ଦୁର୍ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ବାହାନଗା ଯାଇ ଦିଦି କଲେ ସ୍ଥିତି ସମୀକ୍ଷା
3/06/2023 at 1:20 PM

ଭୁବନେଶ୍ୱର ୦୩/୦୬: ବାଲେଶ୍ୱର ବାହାନଗାରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ମମତା ବାନାର୍ଜୀ । କେମିତି ଓ କିପରି ଘଟିଲା ଏହି ଭୟଙ୍କର ଦୁର୍ଘଟଣା ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମମତା ।
#WATCH | West Bengal CM Mamata Banerjee reaches Odisha’s #Balasore where a collision between three trains left 261 dead pic.twitter.com/2q4KSNksum
— ANI (@ANI) June 3, 2023
ସୂଚନା ଥାଉକି, ବାଲେଶ୍ୱର ବାହାନଗାରେ ଘଟିଥିଲା ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣା ଗୋଟିଏ ଟ୍ରେନ୍ ପଶ୍ଚିମବଙ୍ଗରୁ ଆସୁଥିଲା ଆଉ ଏକ ଟ୍ରେନ୍ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । ତେଣୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଅଧିକାଂଶ ପଶ୍ଚିମବଙ୍ଗ ଯାତ୍ରୀ ରହିଛନ୍ତି । ଯାହାକୁ ନେଇ ତତ୍ପରତା ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।
ସେଥିପାଇଁ ସେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବାହାନଗା ହାଇସ୍କୁଲ ନିକଟରେ ହୋଇଥିବା ହେଲିପ୍ୟାଡରେ ଓହ୍ଲାଇ ସିଧାସଳଖ ଘଟଣାସ୍ଥଳକୁ ଯାଇଥିଲେ ମମତା । ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛନ୍ତି ।