଏବେ ସୁଦ୍ଧା ମଣିଷଠାରୁ ମଣିଷକୁ ବ୍ୟାପି ନାହିଁ । ଚୀନବାସୀ ଏପରି ଜୀବଜନ୍ତୁଙ୍କୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ଭାଇରସ ବ୍ୟାପୁଥିବା ବିଶେଷଜ୍ଞମାନେ କହିଛନ୍ତି ।

ହନ୍ତା ଭାଇରସ୍ ସେହି ସମୟରେ ସାମ୍ନାକୁ ଆସିଛି, ଯେତବେଳେ ସାରା ବିଶ୍ୱବାସୀ କରୋନା ଭାଇରସକୁ ନେଇ ଆତଙ୍କ ମଧ୍ୟରେ ରହିଛନ୍ତି । କରୋନା ଭାଇରସ ମଧ୍ୟ ଚୀନର ବୁହାନ ସହରରୁ ସୃଷ୍ଟି ହୋଇଥିଲା । ଏହି ହନ୍ତା ଭାଇରସ ମଧ୍ୟ ଚୀନରୁ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.