oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଜର୍ମାନ କ୍ରେଫେଲ୍ଡ ଜୁରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩୦ରୁ ଅଧିକ ପ୍ରାଣୀ

2/01/2020 at 3:47 PM

କ୍ରେଫେଲ୍ଡ ୨।୧: ପଶ୍ଚିମ ଜର୍ମାନୀ କ୍ରେଫେଲ୍ଡ ପ୍ରାଣୀ ଉଦ୍ୟାନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଫଳରେ ଉଦ୍ୟାନର ଅନ୍ତେବାସୀ ପ୍ରାୟ ୩୦ ଅଧିକ  ପ୍ରାଣୀଙ୍କ ମୃତ୍ୟୁ ହୋଇଛି। ମୃତ ପ୍ରାଣୀଙ୍କ ମଧ୍ୟରେ ବଣ ମଣିଷ, ଗରିଲା, ଗୋଲ୍ଡେନ ତମାରି ଓ ପିଗମୀ ମର୍ମାସେଟସ୍‌ ଭଳି କ୍ଷୁଦ୍ର ମାଙ୍କଡଙ୍କ ସମେତ ବାଦୁଡି ଓ କେତେକ ପ୍ରଜାତିର ପକ୍ଷୀ ମଧ୍ୟ ଅଛନ୍ତି।

ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ। ତେବେ ନବବର୍ଷ ଉଲ୍ଲାସରେ ଲୋକେ ଉଡାଇଥିବା କାଗଜ ଲାଣ୍ଟର୍ଣ୍ଣ ପ୍ରାଣୀ ଉଦ୍ୟାନ କେଜ ଉପରେ ପଡିବା ଯୋଗୁ ନିଆଁ ବ୍ୟାପୀଥିବା ଆଶଙ୍କା କରାଯାଉଛି। ନବବର୍ଷ ସ୍ୱାଗତରେ ଲୋକେ ବିଭିନ୍ନ ସ୍ଥାନରେ କାଗଜ ତିଆରି ଲାଣ୍ଟର୍ଣ୍ଣରେ ନିଆଁ ଲଗାଇ ଉଡାଇଥିଲେ। ହୁଏତ ସେଥିରୁ ଗୋଟିଏ ପ୍ରାଣୀ ଉଦ୍ୟାନ ଆଡେ ଚାଲି ଆସିବା ଯୋଗୁ ଏପରି ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

କ୍ରେଫେଲ୍ଡ ଚିଡିଆଖାନା ଇତିହାସରେ ଏଭଳି ଅଗ୍ନିକାଣ୍ଡ ପ୍ରଥମ ଘଟଣା। ଏହା ପୂର୍ବରୁକେବେ ଏଠାରେ ଏତେବଡ ଦୁର୍ଘଟଣା ଘଟିନଥିଲା। ୩୧ଡିସେମ୍ବର ରାତି ପ୍ରାୟ ୧୨ଟା  ୩୮ ମିନିଟ୍‌ରେ ଚିଡିଆଖାନାରେ ନିଆଁ ଲାଗିଥିବା ନେଇ ଦମକଳ ଓ ସ୍ଥାନୀୟ ପୋଲିସ ସୂଚନା ପାଇଥିଲେ। ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ୫ଟି ଓରାଙ୍ଗଉଟାନ, ୨ଟି ଗରିଲା, ଗୋଟିଏ ସିମ୍ପାଞ୍ଜିଙ୍କ ସମେତ ଅନେକ ଗୁଡିଏ ମାଙ୍କଡ, ବାଦୁଡି ଓ ଅନ୍ୟ ଜୀବ ପୋଡି ହୋଇ ପ୍ରାଣ ହରାଇଥିଲେ।

   Related Posts