ବାପ-ପୁଅଙ୍କ କଳିରୁ ବୁଡିଗଲା ୨ବିଲିୟନ ଡଲାର: ଚୀନ୍‌ର ସବୁଠୁ ବଡ଼ ମାଂସ କମ୍ପାନୀ ସେୟାର ବଜାରରେ ହରାଇଲା ବଡ଼ ରକମ

Published By : Prameya-News7 Bureau | August 19, 2021 IST

ବେଜିଂ :  ପ୍ରଶିଦ୍ଧ ଚୀନ୍‌ ମାଂସ ବ୍ୟବସାୟୀ ଡବ୍ଲୁଏଚ୍‌ ଗ୍ରୁପ ଲିମିଟେଡ ମାଲିକଙ୍କ ପାରିବାରିକ ବିବାଦ ଯୋଗୁ ସେୟାର ବଜାରରେ ନିବେଶକଙ୍କର ଅନୁନ୍ୟ ୨ ବିଲିୟନ ଡଲାରରୁ ଅଧିକ କ୍ଷତି ହୋଇଛି। କମ୍ପାନୀର ଚେୟାରମ୍ୟାନ୍‌ ଓ ତାଙ୍କ ପୁତ୍ରଙ୍କ ମଧ୍ୟରେ ସଂସ୍ଥାର ପରିଚାଳନା ଓ ପରବର୍ତ୍ତି ମାଲିକାନାକୁ ନେଇ ବିବାଦ ଏପରି ପରିସ୍ଥିତି ସୃଷ୍ଟି କରିଛି। ପ୍ରାୟ ୩ ବର୍ଷ ପରେ ପ୍ରଥମ ଥର ହଙ୍ଗକଙ୍ଗରେ ଡବ୍ଲୁଏଚ୍‌ ଗ୍ରୁପଙ୍କ ସେୟାର ୧୭ ପ୍ରତିଶତ ତଳକୁ ଖସିଛି। ଏଥିପାଇଁ କମ୍ପାନୀ ସଂସ୍ଥାପକଙ୍କ ୫୨ ବର୍ଷ ବୟଷ୍କ ପୁଅ ତଥା ସର୍ବାଧିକ ସେୟାରଧାରୀ ୱାନ୍‌ ଲଙ୍ଗ ତାଙ୍କ ପିତାଙ୍କୁ ଦାୟି କରିଛନ୍ତି।

{"id":498433,"width":841,"height":471,"sizeSlug":"full","linkDestination":"none"}

ଡବ୍ଲୁଏଚ୍‌ ଗ୍ରୁପ ଲିମିଟେଡଙ୍କ ୮୦ ବର୍ଷ ବୟଷ୍କ ମାଲିକ ୱାନ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରୁ ଇସ୍ତଫା ଦେଇଥିବା ବେଳେ ଏହି ପଦବୀରେ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ ଗୋଉ ଲିଜୁନଙ୍କୁ ଅବସ୍ଥାପିତ କରିଛନ୍ତି। ଏହି ଗ୍ରୁପ ୨୦୧୩ ମସିହାରେ ଆମେରିକାକୁ ଘୁଷୁରିମାଂସ ଯୋଗାଣ କରୁଥିବା ସ୍ମିଥଫିଲ୍ଡ ଫୁଡସ୍‌ ଇଂକକୁ ଅଧିଗ୍ରହଣ କରି ନେଇଥିଲେ। ତେବେ ଏହି ଅଧିଗ୍ରହଣ ମିଥ୍ୟା ଓ ଭ୍ରମିତ କରିବା ଲାଗି ଅଭିପ୍ରେତ ଥିଲା ବୋଲି ଡବ୍ଲୁଏଚ ଗ୍ରୁପ ବୁଧବାର ଘୋଷଣା କରିଛନ୍ତି।

{"id":498434,"width":838,"height":601,"sizeSlug":"full","linkDestination":"none"}

ତେବେ ଏହା ପୂର୍ବରୁ ଗତ ଜୁନ ମାସରେ କମ୍ପାନୀର ନିର୍ଦ୍ଦେଶକ ପଦରୁ କନିଷ୍ଠ ୱାନଙ୍କୁ ବହିଷ୍କାର କରାଯାଇଥିଲା। ଦାୟିତ୍ୱରେ ଅବହେଳା ଯୋଗୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା ସେତେବେଳେ ଡବ୍ଲୁଏଚ ଗ୍ରୁପ ସ୍ପଷ୍ଟିକରଣ ଦେଇଥିଲେ। ଦୁଇ ସପ୍ତାହ ପୂର୍ବେ ମୁଖ୍ୟକାର୍ଯ୍ୟନିର୍ବାହୀ ପଦରୁ ୱାନ ଇସ୍ତଫା ଦେବା ବେଳେ ଅର୍ଥ ଅଧିକାରୀଙ୍କୁ ତାଙ୍କ ପଦବୀର ନୂଆ ଉତ୍ତରାଧିକାରୀ ଘୋଷଣା କରିଥିଲେ। ସେତେବେଳେ ଗୋଉ ଲିଜୁନଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଆସ୍ଥା ଥିବା ୱାନ ଘୋଷଣା କରିଥିଲେ। ତେବେ ପାରିବାରିକ ବିବାଦ ଏବେ ନିବେଶକଙ୍କୁ ବିପୁଳ କ୍ଷତିରେ ପକାଇଥିବା ଦେଖା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.