'ରୁପେ' କାର୍ଡ କଣ? ଏଥିରୁ ଫାଇଦା କଣ ମିଳିଥାଏ, ଜାଣନ୍ତୁ

Published By : Prameya-News7 Bureau | August 19, 2019 IST

ନୂଆଦିଲ୍ଲୀ୧୯|୮: ‘ରୁପେ’ (RuPay) ଭାରତର ଏକ ସ୍ବଦେଶୀ ପେମେଣ୍ଟ ସିଷ୍ଟମ। ଏଟିଏମ କାର୍ଡ ଓ ଡେବିଟ୍ କାର୍ଡ ପାଖାପାଖି ସମାନ ହୋଇଥାଏ। ‘ରୁପେ’ କାର୍ଡକୁ ଭିଜା କିମ୍ବା ମାଷ୍ଟର କାର୍ଡ ବୋଲି କୁହାଯାଇଥାଏ। ‘ରୁପେ’ କାର୍ଡ ଭାରତୀୟ ରାଷ୍ଟ୍ରୀୟ ନିଗମ(ଏନପିସିଆଇ) ଦ୍ବାରା ବିକଶିତ କରାଯାଇଥାଏ । ୨୦୧୪ ମସିହା ମେ ମାସ ୮ ତାରିଖରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ଏହି କାର୍ଡକୁ ରାଷ୍ଟ୍ରକୁ ସମର୍ପଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭୂଟାନରେ ‘ରୁପେ’ କାର୍ଡ ପ୍ରଚଳନର ଶୁଭ ଉଦଘାଟନ କରିଛନ୍ତି। ବର୍ତ୍ତମାନ ସମୟରେ ‘ରୁପେ’ ର ପାଞ୍ଚ ପ୍ରକାର କାର୍ଡ ବାହାରିଛି, ସେଗୁଡିକ ହେଲା, ରୁପେ କ୍ଲାସିକାଲ କାର୍ଡ, ରୁପେ କ୍ଲାସିକାଲ କ୍ରେଡିଟ କାର୍ଡ, ରୁପେ ପ୍ଲାଟିନମବିଟ୍ କାର୍ଡ, ରୁପେ ପ୍ଲାଟିନମ କ୍ରେଡିଟ୍ କାର୍ଡ ଓ ରୁପେ ସିଲେକ୍ଟ କ୍ରେଡିଟ୍ କାର୍ଡ।‘ରୁପେ’ ସିଲେକ୍ଟ କାର୍ଡରେ ବିଭିନ୍ନ ପ୍ରକାର ସୁବିଧା ରହିଛି।

ଏନପିସିଆଇ‘ରୁପେ’ କାର୍ଡ ସର୍ଭିସକୁ ୨୦୧୩ ମସିହା ଏପ୍ରିଲ ମାସରେ ଆରମ୍ଭ କରିଥିଲେ। କାର୍ଡ ପେମେଣ୍ଟର ନେଟଓ୍ବାର୍କ ସବୁ କାର୍ଯ୍ୟ କରିବା ପାଇଁ ‘ରୁପେ’କୁ ଦିଆଯାଇଥିଲା। ଏହି କାର୍ଯ୍ୟ ପାଇଁ ପାଞ୍ଚରୁ ସାତ ବର୍ଷ ଲାଗିଥିଲା। ସେହିପରି ୨୦୧୧ ମସିହା ମେ ୧୪ ତାରିଖରେ ମହାରାଷ୍ଟ୍ରରେ କ୍ଷେତ୍ରରେ ଜନତା ସରକାରୀ ବ୍ୟାଙ୍କ ଅଫ୍  ଅର୍ବାନ କୋପୋରେଟିଭ ବ୍ୟାଙ୍କରେ ଗୋପିନାଥ ପାଟିଲ କାର୍ତ୍ତିକ ଏହି କାର୍ଡ ଲଞ୍ଚ କରିଥିଲେ। ରୁପେ କାର୍ଡକୁ କିଶାସ କାର୍ଡ ରୂପରେ ମଧ୍ୟ ବ୍ୟବହାର କରାଯାଉଛି। ଏଥିସହ ୪୩ଟି ବ୍ୟାଙ୍କର ଡେବିଟ କାର୍ଡ ଭାବରେ ମଧ୍ୟ ଏହି କାର୍ଡକୁ ବ୍ୟବହାର କରାଯାଉଛି।

ନେସନାଲ ପେମେଣ୍ଟ କର୍ପୋରେସନ ଆଫ୍‌ ଇଣ୍ଡିଆ (ଏନପିସିଆଇ) ଦ୍ବାରା ରୁପେ କାର୍ଡର ଉନ୍ନତି କରାଯାଇଥିଲା। ରୁପେ କାର୍ଡ ଦ୍ବାରା ଏଟିଏମରୁ ଟଙ୍କା ଉଠାଯାଇଥାଏ, ପିଏସଓ ଓ ଅନଲାଇନରେ ଟ୍ରାଂଜାକ୍ସନ କରାଯାଇଥାଏ। ଅନ୍ୟ କାର୍ଡ ତୁଳନରେ ଟ୍ରାଂଜାକ୍ସନରେ ଏହି କାର୍ଡର କମ୍ ଶୁକ୍ଳ ପଡିଥାଏ। ବ୍ୟାଙ୍କ ରିପୋର୍ଟଅନୁସାରେ ଅନ୍ୟ ବ୍ୟାଙ୍କ ତୁଳନାରେ ୪୦ ପ୍ରତିଶତ କମ ଶୁକ୍ଳ ଦେବାକୁ ପଡିଥାଏ। ଏଥି ସହ ଦେଣନେଣ ପ୍ରକ୍ରିୟା ଏଥିରେ ଦ୍ରୁତଗତିରେ ହୋଇଥାଏ।

ରୁପେ ଏକ ଘରୋଇ କାର୍ଡ, ଯାହାକୁ ନେସନାଲ ପେମେଣ୍ଟ କର୍ପୋରେସନ ଆଫ୍‌ ଇଣ୍ଡିଆ ଦ୍ବାରା ଲଞ୍ଚ କରାଯାଇଥିଲା। ଏହି କାର୍ଡ ଦ୍ବାରା ଦେଶର ପେମେଣ୍ଟ ସିଷ୍ଟମକୁ ଏକକୀକରଣ କରାଯାଇ ପାରିବ। ଏସବିଆଇ ବ୍ୟାଙ୍କଠାରୁ ଆରମ୍ଭ କରି ଦେଶର ମୁଖ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଏହି କାର୍ଡର ବ୍ୟବହାର କରିଲେଣି। ଖାସ୍ କରି ପ୍ରଧାନମନ୍ତ୍ରୀ ଦ୍ବାରା ଜନ-ଧନ ଯୋଜନା ପାଇଁ ଖୋଲା ଯାଇଥିବା ଆକାଉଣ୍ଟ ପାଇଁ ଏହି କାର୍ଡ ଲାଗୁ କରାଯାଇଛି। ରୁପେ କାର୍ଡ ଦ୍ବାରା ଟ୍ରାଂଜାକ୍ସନ ସୁବିଧାରେ ହୋଇଥାଏ। କାର୍ଡ ହୋଲଡରଙ୍କ ସଂପର୍କରେ ଜାଣିବା ପାଇଁ ଏଥିରେ ମାକ୍ରୋ ପ୍ରୋସେସର ସର୍କିଟ ଲାଗିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.