ମରଣୋତ୍ତର ଭାରତରତ୍ନ ମିଳିବା ପରେ କଣ କଣ ମିଳେ ସୁବିଧା ? ଉପକୃତ ହୁଅନ୍ତି କି ପରିବାର ଲୋକେ ?

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ ୧୨।୦୨: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ । ଏହି ସମାନ ରାଷ୍ଟ୍ରୀୟ ସେବା ଯେଭଳି କଳା, ସାହିତ୍ୟ, ବିଜ୍ଞାନ, ସାର୍ବଜନୀନ ସେବା ଓ ଖେଳ ଲାଗି ଦିଆଯାଏ । ୨୦୧୧ ମସିହା ପୂର୍ବରୁ କେବଳ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା କ୍ଷେତ୍ରରେ ଯୋଗଦାନ ପାଇଁ ଦିଆ ଯାଉଥିଲା ଭାରତ ରତ୍ନ । ତେବେ ଚଳିତବର୍ଷ ୫ ଜଣ ଏହି ସମ୍ମାନରେ ସମ୍ମାନିତ ହେବେ । ଏମାନଙ୍କ ମଧ୍ୟରୁ ୪ଜଣଙ୍କୁ ମିଳିବ ମରଣୋତ୍ତର ଭାରତ ରତ୍ନ ।

{"id":908007,"width":841,"height":513,"sizeSlug":"full","linkDestination":"none"}

ତେବେ ମରଣୋତ୍ତର ଭାରତ ରତ୍ନ ମିଳିବା ପରେ କଣ କଣ ମିଳେ ସୁବିଧା ? ପରିବାର ସଦସ୍ୟ କେଉଁ କେଉଁ ସୁବିଧା ପାଆନ୍ତି ? ଆସନ୍ତୁ ଜାଣିବ…ଭାରତ ରତ୍ନ ସମ୍ମାନ ପାଇଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ରାଶି ଦିଆଯାଇନଥାଏ । କିନ୍ତୁ ଅନେକ ପ୍ରକାର ସୁବିଧା ଦିଆଯାଏ ।

{"id":908008,"width":839,"height":629,"sizeSlug":"full","linkDestination":"none"}

ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତି କୌଣସି ରାଜ୍ୟକୁ ଗଲେ ସେଠାକାର ସରକାର ରାଜ୍ୟ ଅତିଥି ଭାବେ ସ୍ୱାଗତ କରିଥାନ୍ତି ।କିନ୍ତୁ ମରଣୋତ୍ତର ଭାରତରତ୍ନ ସମ୍ମାନରେ ପରିବାର ସଦସ୍ୟ ଯେଭଳି ସ୍ୱାମୀ ଅଥବା ସ୍ତ୍ରୀ ଏବଂ ଛୁଆଙ୍କୁ ରାଜ୍ୟ ସରକାର ଅତିଥିଙ୍କୁ ଦିଆଯାଉଥିବା ସୁବିଧା ଯୋଗାଇ ଦିଅନ୍ତି । ବ୍ୟକ୍ତିଗତ କର୍ମଚାରୀ ଓ ଡ୍ରାଇଭର ମିଳିଥାଏ ।

{"id":908009,"sizeSlug":"full","linkDestination":"none"}

ତେବେ ପରିବାର ଲାଗି ସୁବିଧା ନେଇ କୌଣସି ପ୍ରକାରର ଲିଖିତ ନିର୍ଦ୍ଦେଶ ଜାରି କରାଯାଇ ନାହିଁ । ଯଦି କୌଣସି ମହାନ୍ ବ୍ୟକ୍ତିଙ୍କୁ ମରଣୋତ୍ତର ଭାରତ ରତ୍ନ ମିଳେ ତ ମୌଖିକ ଭାବେ ଭାରତ ରତ୍ନରେ ସମ୍ମାନିତ କରାଯାଇଥିବା ଗ୍ରହଣ କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.