ନୂଆଦିଲ୍ଲୀ ୨୯।୦୨: ପରିବାର ରାଜା ଆଳୁ । ଅଧିକାଂଶ ପନିପରିବା ସହିତ ମିଶାଇ ଆଳୁକୁ ରୋଷେଇ କରାଯାଏ । ସବୁ ଭାରତୀୟଙ୍କ ପ୍ରିୟ ଖାଦ୍ୟ ଆଳୁ । ପ୍ରତିଘରେ ଏହାକୁ ପ୍ରଚୁର ପରିମାଣରେ ଖିଆଯାଏ । କିନ୍ତୁ ଯଦି ଏକମାସ ପର୍ଯ୍ୟନ୍ତ ଆଳୁ ନ ଖାଆନ୍ତି, ତେବେ କ’ଣ ହେବ? ଆସନ୍ତୁ ଜାଣିବା...
{"id":915358,"sizeSlug":"large","linkDestination":"none"}
ମାସକ ପାଇଁ ଯଦି ଆଳୁ ଖାଇବା ଛାଡି ଦିଅନ୍ତି ତେବେ ଓଜନ ନିୟନ୍ତ୍ରଣ ହୋଇପାରିବ । କାରଣ ଅଧିକାଂଶ ଆଳୁ ତେଲରେ ରନ୍ଧା ଯାଇଥାଏ ଏବଂ ଏହି କାରଣରୁ କ୍ୟାଲୋରୀ ବଢିଯାଇଥାଏ । କିଛି ଲୋକ ଆଳୁ ଖାଇବା ପରେ ପେଟରେ ଗ୍ୟାସ୍ ଏବଂ ଏସିଡିଟି ପରି ସମସ୍ୟା ଦେଖାଯାଇଥାଏ ।
{"id":915359,"sizeSlug":"full","linkDestination":"none"}
ଯଦି ଏସିଡିଟି ସମସ୍ୟା ରହିଛି ତେବେ ଆଳୁ ଖାଆନ୍ତୁନି । ଆଳୁ ଖାଇବା ବନ୍ଦ କରିବା ଫଳରେ ହାଇ ବ୍ଲଡ୍ ସୁଗର କଣ୍ଟୋଲ୍ କରିହେବ । ଏଥିପାଇଁ ମଧୁମେହ ରୋଗୀଙ୍କୁ ଆଳୁ ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଯଦି ସଂପୂର୍ଣ୍ଣ ଭାବେ ଆଳୁ ନଖାଆନ୍ତି, ତେବେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇପାରେ ।
{"id":915360,"width":841,"height":561,"sizeSlug":"full","linkDestination":"none"}
ତେବେ ଆଳୁ ବଦଳରେ ଆପଣ ଅନ୍ୟ ଖାଦ୍ୟ ଖାଇପାରିବେ । ଆଳୁ ମଧ୍ୟ ପୁଷ୍ଟିକର ଖାଦ୍ୟରେ ଭରପୂର । କିନ୍ତୁ ଏହାକୁ ସୀମିତ ପରିମାଣରେ ଏବଂ ଅଳ୍ପ ତେଲରେ ଖାଇବା ଉଚିତ୍ ।
You Can Read:
wp:embed {"url":"https://www.prameyanews7.com/water-is-many-times-more-expensive-than-petrol-here/","type":"wp-embed","providerNameSlug":"prameya-news-7"}