Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ତେଜସ୍ୱୀ ଯାଦବଙ୍କ ଘରୁ ଜାଣନ୍ତୁ ମିଳିଲା କ’ଣ? ଚଢଉ ପରେ ଆସିଲା EDଙ୍କ ବୟାନ

11/03/2023 at 7:25 PM

ନୂଆଦିଲ୍ଲୀ ୧୧।୩: ବିହାର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ସମ୍ପର୍କୀୟ ଠିକଣା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢଉ କରିଥିଲେ। ଲାଲୁଙ୍କ ବିରୋଧରେ ଲ୍ୟାଣ୍ଡ ଫର ଜବ ଦୁର୍ନୀତିର ଅଭିଯୋଗ ରହିଛି। ଏଣୁ ଇଡି ଲାଲୁଙ୍କ ପରିବାର, ସେମାନଙ୍କ ସମ୍ପର୍କୀୟ ଓ ଆରଜେଡି ନେତାମାନଙ୍କ ଠିକଣା ଉପରେ ବିହାର ସମେତ ଅନେକ ରାଜ୍ୟରେ ଚଢଉ ହୋଇଥିଲା। ଏବେ ଇଡି ଅନେକ ବଡ ଦାବି କରୁଛନ୍ତି। ଇଡି କହିଛନ୍ତି ରାଗିଣୀ ଯାଦବଙ୍କ ସମେତ ଲାଲୁଙ୍କ ୨ ଝିଅଙ୍କ ଘରୁ ନଗଦ ୭୦ ଲକ୍ଷ ଟଙ୍କା ଓ ସ୍ୱର୍ଣ୍ଣଳଙ୍କାର ଜବତ କରାଯାଇଛି।

ଇଡି କହିଛନ୍ତି ଯେ ଦିଲ୍ଲୀ ନ୍ୟୁ ଫ୍ରେଣ୍ଡସ କଲୋନୀସ୍ଥିତ ପ୍ଲଟ ନମ୍ବର ଡି-୧୦୮୮ରେ ଏକ ୪ ମହଲା ବଙ୍ଗଳା ରହିଛି। ଏହା ମେସର୍ସ ଏବି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡଙ୍କ ନାମରେ ପଞ୍ଜିକୃତ ରହିଛି। ଏହି କମ୍ପାନୀର ମାଲିକାନା ଓ ନିୟନ୍ତ୍ରଣ ତେଜସ୍ୱୀ ଯାଦବ ଓ ତାଙ୍କ ପରିବାରଙ୍କ ନିକଟରେ ରହିଛି। ଏହି ସମ୍ପତ୍ତିକୁ ମାତ୍ର ୪ଲକ୍ଷ ଟଙ୍କାରେ ଅଧିଗୃହୀତ କରାଯାଇଥିବାର ଦେଖାଯାଇଥିଲା। ଏହାର ବର୍ତ୍ତମାନ ବଜାର ମୂଲ୍ୟ ପାଖାପାଖି ୧୫୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି।

ତେବେ ଇଡି ଏହି ସମ୍ପତ୍ତି କ୍ରୟରେ ବହୁମାତ୍ରାରେ ନଗଦ ଓ ଅପରାଧ ଅର୍ଜିତ ଆୟର ଉପଯୋଗ କରାଯାଇଥିବା ସନ୍ଦେହ କରିଛନ୍ତି। ତେବେ ପ୍ରପର୍ଟିକୁ କାଗଜପତ୍ରରେ ଏବି ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ ଓ ଏ.କେ.ଇନଫୋସିଷ୍ଟମ ପ୍ରାଇଭେଟ ଲିମିଟେଡର କାର୍ଯ୍ୟାଳୟ ଦର୍ଶାଯାଇଛି। ତେବେ ଏହାର ଉପଯୋଗ ବିଶେଷ କରି ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଦ୍ୱାରା ଆବାସୀୟ ପରିସର ଭାବେ କରାଯାଉଛି। ତଲାସୀ କାଳରେ ବିଲ୍ଡିଂରେ ତେଜସ୍ୱୀ ଯାଦବ ରହୁଥିବା ଦେଖାଯାଇଛି।

ଏହା ଛଡା ଇଡି ଲ୍ୟାଣ୍ଡ ଫର ଜବ ଦୁର୍ନୀତିର ଯାଞ୍ଚ କାଳରେ ତଲାସୀ ନେବା ବେଳେ ବେ ହିସାବ ୧ କୋଟି ଟଙ୍କା ମିଳିଛି। ସେହିପରି ୧୯୦୦ ଆମେରିକୀୟ ଡଲାର, ଅନ୍ୟ ବିଦେଶୀ ମୁଦ୍ରା, ୫୪୦ ଗ୍ରାମ ଓଜନର ଗୋଲ୍ଡ ବୁଲିୟନ ଓ ୧.୫ କେଜିରୁ ଅଧିକ ସ୍ୱର୍ଣ୍ଣଳଙ୍କାର ମଧ୍ୟ ମିଳିଛି। ଇଡି ପରିବାର ସଦସ୍ୟ ଓ ବେନାମୀ ଲୋକଙ୍କ ନାମରେ ରଖାଯାଇଥିବା ବିଭିନ୍ନ ସମ୍ପତ୍ତିର କାଗଜପତ୍ର, ବିକ୍ରୟପତ୍ର, ଭୂମି ବ୍ୟାଙ୍କ ସମେତ ଇଲେକ୍ଟ୍ରୋନିକ ଡିଭାଇସ ଓ କିଛି ଆପତ୍ତି ଜନକ କାଗଜପତ୍ର ମଧ୍ୟ ଜବତ କରିଛନ୍ତି। ଇଡିଙ୍କୁ ଏପର୍ଯ୍ୟନ୍ତ ୬୦୦ କୋଟି ଟଙ୍କାର ଅପରାଧରୁ ଅର୍ଜିତ ଆୟର ପ୍ରମାଣ ମିଳିଛି। ଯେଉଁଥିରେ ୩୫୦ କୋଟି ଟଙ୍କାର ଅଚଳ ସମ୍ପତ୍ତି ମଧ୍ୟ ରହିଛି। ଏହା ଛଡା ବିଭିନ୍ନ ବେନାମୀ ଲୋକଙ୍କ ଦ୍ୱାରା ୨୫୦ କୋଟି ଟଙ୍କା ଦିଆନିଆ କରାଯାଇଛି।

ମାମଲାରେ ଇଡି ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତରୁ ଜଣାପଡିଛି ଯେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ରେଳବାଇ ଚାକିରୀ କରାଇ ଦେବା ପାଇଁ ପାଟନା ଓ ଅନ୍ୟ ଅଞ୍ଚଳର ମୁଖ୍ୟ ସ୍ଥାନମାନଙ୍କରେ ଅନେକ ଜମି ଅବୈଧ ଭାବେ ଅଧିଗ୍ରହଣ କରିଥିଲେ। ଏହି ସବୁ ଜମିର ବର୍ତ୍ତମାନ ବଜାର ମୂଲ୍ୟ ଆନୁମାନିକ ୨୦୦ କୋଟି ଟଙ୍କା ହେବ।   

   Related Posts