ଅସିତ ତ୍ରିପାଠିଙ୍କ ପଦ୍ମପୁର ଗସ୍ତ; ବିଭିନ୍ନ ବ୍ଲକରେ କଲେ ଉନ୍ନୟନ କାର୍ଯ୍ୟର ସମୀକ୍ଷା

Published By : Prameya-News7 Bureau | December 20, 2022 IST

ପଦ୍ମପୁର ୨୦/୧୨: ପଦ୍ମପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ। ସେ ମଙ୍ଗଳବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ଓ ଝାରବନ୍ଧ ବ୍ଳକର ବିଭିନ୍ନ ଅଞ୍ଚଳ ବୁଲି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପାଇକମାଲ ବ୍ଳକର ମାଣ୍ଡୋସିଲ ଗାଁର ପୁରୁଷୋତ୍ତମ ସାହୁଙ୍କ ମଞ୍ଜି ପ୍ରକ୍ରିୟାକରଣ ପ୍ଲାଣ୍ଟ (ସିଡ୍‌ସ୍‌ ପ୍ରୋସେସିଙ୍ଗ ପ୍ଲାଣ୍ଟ) ଓ ଭୁବନେଶ୍ବରପୁର ଗାଁର ପୁଷ୍ପଳତା ସାହୁଙ୍କ ଛେଳି ଫାର୍ମ ବୁଲି ଦେଖିଛନ୍ତି। ସେହିପରି ଝାରବନ୍ଧ ବ୍ଲକର ଚଣ୍ଡିଭଟାରେ ଛେଳି ଫାର୍ମ ବୁଲି ଦେଖିଛନ୍ତି। ଏହି ଗସ୍ତ ବେଳେ ତାଙ୍କ ସହ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜି ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.