ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପଶ୍ଚିମବଙ୍ଗ କ୍ୟାବିନେଟ୍‌ର ମୋହର, ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହେବେ କୁଳାଧିପତି

26/05/2022 at 5:42 PM

କୋଲକାତା, ୨୬/୦୫: ଏବେ ରାଜ୍ୟପାଳଙ୍କ ବଦଳରେ କୁଳପତି ଦାୟିତ୍ୱରେ ରହିବେ ମୁଖ୍ୟମନ୍ତ୍ରୀ । ଏପରି ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପଶ୍ଚିମବଙ୍ଗ କ୍ୟାବିନେଟ୍‌ । ବୁଧବାର ବସିଥିବା କ୍ୟାବିନେଟ୍‌ ବୈଠକରେ ରାଜ୍ୟ ପରିଚାଳିତ ବିଶ୍ୱ ବିଦ୍ୟାଳୟଗୁଡ଼ିକର କୁଳାଧିରତି ମୁଖ୍ୟମନ୍ତ୍ରୀ ରହିବାନେଇ ପ୍ରସ୍ତାବ ପାରିତ ହୋଇଛି ।

ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟର ବିଶ୍ୱ ବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି । କୁଳାଧିପତିଙ୍କ ପାଖରେ କୁଳପତି ନିଯୁକ୍ତ କରିବାର କ୍ଷମତା ରହିଛି । ଏଥି ସହିତ ବିଶ୍ୱ ବିଦ୍ୟାଳୟ ସମ୍ୱନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ରାଜ୍ୟପାଳଙ୍କର ରହିଛି । ତେବେ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ସେହି ଦାୟିତ୍ୱ ନିର୍ବାହ କରିବେ । ରାଜ୍ୟ ସରକାର ରହିଥିବା ପୁରୁଣା ନିୟମକୁ ପରିବର୍ତ୍ତନ କରିବା ପାଇଁ ବିଧାନସଭାରେ ବିଲ୍‌ ଆଗତ କରିବା ନେଇ ଜଣାପଡ଼ିଛି । ବିଲ୍‌ ପାସ୍‌ ହେବା ପୂର୍ବରୁ ରାଜ୍ୟପାଳଙ୍କର ମତାମତ ନିଆଯିବ ବୋଲି କ୍ୟାବିନେଟ୍‌ରେ ଆଲୋଚନା ହୋଇଛି ।

ତେବେ ଏପରି ପ୍ରସ୍ତାବ ପ୍ରଥମେ ୨୦୧୦ ମସିହାରେ ପୁଞ୍ଚି କମିଶନ ଦେଇଥିଲେ । ଗତବର୍ଷ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ମଧ୍ୟରେ ଏହି ପ୍ରସ୍ତାବ ପୁଣିଥରେ ଉଠିଥିଲା । ପୂର୍ବରୁ ରାଜ୍ୟପାଳଙ୍କୁ ଅଣଦେଖା କରି ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ କୁଳପତି ନିଯୁକ୍ତ କରୁଥିବା ଅଭିଯୋଗ ହୋଇଥିଲା ।

ତାମିଲ୍‌ନାଡ଼ୁରେ ମଧ୍ୟ ଏପରି ପ୍ରସ୍ତାବ ପାରିତ ହୋଇଛି । ରାଜ୍ୟପାଳ ଏବଂ ଏମ୍‌କେ ଷ୍ଟାଲିନ୍‌ଙ୍କ ଡିଏମ୍‌କେ ସରକାରଙ୍କ ମଧ୍ୟରେ କନ୍ଦଳ କାରଣରୁ ତାମିଲ୍‌ନାଡ଼ୁ ୟୁନିଭରସିଟି ଆକ୍ଟ ୨୦୨୨ ଏବଂ ଚେନ୍ନାଇ  ୟୁନିଭରସିଟି ଆକ୍ଟ ୨୦୨୩ ସରକାର ବିଧାନସଭାରେ ପାରିତ କିରଥିଲେ । ଏହା ପୂର୍ବରୁ ଗୁଜୁରାଟ ସରକାର ମଧ୍ୟ କୁଳପତି ନିଯୁକ୍ତ କରିବା ପାଇଁ କ୍ଷମତା ହାତକୁ ନେଇଥିବା ଷ୍ଟାଲିନ୍‌ କହିଥିଲେ ।    

   Related Posts