ଆଜି ପଶ୍ଚିମ ଓଡିଶାରେ ଚକ ଅଖ ଜାମ୍, ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଓକିଲ ସଂଘ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ

Published By : Prameya-News7 Bureau | February 05, 2020 IST

ସମ୍ବଲପୁର ୫।୨: ଆଜି ପଶ୍ଚିମ ଓଡିଶା ବନ୍ଦ । ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡିଶାର ସମସ୍ତ ଓକିଲ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର, ଦେବଗଡ, ଝାରସୁଗୁଡା, ନୁଆପଡା ଓ ସୁନ୍ଦରଗଡରେ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ, କଳହାଣ୍ଡି ଓକିଲ ସଂଘର ନିଷ୍ପତ୍ତିକ୍ରମେ ସେଠାରେ ଆଂଶିକ ବନ୍ଦ ରହିବ ବୋଲି ଜଣାପଡିଛି।

{"id":220231,"sizeSlug":"large"}

ସମ୍ବଲପୁରରେ ବାର୍ ଆସୋସିଏସନ୍ ପକ୍ଷରୁ ଉଭୟ ସିଟି ଏବଂ କ୍ଷେତରାଜପୁର ଷ୍ଟେସନରେ ରେଳରୋକ କରାଯାଇଛି। ଏଥିସହିତ ରାଜ୍ୟ, କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଏମସିଏଲ ସମ୍ମୁଖରେ ମଧ୍ୟ ପିକେଟିଂ କରାଯିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.