oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣା: ଅର୍ପିତାଙ୍କ ବୟାନ୍‌- ମୋ ଅଜାଣତରେ ଫ୍ଲାଟ୍‌ରେ ରଖାଯାଇଛି ଟଙ୍କା

2/08/2022 at 4:36 PM

କୋଲକାତା, ୦୨/୦୮: ବହୁ ଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ନୂଆ ମୋଡ଼ । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଟିଏମ୍‌ସି ନେତା ପାର୍ଥ ଚାଟ୍ଟାର୍ଜୀଙ୍କୁ ଗିରଫ ପରେ ତାଙ୍କ ସଂପର୍କୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ମଧ୍ୟ ଗିରଫ କରାଯାଇଥିଲା । ଅର୍ପିତାଙ୍କ ଫ୍ଲାଟ୍‌ରୁ ୫୦ କୋଟିରୁ ଅଧିକ ନଗଦ କ୍ୟାସ୍‌ ମିଳିବା ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା । ହେଲେ ଏହି ଟଙ୍କା ତାଙ୍କର ନୁହେଁ ବୋଲି କହିବା ସହିତ ତାଙ୍କ ଅଜାଣତରେ ଫ୍ଲାଟ୍‌ରେ ଏତେ ଟଙ୍କା ରଖାଯାଇଥିବା ସେ କହିଛନ୍ତି । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋଲକତା ଅନ୍ତର୍ଗତ ତାଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ସହ ୫ କେଜି ସୁନା ଜବତ କରିଥିଲା । ଦୁର୍ନୀତି ମାମଲାରେ ଜଡ଼ିତ ଥିବାରୁ ତାଙ୍କୁ ଅଗଷ୍ଟ ୩ ତାରିଖରୁ ଇଡି ନିଜ ହେପାଜତରେ ରଖିଛି ।

ପଶ୍ଚିମବଙ୍ଗରେ ହୋଇଥିବା ଗ୍ରୁପ୍‌ ସି ଏବଂ ଡି ଷ୍ଟାଫ୍‌ ନିଯୁକ୍ତି, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସହକାରୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା, ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ ଇଡି ପାର୍ଥଙ୍କୁ ଗିରଫ କରିଛି । ଏହି ଦୁର୍ନୀତିରେ ଅର୍ପିତା ମୁଖାର୍ଜୀଙ୍କ ଘରେ ଜୁଲାଇ ୨୨ ତାରିଖରେ ଇଡି ଚଢ଼ାଉ କରିଥିଲା । ଏହି ସମୟରେ ତାଙ୍କ ଘରୁ ୨୧.୯୦ କୋଟି ଟଙ୍କା ନଗଦ କ୍ୟାସ୍‌, ୫୬ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଏବଂ ୭୬ ଲକ୍ଷ ଟଙ୍କାର ସୁନା ଜବତ କରିଥିଲା ।

ପରେ ଅର୍ପିତାଙ୍କ ଅନ୍ୟ ଏକ ଆପାର୍ଟମେଣ୍ଟ୍‌ରେ ଚଢ଼ାଉ କରିଥିଲା ଇଡି । ପୁଣି ଇଡି ୨୮.୯୦ କୋଟି ଟଙ୍କା ଏବଂ ୫ କେଜି ସୁନା ଜବତ କରିଥିଲା । ଏହି ଜବତ ଟଙ୍କା ଏବଂ ସୁନା ଶକ୍ଷିକ ନିଯୁକ୍ତି ଦୁର୍ନୀତି ଜଡ଼ିତ ଟଙ୍କା ବୋଲି ଇଡି କହିଛି ।

 

   Related Posts