ଦ୍ଵିତୀୟ ଦିନିକିଆ: ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି, ପଦାର୍ପଣ କଲେ ଏହି ଭାରତୀୟ ଖେଳାଳି

Published By : Prameya-News7 Bureau | July 24, 2022 IST

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ  ଦିନିକିଆ ସିରିଜ୍‌ର ଦ୍ଵିତୀୟ ମୁକାବିଲା ତ୍ରିନିଦାଦର ପୋର୍ଟ ଅଫ ସ୍ପେନ ଖେଳାଯାଉଛି। ଦ୍ଵିତୀୟ ଦିନିକିଆରେ ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଚି।  ପ୍ରଥମ ଦିନିକିଆରେ ଶିଖର ବାହିନୀ ୩ ରନରେ ବିଜୟ ହାସଲ କରିଥିବା ବେଳେ ଦଳ ଏବେ ଦ୍ୱିତୀୟ ଦିନିକିଆ ବିଜୟ ଲକ୍ଷ୍ୟରେ ରହିଛି । ଘରୋଇ ଦଳ ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ଘଟିଛି। ପ୍ରସିଦ୍ଧ କୃଷ୍ଣାଙ୍କ ସ୍ଥାନରେ ଅଭେଶ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ଅଭେଶ ଖାନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି।

ସିରିଜର ପ୍ରଥମ ସମସ୍ତ ମ୍ୟାଚ୍ ପୋର୍ଟ ଅଫ୍ ସ୍ପେନରେ ଖେଳାଯିବ । ତେବେ ଏହି ମ୍ୟାଚରେ ବିଜୟୀ ହେଲେ ଭାରତ ପାକିସ୍ତାନର ଏକ ବଡ ରେକର୍ଡ ଭାଙ୍ଗିବ। ଏହି ରେକର୍ଡ ଏକ ଟିମ୍ ବିପକ୍ଷରେ ସବୁଠୁ ଅଧିକ ଦ୍ୱିପାକ୍ଷିକ ସିରିଜ୍ ବିଜୟର ରହିଛି ।

ଯଦି ଭାରତ ରବିବାର ଇଣ୍ଡିଜକୁ ପରାସ୍ତ କରେ ତେବେ ସିରିଜକୁ ୨-୦ରେ ଜିତିଯିବ । ଏହାସହ ଭାରତ ଇଣ୍ଡିଜ ବିପକ୍ଷରେ ଲଗାତର ୧୨ଟି ଦିନିକିଆ ଜିତିବାର ରେକର୍ଡ ପ୍ରତିଷ୍ଠା କରିବ । ଏବେ ଭାରତ ଓ ପାକିସ୍ତାନ ମିଳିତ ଭାବେ ୧୧ଟି ସିରିଜ ବିଜୟୀ ହୋଇଛନ୍ତି ।

ସୂଚନାଯୋଗ୍ୟ, ଭାରତ ଇଣ୍ଡିଜ ବିପକ୍ଷରେ ଲଗାତର ୧୧ଟି ଦିନିକିଆ ସିରିଜ୍ ଜିତିଛି । ଶେଷଥର ଭାରତ ୨୦୦୬ରେ ସିରିଜ୍ ହାରିଥିଲା । ଏବେବି ଦଳର ବିଜୟ ରଥ ଜାରି ରହିଛି । ଚଳିତ ଥର ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତ ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି । ଯଦି ଦ୍ୱିତୀୟ ମ୍ୟାଚ୍ ଜିତିବାରେ ଭାରତ ସଫଳ ହୁଏ ତେବେ ପାକିସ୍ତାନର ରେକର୍ଡ ଭାଙ୍ଗିଯିବ ।

ଭାରତୀୟ ଦଳ

ଶିଖର ଧାଓ୍ଵନ(ଅଧିନାୟକ), ଶୁଭମାନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାସମନ(ଓ୍ଵିକେଟ୍ କିପର), ଦୀପକ ହୁଡ୍ଡା, ଅକ୍ଷର ପଟେଲ୍, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ, ଅଭେଶ ଖାନ।

ଓ୍ଵେଷ୍ଟଇଣ୍ଡିଜ ଦଳ

ସାଇ ହୋପ୍(ଓ୍ଵିକେଟ୍ କିପର), ବ୍ରେଣ୍ଡନ କିଙ୍ଗ୍, ଶାମରା ବ୍ରୁକ୍ସ, କାଇଲ ମେୟର୍ସ, ନିକୋଲାସ ପୁରନ(ଅଧିନାୟକ), ରୋଭମାନ ପାଓ୍ଵେଲ, ଅକିଲା ହୋସେନ, ରୋମାରିଓ ସେଫର୍ଡ, ଅଲଜାରୀ ଯୋଶେଫ, ଜୟଡେନ ସିଲ୍ସ, ହେଡେନ ଓ୍ଵାଲ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.