ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ; ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ

Published By : Prameya-News7 Bureau | November 03, 2022 IST

ବଲାଙ୍ଗୀର ୦୨/୧୧: ୨ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ। ବୁଧବାର ଟାଉନ ଥାନାରେ ୧ କୋଟି ୩୦ ଲକ୍ଷ ଟଙ୍କାରେ ବଲାଙ୍ଗୀର ସହର ସାରା ଏଚଡି କ୍ଲାରିଟିର ସିସିଟିଭି କ୍ୟାମେରା ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଅସିତ୍ ତ୍ରିପାଠୀ। ପରେ ବିଜାଖମନରେ ଥିବା ପିସ୍ତା ପ୍ଲାଣ୍ଟକୁ ଯାଇଥିଲେ। ସଇଁତଳାରେ ସେ ବିଏମସି ଓ ଗୋଟିଏ ଟ୍ୟାଙ୍କରକୁ ଉଦଘାଟନ କରିଛନ୍ତି। ସେହିପରି ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯାଉଛି ଓ ଆଗକୁ ମଧ୍ୟ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ହରିଶଙ୍କର ରୋପଓ୍ବେ ବ୍ୟବସ୍ଥା ପାଇଁ ଅର୍ଥବ୍ୟବସ୍ଥା ନାହିଁ ବୋଲି ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.