ଟି ୨୦ ବିଶ୍ବକପ : ଲିଟନ ଦାସଙ୍କ ଇଂନିସ ବେକାର, ବାଂଲାଦେଶକୁ ୩ ରନରେ ହରାଇଲା ଓ୍ବେଷ୍ଟଇଣ୍ଡିଜ୍

Published By : Prameya-News7 Bureau | October 29, 2021 IST

ଶାରଜାହ ୨୯/୧୦ : ଟ୍ବେଣ୍ଟି ଟେଣ୍ଟି ବିଶ୍ବକପର ଆଜିର ମ୍ୟାଚରେ ବାଂଲାଦେଶ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ଡିଫେଣ୍ଡିଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ । ଧମାକାଦାର ମ୍ୟାଚରେ ବାଂଲାଦେଶକୁ ୩ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଇଣ୍ଡିଜ୍ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ନିକୋଲାସ ପୁରନଙ୍କ ବିସ୍ଫୋରକ ୪୦ ରନ ବଳରେ ୭ ଓ୍ବିକେଟ ହରାଇ ୧୪୨ ରନ ସଂଗ୍ରହ କରିଥିଲା । ଜବାବରେ ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୩୯ ରନ କରିବାକୁ ସକ୍ଷମ ହୋଇଛି । ଶେଷ ଓଭରରେ ୧୩ ରନ ଆବଶ୍ୟକତା ଥିବା ବେଳେ ଅଧିନାୟକ ମହମ୍ମଦଉଲ୍ଲା କରିବାକୁ ସକ୍ଷମ ହୋଇନଥିଲେ ।

ବାଂଲାଦେଶ ପକ୍ଷରୁ ଲିଟନ ଦାସ ସର୍ବାଧିକ ୪୪ ରନ କରିଛନ୍ତି । ମହମ୍ମଦ ନଇମ ୧୭, ସାକିବଲ ହାସନ ୯, ସୌମ୍ୟ ସରକାର ୧୭, ମୁସଫିକର ରହିମ ୮ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ମହମ୍ମଦଉଲ୍ଲା ୩୧ ଏବଂ ହୁସେନ ୨ ରନ କରି ଅପରାଜିତ ଅଛନ୍ତି । ଟି ୨୦ ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶର ଏହା ତୃତୀୟ ପରାଜୟ । ଇଣ୍ଡିଜ ପକ୍ଷରୁ ରବି ରାମପାଲ, ଜେସନ ହୋଲଡର, ରସେଲ, ହୋସେନ ଏବଂ ବ୍ରାଭୋ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.