Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବେଧଡକ ଚାଲିଥିଲା ଦେଶୀ ବନ୍ଧୁକ କାରଖାନା, ଚଢାଉରେ କାରିଗରଠୁ ପୋଲିସ୍ ପାଇଲା କ’ଣ ?

11/10/2022 at 10:51 AM

ବୌଦ୍ଧ ୧୧/୧୦: ବୌଦ୍ଧ ଜିଲ୍ଲାରେ ଦେଶୀ ବନ୍ଧୁକ କାରଖାନା ଠାବ । କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ା ଗ୍ରାମରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା ମନମୁଣ୍ଡା ପୋଲିସ୍ । ଏକ ଘରୁ ବନ୍ଧୁକ କାରିଗରକୁ ଗିରଫ କରିବ ସହ ୨ ଟି ପିସ୍ତଲ୍ ଏବଂ ୪ ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ବନ୍ଧୁକ ତିଆରି କରିବାରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସିଲାଇପଡ଼ା ଗ୍ରାମର ଶେଷଦେବ ବିନ୍ଧାଣି ।

ସୂଚନା ଅନୁଯାୟୀ ମନମୁଣ୍ଡା ପୋଲିସ୍ କୌଣସି ଏକ ସୁତ୍ରରୁ ଖବର ପାଇଁ ଗତକାଲି ବିଳମ୍ୱିତ ରାତିରେ ଅଚାନକ ସିଲାଇ ପଡ଼ା ଗ୍ରାମରେ ଚଢାଉ କରିଥିବା ଏବଂ ବନ୍ଧୁକ କାରଖାନାୃକୁ ଠାବ କରିଥିଲା । ସେଠାରେ ବନ୍ଧୁକ ତିଆରି ହେଉଥିବା ବେଳେ ୨ ଟି ପିସ୍ତଲ୍ ଏବଂ ୪ ଟି ଦେଶୀ ବନ୍ଧୁକ ଜବତ କଲା ପୋଲିସ ଏବଂ ବନ୍ଧୁକ କାରିଗରକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ତେବେ ଏ ନେଇ ଅଧିକ ସୂଚନା ଅପରାହ୍ନ ସାମ୍ବାଦିକ ସମ୍ମିଳନୀ ରେ ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts