WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ରେନ୍ ଟ୍ରାକରେ ଥିଲା ବଡ଼ ଖାଲ;  ୧୨ବର୍ଷ ପିଲାର ଉପସ୍ଥିତ ବୁଦ୍ଧି ଯୋଗୁ ଟଳିଗଲା ବଡ଼ ଦୁର୍ଘଟଣା

28/09/2023 at 4:32 PM

ନୂଆଦିଲ୍ଲୀ 28/09 :  ଟଳିଗଲା ବଡ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଶହ ଶହ ଯାତ୍ରୀ । ୧୨ ବର୍ଷ ପୁଅର ଉପସ୍ଥିତ ବୁଦ୍ଧି ଓ ନାଲି ସାର୍ଟ ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳି ଯାଇଛି। ଏହି ଘଟଣା ପରେ ରେଲୱେ ଅଧିକାରୀ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବା ସହ ଆର୍ଥିକ ପୁରସ୍କାର ମଧ୍ୟ ଦେଇଛନ୍ତି।

ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରେଲୱେ ଟ୍ରାକ୍ ତଳୁ ମାଟି ଧୋଇଯାଇଥିଲା । ଏକଥା ସେଠିକାର ୧୨ ବର୍ଷର ପୁଅ ମୁରସଲିମ୍ ଶେଖ୍ ଆଖିରେ ପଡିଥିଲା। ସେ ତା’ର ଉପସ୍ଥିତ ବୁଦ୍ଧି ଖଟାଇ ନିଜେ ପିନ୍ଧିଥିବା ଲାଲ୍ ରଙ୍ଗର ସାର୍ଟକୁ ଖୋଲି ଟ୍ରେନକୁ ଦେଖାଇଥିଲା । ଏହା ଦେଖି ଲୋକୋ ପାଇଲଟ୍ ସିଗନାଲ ଧରିନେଇଥିଲା ଏବଂ ଏମରଜେନ୍ସି ବ୍ରେକ୍ ମାରି ଟ୍ରେନ୍ ରୋକିବାରେ ହୋଇଥିଲେ ସଫଳ। ଫଳରେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ ଶହଶହ ଟ୍ରେନ ଯାତ୍ରୀ । ମୁରସଲିମ ଜଣେ ଶ୍ରମିକଙ୍କ ପୁଅ । ଟ୍ରାକ୍ ନିକଟ ଏକ ବସ୍ତିରେ ରହୁଥିବା ଜଣାପଡିଛି । ପିଲାଟିର ନାଁ ମୁର୍ସଲିନ୍ ଶେଖ୍। ଗତ ଗୁରୁବାର ଭାଲୁକା ରୋଡ୍ ୱାର୍ଡ ନିକଟରେ ଘଟିଥିଲା ଏହି ଘଟଣା।

 ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟାସାଚି ଦେ କହିଛନ୍ତି ଯେ ପ୍ରବଳ ବର୍ଷା ହେତୁ ରେଳ ଟ୍ରାକ୍ ନଷ୍ଟ ହୋଇଯାଇଥିଲା। ମାଲାଦାର ଜଣେ 12 ବର୍ଷର ଶିଶୁ ଟ୍ରେନକୁ ଅଟକାଇବା ପାଇଁ ନାଲି ରଙ୍ଗର ସାର୍ଟ ଦେଖାଇଥିଲା। ଏହି କାରଣରୁ ଲୋକୋ-ପାଇଲଟ୍ ଜରୁରୀକାଳୀନ ବ୍ରେକ୍ ଲଗାଇ ଯାତ୍ରୀବାହୀ ଟ୍ରେନକୁ ଅଟକାଇ ଦେଇଥିଲେ।

ମୁଖ୍ୟ PRO କହିଛନ୍ତି, ” ବର୍ଷା ଦ୍ୱାରା ମାଟି ଓ ପଥର ଧୋଇ ହୋଇଯିବା ପରେ ଟ୍ରକରେ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହା ଦେଖି ବାଳକ ସେହି ସମୟରେ  ନାଲି ସାର୍ଟ ଦେଖାଇ ଦୁର୍ଘଟଣାରୁ ବଞ୍ଚାଇଦେଇଥିଲା ଶହ ଶହ ଜୀବନ। ଯେଉଁଥିପାଇଁ ତାଙ୍କୁ କରାଯାଇଛି ପୁରସ୍କୃତ। ପରେ କ୍ଷତିଗ୍ରସ୍ତ ଟ୍ରାକ ମରାମତି କରାଯାଇଥିଲା।  ସେ କହିଛନ୍ତି ଯେ ରେଳ ଅଧିକାରୀମାନେ ସାହସୀ ବାଳକକୁ ତାଙ୍କ ସାହସିକତା ପାଇଁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହାସହ ତାଙ୍କ ଉଦ୍ୟମକୁ କରାଯାଇଛି ପ୍ରଶଂସା।

Also Read- କାନାଡା ବ୍ୟାଙ୍କରେ ସାଂଘାତିକ ଘୋଟାଲା , ବ୍ୟାଙ୍କରୁ ଟଙ୍କା ନୁହେଁ ଗାଏବ ହୋଇଗଲା ଲକର

   Related Posts