ଚା’ରେ ମିଶାନ୍ତୁ ଏକ ଚୁଟକି ଲୁଣ, ମିଳିବ ଅନେକ ଫାଇଦା…

Published By : Prameya-News7 Bureau | April 13, 2024 IST

ନୂଆଦିଲ୍ଲୀ ୧୩।୦୪: ପ୍ରାୟ ଅନେକଙ୍କ ସକାଳ ଚାରୁ ଆରମ୍ଭ ହୋଇଥାଏ । କିନ୍ତୁ ଜାଣନ୍ତି କି ପ୍ରତିଦିନ ଚା କରିବା ବେଳେ ଏକ ଚୁଟକି ଲୁଣ ମିଶାଇଲେ ମିଳେ ଅନେକ ଫାଇଦା । ଅନେକ ଚାପତି କଡା ହୋଇଥାଏ । ଚା’ରେ ଏକ ଚାମଚ ଲୁଣ ମିଶାଇଲେ ଚା’ର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । 

ଗବେଷଣାରୁ ଜଣାପଡିଛି ଚା’ରେ ଏକ ଚୁଟକି ଲୁଣ ମିଶାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହା ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେଇଥାଏ ।  ଲୁଣ ହେଉଛି ଏକ ପ୍ରକାର ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ । ଚା’ରେ ଅଳ୍ପ ଲୁଣ ମିଶାଇଲେ ଝାଳ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଦ୍ୱାରା ହଜିଯାଇଥିବା ଇଲେକ୍ଟ୍ରୋଲାଇଟ୍ ତିଆରି କରିବାରେ ସହାୟକ ହୋଇଥାଏ ।

 ଯେଉଁମାନଙ୍କର ହଜମ ପ୍ରକ୍ରିୟାରେ ସମସ୍ୟା ରହିଛି, ସେମାନେ ପ୍ରତିଦିନ ସକାଳେ ଚାରେ ଏକ ଚୁଟକି ଲୁଣ ମିଶାଇ ପିଇବା ଉଚିତ୍ । ଏହା ମଧ୍ୟ ଗ୍ୟାସ୍, ଏସିଡିଟି ପରି ସମସ୍ୟାରୁ ମୁକ୍ତି ଦେଇଥାଏ ।  କିଛି ଲୋକ ସକାଳୁ ଉଠିବା ପରେ କ୍ଳାନ୍ତ ଅନୁଭବ କରନ୍ତି । 

ସେମାନେ ଚା’ରେ ଲୁଣ ମିଶାଇ ପିଇଲେ ସତେଜ ଅନୁଭବ କରିବେ । ଯଦିଓ ଲୁଣ ମିଶ୍ରିତ ଚା ପିଇବାର ଅନେକ ଲାଭ ମିଳିଥାଏ, କିନ୍ତୁ ଏହାର ପରିଣାମ ପାଇଁ ବିଶେଷ ଯତ୍ନବାନ ହେବା ଉଚିତ୍ । ନଚେତ୍ ସ୍ୱାସ୍ଥ୍ୟ  ଖରାପ ହୋଇପାରେ । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.