scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାକାଶରେ କ’ଣ ଚାଲିଛି ନିର୍ମାଣ ? ଜେମ୍ସ ଓ୍ଵେବ ଟେଲିସ୍କୋପ୍‌ରୁ ସାମ୍ନାକୁ ଆସିଲା ବିରଳ ଚିତ୍ର

21/10/2022 at 5:24 PM

ନୂଆଦିଲ୍ଲୀ: ମହାକାଶକୁ ନାସା ପଠାଇଥିବା ବିଶ୍ବର ସବୁଠୁ ଶକ୍ତିଶାଳୀ ଟେଲିସ୍କୋପ୍ ଜେମ୍ସ ଓ୍ବେବରୁ ମିଳୁଥିବା ଫଟୋ ସଭିଙ୍କୁ  ଆଶ୍ଚର୍ଯ୍ୟ କରିଛି। ନାସା ଦ୍ବାରା ମହାକାଶକୁ ପଠାଯାଇଥିବା ଜେମ୍ସ ଓ୍ବେବ୍ ଟେଲିସ୍କୋପ୍ ଯୋଗୁଁ ମହାକାଶରେ ଥିବା ବିଭିନ୍ନ ରହସ୍ୟର ଉନ୍ମୋଚନରେ ସହାୟକ ହେଉଛି। ଏହି ଶକ୍ତିଶାଳୀ ଟେଲିସ୍କୋପ୍ ଦ୍ବାରା ମହାକାଶର ବହୁ ଅଦ୍ଭୁତ ଘଟଣାର ଫଟୋ ସାମ୍ନାକୁ ଆସିଛି। ଏବେ ପୁଣି ଥରେ ଏହି ଟେଲିସ୍କୋପ୍ ଉଠାଇଥିବା ଏକ ଫେଟୋକୁ ନେଇ ଖୁବ୍ ଚର୍ଚ୍ଚା। ଯାହାକୁ ଦେଖିଲେ ଆପଣ ବି ଆଚମ୍ବିତ ହେବେ। ଏହି ଫଟୋରୁ ଆପଣଙ୍କୁ ଅନ୍ତରୀକ୍ଷର ଗଠନ ତଥା ଏହା ବିଷୟରେ ଭାବିବାକୁ ନିଶ୍ଚୟ ବାଧ୍ୟ କରିବ।

ପ୍ରକୃତରେ ନାସାର ଜେମ୍ସ ଓ୍ବେବ୍ ଟେଲିସ୍କୋପ୍ ଅନ୍ତରୀକ୍ଷରେ ’ପିଲର୍ ଅଫ୍ କ୍ରିଏସନ୍’ ବା  ’ସୃଷ୍ଟିର ସ୍ତମ୍ଭ’ ର ଏକ ଅଦ୍ଭୁତ ଫଟୋ ଉଠାଇଛି। ଏହି ସ୍ତମ୍ଭ ପ୍ରକୃତରେ ମହାକାଶରେ ଥିବା ଧୂଳି ଏବଂ ଧୂଆଁ ଦ୍ବାରା ନିର୍ମିତ। ଏହି ଅଦ୍ଭୁତ ସଂରଚନା, ୬୫୦୦ ଆଲୋକ ବର୍ଷ ଦୂରରେ ଥିବା ଇଗଲ ନେବୁଲା ମଧ୍ୟରେ ରହିଛି।

ପ୍ରଥମ ଥର ନାସାର ହବଲ ଟେଲିସ୍କୋପ୍ ୧୯୯୫ରେ ପିଲର୍ ଅଫ୍ କ୍ରିଏସନର ଫଟୋ ନେଇଥିଲା।  ଆାଉ ଏବେ ଜେମ୍ସ ଓ୍ବେବ ଟେଲିସ୍କୋପ୍ ଏହାର ସ୍ପଷ୍ଟ ଚିତ୍ର ଉଠାଇଛି। ଫଟୋରେ ନୂଆ ତାରାର ଗଠନର ସୂଚନା ମିଳିଛି। ଓ୍ଵେବ୍ ଟେଲିସ୍କୋପର ଫଟୋରେ ସ୍ତମ୍ଭରେ ଲାଲ୍ ରଙ୍ଗର ଲାଭା ଭଳି ଦାଗ ରହିଥିବା ଦେଖିବାକୁ ମିଳିଛି। ନାସା ଅନୁଯାୟୀ ଏହା ତାରାରୁ ବାହାରୁଥିବା ବିକିରଣ ଅନେକ ବର୍ଷ ପୁରୁଣା। ଫଟୋ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେପରି ଅନ୍ତରୀକ୍ଷରେ କିଛି ନର୍ମାଣ ଚାଲୁଛି।

   Related Posts