scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆର୍ୟନ ଖାନଙ୍କୁ ଡ୍ରଗ୍ସ କେସରେ କ୍ଲିନ ଚିଟ୍ ମିଳିବା ଉପରେ କ’ଣ କହିଲେ ସମୀର ଓ୍ଵାଙ୍ଖେଡେ ?

27/05/2022 at 4:18 PM

ନୂଆଦିଲ୍ଲୀ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ନାର୍ଟୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) କ୍ଲିନ ଚିଟ୍ ପ୍ରଦାନ କରିଛନ୍ତି। ଏହି ମାମଲାରେ ଆର୍ୟନଙ୍କୁ ଗିରଫ କରିଥିବା ଏନସିବିର ପୂର୍ବତନ ଜୋନାଲ ମୁଖ୍ୟ ସମୀର ଓ୍ଵାଙ୍ଖେଡେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇବାକୁ ଚେଷ୍ଟା କରିଛନ୍ତି। ତତ୍କାଳୀନ ମୁମ୍ବାଇ ଜୋନର ପ୍ରମୁଖ ସମୀରଙ୍କ ନେତୃତ୍ଵରେ ଏକ ଏନସିବି ଦଳ କାର୍ଡେଲିଆ କ୍ରୁଜରେ ଚଢାଉ କରିଥିଲେ। ସେହି ସମୟରେ ରାତି ୨ଟା ବେଳକୁ ଏକ ଡ୍ରଗ ପାର୍ଟି ଚାଲିଥିଲା। ଆର୍ୟନ ଏବଂ ତାଙ୍କ ବନ୍ଧୁଙ୍କ ସହ ଆଉ କିଛି ଜଣଙ୍କୁ ନିଶା ଦ୍ରବ୍ୟ ଚାଲାଣ ଏବଂ ଡ୍ରଗ୍ସ ସେବନ ଅଭିଯୋଗରେ ଗିରଫ କରାଯାଇଥିଲା।

ଶୁକ୍ରବାର ଇଣ୍ଡିଆ ଟୁଡେ ଦ୍ଵାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଓ୍ଵାଙ୍ଖେଡେ କହିଛନ୍ତି, କ୍ଷମା କରନ୍ତୁ, ମୁଁ କିଛି କହି ପାରିବି ନାହିଁ। ମୁଁ ଏନସିବି ଅଧିକାରୀ ନୁହେଁ, ଏହି ମାମଲାରେ ଏନସିବି ଅଧିକାରୀଙ୍କ ସହ କଥା ହୁଅନ୍ତୁ। ଆର୍ୟନଙ୍କୁ ଏନସିବି ଗତ ବର୍ଷ ଅକ୍ଟୋବର ୨ ତାରିଖରେ ଗିରଫ କରିଥିଲା। ଜେରା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ନିମ୍ନ ଅଦାଲତ ଆର୍ୟନଙ୍କୁ ଜାମିନ ଆବେଦନ ଖାରଜ କରିଥିଲେ। ପରେ ଆର୍ୟନ ନିଜ ଓକିଲଙ୍କ ଜରିଆରେ ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଅକ୍ଟୋବର ୨୯ରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଆଇନ ପ୍ରକ୍ରିୟା କାରଣରୁ ଆର୍ୟନ ଅକ୍ଟୋବର ୩୦ରେ ଜେଲରୁ ମୁକୁଳିଥିଲେ।

ମୁମ୍ବାଇର କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ କ୍ଲିନ୍ ଚିଟ୍ ମିଳିଛି। ମାମଲାରେ ଆର୍ୟନଙ୍କ ବ୍ୟତୀତ ୧୯ ଜଣଙ୍କୁ ଗିରଫ କରାଯାଇଥିଲା। ଦୁଇ ଜଣଙ୍କୁ ବାଦ୍ ଦେଲେ ବାକି ସମସ୍ତେ ବର୍ତ୍ତମାନ ଜାମିନରେ ଜେଲରୁ ମୁକୁଳି ସାରିଛନ୍ତି। ଅନ୍ୟପଟେ ସମୀର ଓ୍ଵାଙ୍ଖେଡେଙ୍କ ମୁସ୍କିଲ ବଢିପାରେ। ଏହି ମାମଲାରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ।

   Related Posts