ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ଡବଲ ସେଞ୍ଚୁରୀ, ୭୭ ବଲରେ ୨୦୫ ରନର ଅପରାଜିତ ଇନିଂସ, ୨୨ ଛକା

Published By : Prameya-News7 Bureau | October 06, 2022 IST

ନୂଆଦିଲ୍ଲୀ: ପଡିଆରେ ରନ ବର୍ଷା । ପ୍ରତିଟି ବଲ ହେଉଥିଲା ବାଉଣ୍ଡ୍ରି ପାର । ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ରାଖିମ କର୍ଣ୍ଣୱାଲ ଅଟଲାଣ୍ଟା ଓପନ ନାମକ ଏକ ଆମେରିକୀୟ ଟି-୨୦ ଟୁର୍ଣ୍ଣାମେଣ୍ଟରେ ହାସଲ କରିଛନ୍ତି ଦ୍ୱିଶତକ । କର୍ଣ୍ଣୱାଲ ଧୂଆଁଧାର ବ୍ୟାଟିଂ କରି ମାତ୍ର ୭୭ଟି ବଲରେ ୨୦୫ ରନର ଅବିଶ୍ୱସନୀୟ ଇନିଂସ ଖେଳି ସବୁ କ୍ରିକେଟ୍ ପ୍ରେମୀଙ୍କୁ ଚତିକ କରାଇଛନ୍ତି । କ୍ୟାରେବିୟାନ ପ୍ରେମିୟର ଲିଗରେ ଓପନିଂ କରି ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ କର୍ଣ୍ଣୱାଲଙ୍କ ଏହି ଦ୍ୱିଶତକକୁ ନେଇ ସବୁଠୁ ଆଲୋଚନା ଚାଲିଛି ।

wp:html /wp:html

ଅଟଲାଣ୍ଟା ଫାୟର ପାଇଁ ଖେଳି ୱେଷ୍ଟଇଣ୍ଡିଜର କର୍ଣ୍ଣୱାଲ କେବଳ ୭୭ ବଲରେ ୨୦୫ ରନର ଅପରାଜିତ ପାଳି ଖେଳିଥିଲେ । ଏଥିରେ ୨୨ ଛକା ଏବଂ ୧୭ଟି ଚୌକା ସାମିଲ ରହିଛି । ଅଟଲାଣ୍ଟା ଓପନ ନାଁରେ ଖେଳାଯାଉଥିବା ଏହା ଏକ ଆମେରିକୀୟ ଟି-୨୦ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା । ବିଜୟୀ ଟିମକୁ ୭୫ ହଜାର ଡଲାର ପୁରସ୍କାର ଦିଆଯିବ।

wp:html /wp:html

କର୍ଣ୍ଣାୱାଲ ନିକଟରେ କହିଥିଲେ, ସେ ଛକା ମାରିବା ତାଙ୍କର ସ୍ୱଭାବ  ଏବଂ ସେ ୩୬୦ ଡିଗ୍ରୀ ଖେଳାଳି। ୱେଷ୍ଟଇଣ୍ଡିଜର ଏହି ଖେଳାଳି କହିଛନ୍ତି ତାଙ୍କ ଆତ୍ମବିଶ୍ୱାସ ହିଁ ତାଙ୍କ ପାଇଁ ସଫଳତା ଆଣିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.