ଯୌନ ନିର୍ଯାତନା ଅଭିଯୋଗ: ଇସ୍ତଫା ଦେଇପାରନ୍ତି WFI ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହ

Published By : Prameya-News7 Bureau | January 19, 2023 IST

ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ଭାରତୀୟ କୁସ୍ତିଯୋଦ୍ଧା ସଂଘ(WFI) ସଭାପତି ବ୍ରିଜ ଭୂଷଣ ଶରଣ ସିଂହ। ଭାରତୀୟ ଷ୍ଟାର୍ କୁସ୍ତି ଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗକୁ ନେଇ ସେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଭାରତର କୁସ୍ତି ଯୋଦ୍ଧା ବିନେଶ ଭୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଭଳି ଏକାଧିକ କୁସ୍ତି ଯୋଦ୍ଧା ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ବ୍ରିଜ ଭୂଷଣ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ବିନେଶ ଫୋଗାଟ ଅଭିଯୋଗ କରିଥିଲେ। ଏନେଇ ଗତକାଲି(୧୮ ଜାନୁଆରୀ) ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ଜାରି ରଖିଛନ୍ତି।

ବର୍ତ୍ତମାନ ମିଳିଥିବା ଖବର ଅନୁସାରେ WFI ଅଧ୍ୟକ୍ଷ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ଜାନୁଆରୀ ୨୨ ତାରିଖରେ ଜେନେରାଲ କାଉନସେଲିଂ ବୈଠକରେ ଭୂଷଣ ଇସ୍ତପା ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।

{"id":735044,"sizeSlug":"full","linkDestination":"none"}

ତେବେ ଅଭିଯୋଗ ଆସିବା ପରେ ବିଜେପି ଗୋଣ୍ଡା ଆସନରୁ ସାଂସଦ ଥିବା ବ୍ରିଜ ଭୂଷଣ ଦିଲ୍ଲୀରେ ପହଞ୍ଚିଥିଲେ। ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଦିନ ୧୨ ଟା ବେଳେ ପୁଣି  ଫେରିଯାଇଛନ୍ତି। ଯିବା ପୂର୍ବରୁ ସେ ସମସ୍ତ ଅଭିଯୋଗ ମିଛ ବୋଲି କହିଥିଲେ। ଯଦି କାହାର ସାହସ ଅଛି ତେବେ ସାମ୍ନାକୁ ଆସି ଯୌନ ନିର୍ଯାତନା କଥା ସ୍ୱୀକାର କରନ୍ତୁ ବୋଲି ବ୍ରିଜ ଭୂଷଣ କହିଥିଲେ।  ଏହା ତାଙ୍କ ବିରୋଧରେ ଏକ ସୁପରିକଳ୍ପିତ ଷଡ଼ୟନ୍ତ୍ର। ଏହା ପଛରେ ଦେଶରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ହାତ ଅଛି ବୋଲି ସେ ଅଭିଯୋଗ କରିଥିଲେ।

ରେସଲରମାନେ ଜାତୀୟ ସ୍ତରରେ ମୁକାବିଲା କରିବାକୁ ପ୍ରସ୍ତୁତ ହେଉ ନାହାନ୍ତି

ଅଭିଯୋଗ ପରେ WFI ଅଧ୍ୟକ୍ଷ କୁସ୍ତି ଯୋଦ୍ଧାଙ୍କୁ ପାଲଟା ଜବାବ ଦେଇଛନ୍ତି। ଏହି ଯୋଦ୍ଧାମାନେ ଜାତୀୟ ସ୍ତରରେ ମୁକାବିଲା କରିବାକୁ ପ୍ରସ୍ତୁତ ହେଉ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତା ସହ ଏହା ତାଙ୍କ ବିରୋଧରେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ଶରଣ କହିଛନ୍ତି।   

{"width":841,"height":472}
Will hang myself if found guilty': WFI prez on Vinesh's sexual harassment  claim - Hindustan Times

