ପ୍ରେମ କରିବା ଶିକ୍ଷକଙ୍କୁ ପଡିଲା ମହଙ୍ଗା, ୮ ଲକ୍ଷର ଜରିମାନା ସହ ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
4/06/2023 at 2:35 PM

କୋଲକତା ୦୪।୦୬: ପଶ୍ଚିମବଙ୍ଗରେ ଶିକ୍ଷକଙ୍କୁ ପ୍ରେମ କରିବା ପଡିଲା ମହଙ୍ଗା । ତାଙ୍କ ଉପରେ ନା କେବଳ ୮ ଲକ୍ଷ ଟଙ୍କା ଜୋରିମାନା ତା ନୁହେଁ, ବରଂ ଗ୍ରାମବାସୀଙ୍କ କ୍ରୋଧର ମଧ୍ୟ ସାମ୍ନା କରିବାକୁ ପଡିଛି । ଗ୍ରାମବାସୀମାନେ ଶିକ୍ଷକଙ୍କୁ ଏକ ଗଛରେ ବାନ୍ଧି ମାଡ ମାରିଥିଲେ ।
ଯେଉଁଥିପାଇଁ ଶିକ୍ଷକ ଜଣକଙ୍କୁ ବହୁତ ଆଘାତ ହୋଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଖବର ଅନୁଯାୟୀ, ଏହି ଘଟଣାଟି ହେଉଛି ପଶ୍ମିମ ମେଦିନୀପୁର ଜିଲ୍ଲାର ଚନ୍ଦ୍ରକୋନାର ଶ୍ରୀରାମପୁର ଗାଁର ।
ବାସ୍ତବରେ ଜଣେ ସ୍କୁଲ ଶିକ୍ଷକ ସ୍ଥାନୀୟ ଝିଅଙ୍କ ପ୍ରେମରେ ପଡିଥିଲେ । ଆଉ ଏଥିରେ ରାଗିଯାଇ ଗ୍ରାମବାସୀମାନେ ଶିକ୍ଷକଙ୍କୁ ଦଣ୍ଡ ଦେଇଛନ୍ତି । ତେବେ ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ସ୍ଥାନୀୟ ଲୋକ ଶିକ୍ଷକଙ୍କ ହାତ ଓ ଗୋଡକୁ ମୋଟା ଦଉଡିରେ ଗଛରେ ବାନ୍ଧି ରଖିଛନ୍ତି । ଆଉ ଶିକ୍ଷକଙ୍କୁ କ୍ରମାଗତ ମାଡ ମାରୁଛନ୍ତି । ମାଡ ମାରିବା ପରେ ଶିକ୍ଷକଙ୍କ ମୁଣ୍ଡ ରକ୍ତସ୍ରାବ ହେଉଛି ।
ଏହା ସତ୍ତ୍ବେ ବି ଶିକ୍ଷକଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ଅନେକ ଲୋକ ଅଛନ୍ତି, କିନ୍ତୁ ଶିକ୍ଷକଙ୍କୁ ବଞ୍ଚାଇବାକୁ କେହି ଆଗକୁ ଆସି ନାହାଁନ୍ତି । ଏମିତିକି ଲୋକମାନେ ସେଠାରେ ଠିଆ ହୋଇ ଘଟଣାର ଭିଡିଓ କରୁଛନ୍ତି ।
You Can read: