ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ଦାବିରେ ପଶ୍ଚିମ ଓଡିଶା ଠପ୍ : 9pm Discussion (29.11.2018)
30/11/2018 at 1:08 AM

ଆଜିର ବିତର୍କ – ସ୍ଥାୟୀ ବେଞ୍ଚର କେଁ ?
ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ଦାବିରେ ପଶ୍ଚିମ ଓଡିଶା ଠପ୍। ଆଜି ସକାଳ ୬ଟାରୁ ମହାବନ୍ଦ ପାଳନ କରୁଛି ପଶ୍ଚିମ ଓଡିଶା ଓକିଲ ସଂଘ । କେବଳ ଓକିଲ ନୁହନ୍ତି, ୨ଶହ ସାମାଜିକ ସଂଗଠନ ସହ ସାଧାରଣ ଜନତା ବି ଓହ୍ଲାଇଛନ୍ତି ସମର୍ଥନରେ। ଗୁରୁତର ବ୍ୟହତ ହୋଇଛି ଜନଜୀବନ। ଦୀର୍ଘ ୫୫ ବର୍ଷର ଏ ଦାବି ଏ ପର୍ୟ୍ଯନ୍ତ ବି ପୂରଣ ହୋଇ ନାହିଁ। ଦଳମତ ନିର୍ବିଶେଷରେ ସମସ୍ତେ ମାନୁଛନ୍ତି ଏ ଦାବି ଯର୍ଥାର୍ଥ। ପଶ୍ଚିମ ଓଡିଶା ବାସୀଙ୍କର ଏହା ଅଧିକାର। ତଥାପି କେଉଁଠି ରହିଯାଉଛି ଏକ ବ୍ୟବଧାନ ,ରାଜ୍ୟ ସରକାର ,ହାଇକୋର୍ଟ ଓକେନ୍ଦ୍ର ସରକାରଙ୍କ କୋର୍ଟରେ କେବଳ ବଲ ଅଦଳ ବଦଳ ହେବା କାହିଁକି ସାର ହେଉଛି।