ସମୁଦ୍ରରେ ୬ ଦିନ ହେଲା ନିଖୋଜ ନୌସେନାର ନାବିକ, ସନ୍ଧାନ ଜାରୀ

Published By : Prameya-News7 Bureau | March 03, 2024 IST

ମୁମ୍ବାଇ ୩।୩:  ଭାରତୀୟ ନୌସେନାର ଜନୈକ ନାବିକ ଗତ ଫେବୃଆରୀ ୨୭ ତାରିଖରୁ ନିଖୋଜ ଅଛନ୍ତି, ତାଙ୍କର ସନ୍ଧାନ ନିମନ୍ତେ ବଡ଼ ଧରଣର ତଲାସି ଅଭିଯାନ ହାତକୁ ନିଆଯାଇଛି।  ମୁମ୍ବାଇ ମୁଖ୍ୟାଳୟ ଥିବା ପଶ୍ଚିମ ନୌସେନା କମାଣ୍ଡ କହିଛନ୍ତି ଯେ ନାବିକଙ୍କୁ ସାହିଲ ବର୍ମା ନାମରେ ଚିହ୍ନଟ କରାଯାଇଛି ଓ ‘ଦୁର୍ଭାଗ୍ୟପୂର୍ଣ୍ଣ’  ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ନୋସେନା ‘ଏକ୍ସ’ରେ ଏକ ପୋଷ୍ଟ ମଧ୍ୟ କରିଛି।

wp:html /wp:html

ଏହି ପୋଷ୍ଟରେ ୱେଷ୍ଟର୍ଣ୍ଣ କମାଣ୍ଡ ଉଲ୍ଲେଖ କରିଛନ୍ତି ଯେ ‘ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ସାହିଲ ବର୍ମା, ସିମେନ-ii, ୨୭ ଫେବୃଆରୀ ୨୦୨୪ ମୁତୟନ କାଳରେ  ଭାରତୀୟ ନୌସେନା ଜାହାଜରୁ ସମୁଦ୍ରରେ ନିଖୋଜ ହେବାର ସୂଚନା ମିଳିଛି’। ନୌସେନା ତୁରନ୍ତ ଜାହାଜ ଓ ବିମାନ ସହିତ ବଡ଼ ଧରଣର ତଲାସ ଅଭିଯାନ ଆରମ୍ଭ କରିଛି, ଯାହା ଏବେବି ଜାରି ରହିଛି। ଏହା ଛଡା ମାମଲାର ବିସ୍ତୃତ ଯାଞ୍ଚ ନିମନ୍ତେ ନୌସେନା ବୋର୍ଡ ଅଫ ଇନକ୍ୱାରୀର ଆଦେଶ ମଧ୍ୟ ଦିଆଯାଇଛି।

{"id":916623,"sizeSlug":"full","linkDestination":"none"}

ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ କହିଛନ୍ତି ଯେ କେଉଁ ପରିସ୍ଥିତିରେ ନାବିକ ନିଖୋଜ ହେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଏହା ପୂର୍ବରୁ ଫେବୃଆରୀ ମାସରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ କହିଥିଲେ ଯେ ‘ଭାରତୀୟ ନୌସେନା ୟୁନିଟଗୁଡିକୁ କ୍ଷେତ୍ରିୟ ସମୁଦ୍ର ଦୃଷ୍ଟିରୁ ବାଣିଜ୍ୟିକ ଜାହାଜମାନଙ୍କ ସୁରକ୍ଷା ନିମନ୍ତେ ଜିବୁତି  ଗଲ୍ଫ ଅଫ ଏଡେନ, ସୋମାଲିଆ ପୂର୍ବ ଉପକୂଳ ସହିତ ଉତ୍ତର ଓ ମଧ୍ୟ ଆରବ ସାଗରରେ ରଣନୈତିକ ଜଳରେ ମୁତୟନ କରାଯାଉଛି’।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.