scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖସୁଛି ପାରଦ, ବଢୁଛି ଜାଡ଼, ଶୀତରେ ଥରୁଛି ଉତ୍ତର ଭାରତ, ପଶ୍ଚିମା ପବନ ପାଇଁ ଆହୁରି କମିବ ତାପମାତ୍ରା

29/11/2022 at 8:28 AM

ନୂଆଦିଲ୍ଲୀ: ଖସୁଛି ପାରଦ, ବଢୁଛି ଥଣ୍ଡା । ଜାଡ଼ରେ ଥରୁଛି ଉତ୍ତର ଭାରତ । ହିମାଳୟର ଆସୁଥିବା ଥଣ୍ଡା ପବନ ଯୋଗୁ ଶୀତ ପ୍ରକୋପ ଜାରି ରହିଛି । ଏପଟେ ଆରବ ସାଗରରୁ ଆସୁଥିବା ପଶ୍ଚିମା ପବନ ମଙ୍ଗଳବାର ଉତ୍ତର ଭାରତକୁ ଛୁଇଁବ । ଫଳରେ ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତ ବିଭିନ୍ନ ରାଜ୍ୟ ଗୁଡ଼ିକରେ ଥଣ୍ଡା ବଢ଼ିବ ।

ଭାରତୀୟ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୧୫ ନଭେମ୍ବର ଠାରୁ ଉତ୍ତର ଭାରତର ସମତଳ ରାଜ୍ୟ ଗୁଡ଼ିକରେ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇଛି । ଆସନ୍ତା ସପ୍ତାହରୁ ପାରଦ ଆହୁରି ଖସିବା ଆରମ୍ଭ କରିବ । ଅନ୍ୟପଟେ ମଙ୍ଗଳବାର ଠାରୁ ଉତ୍ତର ଭାରତକୁ ପଶ୍ଚିମା ପବନ ଛୁଇଁବ । ଓ୍ବେଷ୍ଟର୍ଣ୍ଣ ଡିଷ୍ଟ୍ରବାନ୍ସ ଯୋଗୁ ତାପମାତ୍ରା ଆହୁରି କମିବା । ହିମାଳୟରୁ ଆସୁଥିବା ଥଣ୍ଡା ପବନ ଓ ପଶ୍ଚିମା ପବନ ମିଶି ଦିଲ୍ଲୀ ଏନସିଆର ଓ ଉତ୍ତର ଭାରତରେ ଭୀଷଣ ଜାଡ଼ ପଡ଼ିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସ୍କାଇମେଟ୍ ରିପୋର୍ଟ ଅନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ତାମିଲନାଡ଼ୁ, କେରଳ, ଲାକ୍ଷାଦ୍ବୀପ ଓ ଦକ୍ଷିଣ କର୍ଣ୍ଣାଟକରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ସମ୍ଭାବନ । ଏହାକୁ ଛାଡ଼ି ଦେଶ ଅନ୍ଯ ପ୍ରାନ୍ତରେ ପାଗ ଶୁଖିଲା ରହିବ । ସେହିପରି ଗଙ୍ଗା ନଦୀ ବେସିନର ସମତଳ ଅଞ୍ଚଳରେ ସଂନ୍ଧ୍ୟା ସମୟରେ ଆକାଶରେ କୁହୁଡ଼ି ଦେଖିବାକୁ ମିଳିବ ବୋଲି ସ୍କାଇମେଟ୍ ପୂର୍ବାନୁମାନ କରିଛି ।  ଦେଶର ଉତ୍ତର-ପଶ୍ଚିମ, ମଧ୍ୟ ଓ ଦକ୍ଷିଣ ଇଲାକାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । କୁହୁଡି ଯୋଗୁ ରାଜସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ରାତିରେ ତାପମାତ୍ରା ୭ଡିଗ୍ରୀ କମିଛି ।  

   Related Posts