ଏନେଇ ସେ କହିଛନ୍ତି " ମୁଁ ଜାଣିବାକୁ ପାଇଲି ଯେ ରେସଲରମାନେ ଦିଲ୍ଲୀରେ ବିକ୍ଷୋଭ କରୁଛନ୍ତି। ତେବେ ସେମାନେ କେଉଁ କାରଣରୁ ବିକ୍ଷୋଭ କରୁଛନ୍ତି ତାହା ମୁଁ ଜାଣି ନଥିଲି। ମୁଁ ଟିକେଟ୍ ନେଇ ଦିଲ୍ଲୀ ଆସିଛି। ତେବେ ବିନେଶ ଫୋଗାଟ ଯେଉଁ ଅଭିଯୋଗ ଆଣିଛନ୍ତି, କଣ କେହି ଏଭଳି ଅଭିଯୋଗ ନେଇ ସାମ୍ନାକୁ ଆସିଛନ୍ତି କି ? କୌଣସି ଆଥ୍‌ଲେଟ୍‌ ସାମ୍ନାକୁ ଆସନ୍ତୁ ଓ ଅଧ୍ୟକ୍ଷ ଏଭଳି କୌଣସି ପ୍ରକାର ଯୌନ ଉତ୍‌ପୀଡ଼ନ କରିଛନ୍ତି ବୋଲି କୁହନ୍ତୁ।"

ଶ୍ରୀ ଶରଣ ସ୍ପଷ୍ଟୀକରଣ ଦେଇ କହିଛନ୍ତି " ଅଭିଯୋଗ ହେଉଛି ଯେ ସଂଘ ଏକଛତ୍ରବାଦୀଙ୍କ ଭଳି କାମ କରୁଛି। କିନ୍ତୁ ନାଁ ଆପଣାନେ ମାନେ ଟ୍ରାଏଲ୍ ଦେଉଛନ୍ତି ନାଁ ଜାତୀୟ ସ୍ତରରେ ଲଢ଼ୁଛନ୍ତି। ସଂଘ ଯେତେବେଳେ କୌଣସି ନିୟମ କରୁଛି ସମସ୍ୟା ସେତେବେଳେ ହେଉଛି। ଯେଉଁମାନେ ଆଜି ଧାରଣାରେ ବସିଛନ୍ତି। ସେମାନଙ୍କ ମଧ୍ୟରୁ କେହି ଜଣେ ବି ଜାତୀୟ ସ୍ତରରେ ଲଢ଼ୁ ନାହାନ୍ତି।"

ତେବେ ଏହି ଆନ୍ଦୋଳନ କେବଳ ଏକ ଷଡ଼ଯନ୍ତ୍ର ବୋଲି ଶରଣ କହିଛନ୍ତି। ଏହା ପଛରେ ଜଣେ ବଡ଼ ଶିଳ୍ପପତିଙ୍କର ହାତ ରହିଛି ବୋଲି ଅଧ୍ୟକ୍ଷ କହିଛନ୍ତି। ସେ କହିଛନ୍ତି "ଏହା ମୋ ବିରୋଧରେ ଏକ ଷଡ଼ଯନ୍ତ୍ର। ଏହା ପଛରେ ଜଣେ ବଡ଼ ବ୍ୟବସାୟୀଙ୍କର ହାତ ରହିଛି। ବିନେଶ ଯେତେବେଳେ ହାରିଗଲେ ସେତେବେଳେ ମୁଁ ହିଁ ତାଙ୍କୁ ଆଶ୍ୱାସନା ଦେଇଥିଲି।"

Wrestling Federation of India President slaps wrestler on stage

ସେହିପରି ଦୀପକ ପୁନିଆ ଟୋକିଓ ଅଲିମ୍ପିକ୍‌ରେ ହାରିଯିବା ପରେ ଋଷ କୋଚ୍ ରେଫରିଙ୍କୁ ପିଟିଥିଲେ। ବିନେଶ ଅଲିମ୍ପିକ୍ ଡ୍ରେସ୍ ପିନ୍ଧି ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତା ସହ ଆନ୍ଦୋଳନକୁ ନେଇ ମୁଁ ଖେଳାଳିମାନଙ୍କ ସହ କଥା ହେବି। ଘଟଣା ସମ୍ପର୍କିତ କୌଣସି ତଦନ୍ତ ପାଇଁ ମୁଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଶରଣ କହିଛନ୍ତି।

ଅଭିଯୋଗ ସତ ହେଲେ ଫାଶୀରେ ଝୁଲିପଡ଼ିବି

ତେବେ ଯୌନ ଉତ୍‌ପୀଡ଼ନ ନେଇ ଶରଣ କହିଛନ୍ତି "ଯୌନ ଉତ୍‌ପୀଡନ ହୋଇ ନାହିଁ। ଯଦି କୌଣସି ଜଣେ ବି ଆଥଲେଟ୍ ଏହାକୁ ପ୍ରମାଣ କରିବାକୁ ଆଗେଇ ଆସନ୍ତି, ତେବେ ମୁଁ ଫାଶୀରେ ଝୁଲିପଡ଼ିବି।" ଏଥିସହିତ ସେ WFI ଅଧ୍ୟକ୍ଷଙ୍କ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି।

