#Me Too : ଜାଣନ୍ତୁ ଦୋଷୀ ସାବ୍ୟସ୍ତ ହେଲେ କ'ଣ ରହିଛି ଦଣ୍ଡ ବିଧାନ

Published By : Prameya-News7 Bureau | October 15, 2018 IST

ନୂଆଦିଲ୍ଲୀ ୧୫|୧୦: #Me Too ଆନ୍ଦୋଳନ ମହିଳାମାନଙ୍କୁ ଏକ ପ୍ରକାର ସାହାସ ଦେଇଛି । ସେମାନେ ସମସ୍ତ ସୀମା ଉଲଂଘନ କରି ନିଜ ସହ ହୋଇଥିବା ଯୌନ ଉତ୍ପୀଡନ ସଂପର୍କରେ ସମସ୍ତଙ୍କ ସମ୍ମୁଖରେ କହିପାରୁଛନ୍ତି । ଏବେ ତ ଏହା ଏକ ସାମାଜିକ ଆନ୍ଦୋଳନର ରୂପ ନେଲାଣି । ଏହା ଫଳରେ ଅସଦାଚରଣ ସହ ଯୌନ ଶୋଷଣର ଖବର ମଧ୍ୟ ପଦାକୁ ଆସୁଛି । କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ରୋକିବା ପାଇଁ ସୁପ୍ରିମକୋର୍ଟର ବିଶାଖା ଗାଇଡଲାଇନସ ସହ ଏଠାରେ ଏହା ଦେଖିବାକୁ ପଡିବ ଯେ ଅସଦାଚାରଣକୁ ନେଇ ଆମ ଦେଶରେ ଆଇନ କଣ ରହିଛି । ଏଥି ପାଇଁ କଣ ଦଣ୍ଡ ବିଧାନ ରହିଛି । ଧାରା ୩୫୪ : ଏହା ମହିଳାମାନଙ୍କୁ ଦୁର୍ବ୍ୟବହାର ସହ ଜଡିତ । ଏହି ଧାରାରେ କେତେକ ସେକ୍ସନ ରହିଛି । ୩୫୪ ଏ ଅନୁସାରେ ଯଦି କେହି ଯୌନ ସଂପର୍କ ରଖିବାକୁ ଚାହିଁଥାଏ ତେବେ ତାହା ଅସଦାଚରଣ ବୋଲି ବିବେଚିତ ହେବ । ଦୋଷୀ ସାବ୍ୟସ୍ତ ହେବା ଦ୍ବାରା ଅଧିକରୁ ଅଧିକ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ସେସ୍କୁଆଲ କମେଣ୍ଟ : କୌଣସି ମହିଳା ଉପରେ ସେସ୍କୁଆଲ ଟିପ୍ପଣୀ ଦେବା ଅପରାଧ । ଦୋଷୀ ସାବ୍ୟସ୍ତ ହେଲେ ଏକ ବର୍ଷ ଜେଲ୍ ଯିବାକୁ ପଡିପାରେ । ଧାରା ୩୫୪ ବି : କୌଣସି ମହିଳା ସହ ଜବରଦସ୍ତି ଶାରିରୀକ ସଂପର୍କ ରଖିବା, ପୋଷାକ ଖୋଲିବା ପାଇଁ ବାଧ୍ୟ କରାଯାଏ ତେବେ ତାହା ଅପରାଧ ହେବ । ଏଥିପାଇଁ ଦୋଷୀ ସାବ୍ୟସ୍ତ ହେଲେ ତିନିରୁ ସାତ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ହୋଇପାରେ । ଧାରା ୩୫୪ ସି : କୌଣସି ମହିଲାଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପର ଫଟୋ ଉଠାଇବା ଏବଂ ତାକୁ ଶେୟାର କରିବା ସଙ୍ଗୀନ ଅପରାଧ । ଦୋଷୀ ସାବ୍ୟସ୍ତ ହେଲେ ଏକ ବର୍ଷରୁ ତିନି ବର୍ଷ ଦଣ୍ଡାଦେଶ ହୋଇପାରେ । ଧାରା ୩୫୪ ଡି : ଯଦି କେହି ଜଣେ ମହିଳାଙ୍କ ପିଛା କରିଥାଏ ଅଥବା ତାଙ୍କ  ଇଚ୍ଛା ନଥିବା ସତ୍ତ୍ବେ ସଂପର୍କ ରଖିବାକୁ ଚେଷ୍ଟା କରିଥାଏ ତେବେ ତାହାକୁ ମଧ୍ୟ ଦୁର୍ବ୍ୟବହାର ସହ ତୁଳନା କରାଯାଇଥାଏ । ଦୋଷୀ ସାବ୍ୟସ୍ତ ହେଲେ ତିନିବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ହୋଇପାରେ । ଧାରା ୪୭୩ ବି : ଏହି ଧାରା ଅନୁସାରେ ଅଦାଲତ ଚାହିଁଲେ ଅଭିଯୋଗ କରିବାର ସମୟସୀମାକୁ ସମାପ୍ତ କରିପାରିବେ । ଏଥିପାଇଁ ପୀଡିତାଙ୍କୁ ଅଦାଲତ ସମ୍ମୁଖରେ ସାକ୍ଷ୍ୟ ଦେବାକୁ ପଡିବ । ଯଦି ଅଦାଲତ ଏ କଥାରେ ସନ୍ତୁଷ୍ଟ ହୋଇଯାଏ ଯେ ଅଭିଯୋଗରେ ହୋଇଥିବା ବିଳମ୍ବ ପାଇଁ ପ୍ରକୃତ କାରଣ ରହିଥାଏ ତେବେ ସେ ସମୟସୀମାକୁ ସମାପ୍ତ କରିପାରିବେ । ୨୦୧୩ର ଆଇନ ଅନୁସାରେ ଦୁଷ୍କର୍ମ ମାମଲାରେ ଦଣ୍ଡ ବିଧାନ ଆଜୀବନ ଜେଲ୍ ଏବଂ ଦୁର୍ବ୍ୟବହାରର କେତେକ ମାମଲାରେ ୭ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ରହିଛି । ପୂର୍ବ ଆଇନରେ ଦୁର୍ବ୍ୟବହାରରେ ଅଧିକରୁ ଅଧିକ ୨ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବିଧାନ ରହିଥିଲା । ଏଥିରେ ଯେଉଁ ସମୟରେ ଘଟଣା ହୋଇଥିବା ସେହି ସମୟର ଆଇନ ଅନୁଯାୟୀ ପୁଲିସ ମାମଲା ଦାୟର କରି ପାରିବ । ଅଭିଯୋଗକାରୀ ଉପରେ ମଧ୍ୟ କଡା ନଜର ରଖାଯାଇଥାଏ । ଯଦି ଅଭିଯୋଗ ଭୁଲ ପ୍ରମାଣିତ ହେଲା ତେବେ ଧାରା ୧୮୨ ଅନୁଯାୟୀ ଭୁଲ ଅଭିଯୋଗ କରିବାରେ ମଧ୍ୟ ମାମଲା ଦାୟର ହୋଇପାରେ । ଏମିତି ଅଭିଯୋଗ ଆସିଲେ ଅଦାଲତ ନିର୍ଦ୍ଦୋଶରେ ଖଲାସ କରିବା ସହ ମାନହାନୀର ମକଦ୍ଦମା ମଧ୍ୟ ଦାୟର କରାଇପାରିବେ । କ୍ଷତିପୂରଣର ମଧ୍ୟ ମାଗିପାରିବେ । ତିନି ବର୍ଷରୁ ଅଧିକ ଦଣ୍ଡବିଧାନ ଥିବା ମାମଲାରେ ପୀଡିତାଙ୍କ ବୟାନ ଆଧାରରେ ପୋଲିସ ମାମଲା ଦାୟର କରିପାରିବ । ଏହା ବ୍ୟତୀତ ଧର୍ତ୍ତବ୍ୟ ଅପରାଧ ଗୁଡିକରେ ପୀଡିତା ଅଦାଲତରେ ଅଭିଯୋଗ କରିପାରିବ । ଏଥିରେ ଅଦାଲତ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ସମନ ଜାରି କରିଥାନ୍ତି ଏବଂ ପରେ ମାମଲା ଦାୟର କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.