oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଗ୍ରୀନ୍‌ ବାଣ କ’ଣ ? ଜାଣନ୍ତୁ ଏହାକୁ କିପରି କରାଯାଏ ଚିହ୍ନଟ..

3/11/2021 at 2:53 PM

ନୂଆଦିଲ୍ଲୀ ୦୩।୧୧: ପ୍ରଦୂଷଣର ମାତ୍ରା ବୃଦ୍ଧିକୁ ଦେଖି ଅନେକ ରାଜ୍ୟ ବାଣ ବିକ୍ରି ଉପରେ ରୋକ୍‌ ଲଗାଇଛନ୍ତି । କିନ୍ତୁ କିଛି ସ୍ଥାନରେ ଗ୍ରୀନ୍‌ ବାଣ ବିକ୍ରି ସହିତ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ତେବେ ଏସବୁ ଭିତରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବା ଯେ, ଗ୍ରୀନ୍‌ ବାଣ କଣ ? ତେବେ ଆସନ୍ତୁ ଜାଣିବା ଏହାସହିତ କିଛି ତଥ୍ୟ-

ଗ୍ରୀନ୍‌ ବାଣ କେବଳ ଆକାରରେ ଛୋଟ ନୁହେଁ ବରଂ ଏହାକୁ ପ୍ରସ୍ତୁତ କରିବାକୁ କମ୍‌ ମାତ୍ରାରେ କଞ୍ଚାମାଲ ଦରକାର ହୋଇଥାଏ । ଏହି ବାଣକୁ ପ୍ରସ୍ତୁତ ବେଳେ ଏଥିରେ ମିଶୁଥିବା ଏକ ବିଶେଷ ପଦାର୍ଥର ଖାସ୍‌ ଧ୍ୟାନ ରଖାଯାଇଥାଏ । ଯାହାଦ୍ୱାରା ଏହି ବାଣ ବିସ୍ଫୋରଣ ହେଲେ କମ୍‌ ପରିମାଣର ପ୍ରଦୂଷଣ ହୋଇଥାଏ । ତେବେ ଗ୍ରୀନ୍‌ ବାଣଗୁଡ଼ିକରୁ ଅତିକମ୍‌ରେ ୨୦ ପ୍ରତିଶତ ପାର୍ଟିକ୍ୟୁଲେଟ୍‌ ମେଟର ନାମକ ଏକ ବିଶେଷ ପଦାର୍ଥ ନିର୍ଗତ ହେଉଥିବା ବେଳେ ୧୦ ପ୍ରତିଶତ ଗ୍ୟାସ୍‌ ବାହାରିଥାଏ । ଗ୍ରୀନ୍‌ ବାଣର ପ୍ୟାକେଟ୍‌ ଉପରେ ଏକ କୋଡ଼ ଥାଏ, ଯାହାକୁ NEERI ନାମକ ଏକ ଆପ୍‌ ଜରିଆରେ ଚିହ୍ନଟ କରାଯାଇପାରିବ ।

ତେବେ ଆମେ ସମସ୍ତ ଜାଣିଛେ ଯେ, ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ମାତ୍ର ବଢିଥାଏ । ଫଳରେ ଆମକୁ ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ସେହିପରି ପ୍ରଦୂଷଣ ମାତ୍ର ବଢିବା ଦ୍ୱାରା ଆଜ୍‌ମା, କ୍ୟାନ୍‌ସର ରୋଗୀମାନେ ବେଶ୍‌ ପ୍ରଭାବିତ ହୋଇଥାନ୍ତି । ଏଥିସହିତ କରୋନା ଭାଇରସ ଲାଗି ଅନେକ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି । ଯାହାଫଳରେ ଆମକୁ ଏହି ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ବାଣରୁ ବାହାରୁ ଥିବା ପାର୍ଟିକ୍ୟୁଲେଟ୍‌ ମେଟର ଶରୀରକୁ ଯାଇ ଫୁସ୍‌ଫୁସ୍‌ରେ ଫସିଯାଇଥାଏ । ହୃଦଘାତ କିମ୍ବା ଆଜମା ଭଲି ଭୟଙ୍କର ରୋଗରେ ପୀଡିତ ଲୋକଙ୍କ ପାଇଁ ଏହା ବହୁତ ବିପଦଜନକ ହୋଇପାରେ । ତେଣୁ ଆଜିକା ଦିନରେ ଗ୍ରୀନ୍‌ ବାଣ ହିଁ ପରିବେଶ ପାଇଁ ସଠିକ୍ ।

   Related Posts