scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

20/09/2023 at 10:54 AM

ଭୁବନେଶ୍ୱର ୨୦/୦୯: ଆଜି ପଶ୍ଚିମଓଡ଼ିଶା ଗଣପର୍ବ ନୂଆଁଖାଇ । ଉତ୍ସବ ମୁଖର ପଶ୍ଚିମଓଡ଼ିଶାର ପ୍ରତିଟି ଜିଲ୍ଲା । ଘରେ ଘରେ ଉତ୍ସବର ମାହୋଲ । ତେବେ ଏହାକୁ ଦୃଷ୍ଟିରେ ରଖି ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଷ୍ଟ୍ରପତି କହିଛନ୍ତି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ ବିଶେଷ କରି ଓଡ଼ିଶା ବାସୀଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଶିତ ହୋଇଥାଏ । ନୂଆଁଖାଇ ଆମକୁ ଭାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ।

ସେପଟେ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ । ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା ।

ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ କାରଣରୁ ଭାରତ ‘ବସୁଧୈବ କୁଟୁମ୍ବକମ୍’ ନୀତିକୁ ପ୍ରାଧାନ୍ୟ ଦେଇଛି । ନୂଆଁଖାଇ ମଧ୍ୟ ସାରା ଦୁନିଆର ମଙ୍ଗଳ କଥାକୁ ପ୍ରାଧାନ୍ୟ ଦେଉଛି । ଅମୃତକାଳରେ ଆମେ ସମସ୍ତେ ମିଳିମିଶି ପରିଶ୍ରମ କରିବା ଏବଂ ଭାରତକୁ ବିକଶିତ ଦେଶରେ ପରିଣତ କରିବା ।

You can also read….

   Related Posts