scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାଣନ୍ତୁ ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କ ପ୍ରଥମ ସାକ୍ଷାତର ଭୟାନକ ସତ

6/10/2018 at 4:37 PM

ମୁମ୍ବାଇ ୬|୧୦:  ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କ ପ୍ରେମ କାହାଣୀ ପରଦା ଉପରେ ଲୋକ ଦେଖିସାରିଲେଣି ଏବଂ ବାସ୍ତବ ଜୀବନରେ ମଧ୍ୟ । ଦୁଇ ଜଣଙ୍କ ବିବାହ ଖବର ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଛି । କିନ୍ତୁ ଆପଣ ଜାଣନ୍ତି ଦୀପିକାଙ୍କ ସହ ପ୍ରଥମ ଦେଖାରେ ହିଁ ରଣବୀର ସିଂହ ପ୍ରେମରେ ପଡିଯାଇଥିଲେ । ରଣବୀର ସମସ୍ତଙ୍କ ଆଗରେ ଏହା ସ୍ବୀକାର କରିଛନ୍ତି । ନିକଟରେ ଏକ ଇଭେଣ୍ଟରେ ରଣବୀର ସିଂହ ଏ କଥା କହିଥିଲେ ।

ରଣବୀର କହିଛନ୍ତି ସେଦିନ ଦୀପିକା ଏକ ଗାଉନ ପିନ୍ଧି ଆସିଥିଲେ । ସୁନ୍ଦରତାର ମୂର୍ତ୍ତି ଭଳି ଲାଗୁଥିଲେ । ସେଦିନ ରଣବୀରଙ୍କ ଜନ୍ମ ଦିନ ଥିଲା । ସେ ତାଙ୍କ ମାଆ ବାପା ଏବଂ ଭଉଣୀ ସହ ଖାଇବା ପାଇଁ ବସିଥିଲେ । ଦୀପିକା ଏବଂ ତାଙ୍କ ସାଙ୍ଗ ସେତେବେଳେ ସେହିବାଟ ଦେଇ ଯାଉଥିଲେ । ଦୀପିକାଙ୍କୁ ଦେଖି ରଣବୀର ତାଙ୍କ ମାଆ ବାପାଙ୍କ କାନରେ କହିଥିଲେ ଦେଖ ଦୀପିକା ପାଦୁକୋନ । ଦୀପିକାଙ୍କୁ ହାଏ କହିବା ପାଇଂ ରଣବୀରଙ୍କ ମା-ବାପା କହିଥିଲେ । ତେବେ ଯେତେବେଳେ ଦୀପିକା ପାଖକୁ ଆସିଲେ ସେତେବେଳେ ରଣବୀରଙ୍କ ମୁହଁରେ ଖାଦ୍ୟ ପଦାର୍ଥ ଲାଗି ମୁହଁସାରା ଫଳିଯାଇଥିଲା  । ତେଣୁ ସେ ହାଏ କହିଲାବେଳେ ମୁହଁର ଭଂଗୀ ଅଦ୍ଭୁତ ହୋଇଯାଇଥିଲା ।  ଏହିଭଳି ତାଙ୍କର ପ୍ରଥମ ଦେଖା ଥିଲା ବୋଲି ରଣବୀର କହିଛନ୍ତି । ସେ ଦୀପିକାଙ୍କ ଆଗରେ ଭଲ ହେବା ପାଇଁ ଚାହିଁଥିଲେ ମାତ୍ର ସେଦିନ ତାଙ୍କ ଚେହେରା ଖରାପ ହୋଇଯାଇଥିଲା । ତାଙ୍କ ସହ କଥା ହେବା ବେଳେ ସେ କେବଳ ତାଙ୍କ ଚେହେରା କଥା ଚିନ୍ତା କରୁଥିଲେ ।

ଦୀପିକା ଏବଂ ରଣବୀର ତାଙ୍କ ପ୍ରେମ ସଂପର୍କକୁ ସ୍ବୀକାର କରିସାରିଲେଣି ।  ମାତ୍ର ସବୁବେଳେ ବ୍ୟକ୍ତିଗତ କଥା କହି କଥାକୁ ଟାଳି ଦେଉଛନ୍ତି । ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଏକ ଇଭେଣ୍ଟରେ ଦୀପିକା ପାଦୁକୋନ ନିଜ ବିବାହ ସଂପର୍କରେ ପଚରାଯାଇଥିବା ପ୍ରଶ୍ନରେ କିଛି କହିବା ପାଇଁ ମନା କରିଦେଇଥିଲେ । ଏକ ମିଡିଆ ରିପୋର୍ଟ ଅନୁସାରେ ଦୀପିକା ଏବଂ ରଣବୀର ଚଳିତ ବର୍ଷ ନଭେମ୍ବର ୧୨ରେ ବିବାହ କରିପାରନ୍ତି । ସୂତ୍ର ଅନୁସାରେ ଦୁହେଁ ଉତ୍ତର ଇଟାଲୀରର କାମୋ ଲେକ୍ ରେ ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ବିବାହ କରିବେ । ଏହି ସ୍ଥାନ ହଲିଉଡ ଅଭିନେତା ଅଭିନେତ୍ରୀମାନଙ୍କର ପ୍ରସିଦ୍ଧ ସ୍ଥାନ । ଯେଉଁଠାରେ ମଡୋନା ଏବଂ ଏଲିଟନ ଜନ୍ସଙ୍କ ଭଳି ଷ୍ଟାର ରହୁଛନ୍ତି । ଏବେ ଦୁହେଁ ନିଜ କାମରେ ବ୍ୟସ୍ତ ଅଛନ୍ତି । ରଣବୀର ଗଲ୍ଲି ବୟ, ସିମ୍ବା ଏବଂ ତକ୍ତ ର ସୁଟିଂରେ ଏବଂ ଦୀପିକା ନିଜର ନୂଆ ପ୍ରଡକ୍ସସନ ହାଉସକୁ ସେଟଅପ କାମରେ ବ୍ୟସ୍ତ ଅଛନ୍ତି । ଏହି ବ୍ୟାନରରେ ସେ ଏସିଡ ପୀଡିତାଙ୍କ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବେ ।

 

   Related Posts