ବିନେଶଙ୍କ ଅଭିଯୋଗକୁ ନେଇ ଶରଣ କହିଛନ୍ତି ଯେ ଏସବୁ ଅଭିଯୋଗକୁ ନେଇ ବିନେଶ ଲିଖିତ ଆକାରରେ ମୋତେ ଜଣାନ୍ତୁ। ତେବେ ମୁଁ ଏଥିପାଇଁ କଣ କରିପାରିବି ତାର ଉତ୍ତର ଦେବି। ଏବଂ ଅନ୍ୟସବୁ ଅଭିଯୋଗ ସିବିଆଇ ଓ ପୁଲିସ ଦ୍ୱାରା ତଦନ୍ତ ହୋଇପାରିବ। କାରଣ ଏହା ମୋ ବିରୋଧରେ ଏକ ବହୁତ ବଡ଼ ଅଭିଯୋଗ ବୋଲି ଶରଣ କହିଛନ୍ତି।

Wrestling Federation president Brij Bhushan Sharan has sexually exploited  women wrestlers, alleges Vinesh Phogat

ଫୋଗାଟ ଆଣିଲେ ସଂଗୀନ ଅଭିଯୋଗ-

ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ(WFI) ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ ଷ୍ଟାର ରେସଲର ବିନେଶ ଫୋଗାଟ। ଶରଣ ମହିଳା ଆଥଲେଟ୍‌ଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ଫୋଗାଟ ବୁଧବାର ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଦିଲ୍ଲୀର ଯନ୍ତରମନ୍ତରରେ WFI ଅଧ୍ୟକ୍ଷ ଓ ସପୋର୍ଟିଂ ବଡି ବିରୋଧରେ ବିକ୍ଷୋଭ କରୁଛନ୍ତି। କେବଳ ସେତିକି ନୁହେଁ ଅଧ୍ୟକ୍ଷ ତାଙ୍କୁ ଅଚଳ ପଇସା କହି ଥଟା କରିଥିଲେ। ମାନସିକ ନିର୍ଯାତନା ପାଇଁ ସେ ଆତ୍ମହତ୍ୟା କରିବାକୁ ବାହାରିଥିଲେ ବୋଲି ବିନେଶ ଫୋଗାଟ ଅଭିଯୋଗ କରିଛନ୍ତି।  

ବିନେଶ କହିଛନ୍ତି " ଜାତୀୟ କୋଚ୍‌ରେ ମହିଳା ରେସଲରମାନେ କୋଚ୍ ଓ WFI ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶର୍ମାଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଜାତୀୟ କ୍ୟାମ୍ପରେ ନିଯୁକ୍ତ ହୋଇଥିବା କିଛି କୋଚ୍‌ ବର୍ଷ ବର୍ଷ ଧରି ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ଏଥିରେ WFI ଅଧ୍ୟକ୍ଷ ମଧ୍ୟ ସାମିଲ୍ ଅଛନ୍ତି। ଅନେକ ଯୁବ ରେସଲର ନ୍ୟାସ୍‌ନାଲ କ୍ୟାମ୍ପରେ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି ଓ କାନ୍ଦିଛନ୍ତି ମଧ୍ୟ। ପାଖାପାଖି ୨୦ ଝିଅଙ୍କୁ ମୁଁ ଜାଣିଛି ଯେଉଁମାନେ ନ୍ୟାସ୍‌ନାଲ କ୍ୟାମ୍ପରେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି।"

{"width":837,"height":628}
Women Wrestler Accuses WFI President Brij Bhushan Sharan Of Physical  Harassment Know Details

ସୂଚନା ଥାଉକି ବ୍ରିଜ ଭୂଷଣ ଉତ୍ତର ପ୍ରଦେଶର ଗୋଣ୍ଡାରୁ ବିଜେପି ସାଂସଦ ରହିଛନ୍ତି। ୬୬ ବର୍ଷୀୟ ବ୍ରିଜ୍ ଭୂଷଣ ଶରଣ ସିଂହ ୨୦୧୯ରେ WFI ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ତୃତୀୟ ଥର ପାଇଁ ସେ ଏହି ପଦକୁ ନିର୍ବାଚିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.