ଶରୀରରେ ଯଦି ଦେଖୁଛନ୍ତି ଏହି ସବୁ ଲକ୍ଷଣ : ତେବେ ତୁରନ୍ତ କରନ୍ତୁ ଥାଇରଏଡ଼ ପରୀକ୍ଷା

Published By : Prameya-News7 Bureau | September 29, 2019 IST

ଥାଇରଏଡ ଶରୀରର ସିଷ୍ଟମକୁ ସନ୍ତୁଳିତ ରଖିବାରେ ସହାୟକ ହୋଇଥାଏ। ଏହି ହରମୋନ ଗଡ଼ବଡ଼ ହେଲେ ଶରୀରରେ ବହୁତ ପ୍ରକାରର ସମସ୍ୟା ଏବଂ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ଏହାର ଲକ୍ଷଣରୁ ଜଣା ପଡ଼ିଯାଇଥାଏ ଯେ ଠିକ୍ ସମୟରେ ଚିକିତ୍ସା କଲେ ଏହି ରୋଗ ଦ୍ବାରା ହେଉଥିବା ସମସ୍ୟାରୁ ମୁକ୍ତି ମିଳିବ। ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ ଯାହାକୁ ଧ୍ୟାନ ଦେବା ଅତ୍ରନ୍ତ ଜରୁରୀ ଅଟେ।

{"id":164147}

୧. ଯଦି କୌଣସି ଓଜନିଆ କାମ ନ କରିବା ସତ୍ବେ ଯଦି ଥକ୍କାପଣ ଅନୁଭବ ହେଉଥିବ ଏବଂ ଦିନସାରା ଆଳସ୍ୟପଣ ଅନୁଭବ ହେଉଥିବ ତେବେ ଥାଇରଏଡ ପରୀକ୍ଷା ନିଶ୍ଚୟ କରନ୍ତୁ।

{"id":164149}

୨. ଖାଇବା ପରେ ମଧ୍ୟ ଭୋକ ଲାଗିବା ଥାଇରଏଡର ଏକ ମୁଖ୍ୟ କାରଣ ହୋଇପାରେ।

{"id":164150}

୩. ଶରୀରରେ ହଠାତ୍ ରକ୍ତସଞ୍ଚାଳନ ହେଲେ ଆପଣ ଥାଇରଏଡର ଶିକାର ହୋଇଥାଇପାରନ୍ତି। ତେଣୁ ଡାକ୍ତରଙ୍କ ପାଖରେ ଯାଞ୍ଚ କରନ୍ତୁ।

{"id":164151}

୪. ଅତ୍ୟଧିକ କେଶ ଝଡ଼ିଲେ ମଧ୍ୟ ଥାଇରଏଡ ହୋଇ ଥାଇପାରେ।

{"id":164152}

୫. ଡାଏଟର ଧ୍ୟାନ ରଖୁଥିବା ସତ୍ବେ ଓଜନ କମୁଥି​ଲେ ଏହାର ମୁଖ୍ୟ କାରଣ ଥାଇରଏଡ ହୋଇପାରେ।

{"id":164153}

୬.କୌଣସି କାରଣ ବିନା ଚିନ୍ତାରେ ରହୁଥିଲେ କିମ୍ବା ଦୁଃଖୀ ରହୁଥିଲେ ଥାଇରଏଡ଼ ଟେଷ୍ଟ କରାଇ ଦିଅନ୍ତୁ।

{"id":164156}

୭. ନିଜ ଆଖପାଖର ଜିନିଷକୁ ଭୁଲିଯିବା ଏବଂ ନିଜ ମସ୍ତିଷ୍କ ଉପରେ ଅଧିକ ଚାପ ପକାଇବା ମଧ୍ୟ ଥାଇରଏଡର ଲକ୍ଷଣ।

{"id":164160}

୮. ଯେଉଁ ମହିଳାଙ୍କର ପିରିୟଡ଼ ସମୟରେ ଅଧିକ ବ୍ଲିଡିଙ୍ଗ ହୋଇଥାଏ କିମ୍ବା ଯନ୍ତ୍ରଣା ହୋଇଥାଏ ସେମାନେ ଅବଶ୍ୟ ଯାଞ୍ଚ କରିବା ଉଚିତ୍।

ଏହା ଛଡ଼ା ଶରୀରରେ ଯଦି କୌଣସି ପ୍ରକାର ପରିବର୍ତ୍ତନ ଅନୁଭବ କରୁଛନ୍ତି ତେବେ ନିଶ୍ଚୟ ଡାକ୍ତରୀ ପରୀକ୍ଷା କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.